ସୀମାରେ ସୁଡ଼ଙ୍ଗ ଠାବ କଲା ସେନା

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରେ ଏକ ସୁଡ଼ଙ୍ଗ ଠାବ କରିଛି ବିଏସ୍‌ଏଫ୍‌। ଜାମ୍ମୁର ସାମ୍ବା ଜିଲ୍ଲାରେ ଏହି ଏହି ସୁଡ଼ଙ୍ଗ ଠାବ କରାଯାଇଛି। ଏ ନେଇ ଶନିବାର ସେନା ପକ୍ଷରୁ ସୂଚନା ଦିଆଯାଇଛି। ଏହି ସୁଡ଼ଙ୍ଗ ଦେଇ ଆତଙ୍କାବାଦୀମାନେ ଭାରତକୁ ପ୍ରବେଶ କରୁଥିବା ସନ୍ଦେହ କରାଯାଉଛି।

ଭାରତର ସୀମା ବାଡ଼ ଠାରୁ ସୁଡ଼ଙ୍ଗଟି ମାତ୍ର ୫୦ ମିଟର ଦୂରରେ ରହିଛି। ଶୁକ୍ରବାର ସାମ୍ବା ସେକ୍ଟରରେ ପାଟ୍ରୋଲିଂ କଲାବେଳେ ବିଏସ୍‌ଏପ୍‌ ଯବାନ ଏହାର ସନ୍ଧାନ ପାଇଥିଲେ। ଏହାପରେ ଛାନଭିନ କରିବାରୁ ସୁଡ଼ଙ୍ଗ ମୁହଁରୁ କିଛି ପ୍ଲାଷ୍ଟିକ ବୋରା ମିଳିଥିଲା, ଯେଉଁଥିରେ ପାକିସ୍ତାନୀ ମାର୍କିଂ ରହିଛି ବୋଲି ସେନା ପକ୍ଷରୁ କୁହାଯାଇଛି।

ସେନା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଲଗାତାର ବର୍ଷା ହେତୁ କିଛି ସ୍ଥାନରେ ପାଣିରେ ବୁଡ଼ିଯିବା ସହିତ ମାଟି ଦବି ଯାଇଥିଲା। ଫଳରେ ସନ୍ଦେହ ହେବାରୁ ଛାନଭିନ କରିବା ପରେ ସୁଡ଼ଙ୍ଗ ଥିବା ଜଣାପଡ଼ିଥିଲା। ଏହାପରେ ସେନା ତୁରନ୍ତ ଅଣ୍ଟିଟନଲ ଅଭିଯାନ ଆରମ୍ଭ କରିଥିଲା। ସୁଡ଼ଙ୍ଗଟି ମାତ୍ର ୨୦ ମିଟର ପର୍ଯ୍ୟନ୍ତ ଖୋଳାଯାଇଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବିଏସ୍‌ଏଫ୍‌ର ‘ହେଲବେକ୍‌’ ପୋଷ୍ଟ ନିକଟରେ ସୁଡ଼ଙ୍ଗଟି ରହିଥିବା ବେଳେ ପାକିସ୍ତାନର ‘ଗୁଲଜାର’ ପୋଷ୍ଟରୁ ଏହା ମାତ୍ର ୭୦୦ ମିଟର ଦୂରରେ ରହିଛି।

ଆହୁରି ପଢ଼ନ୍ତୁ

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

ଅକ୍ଟୋବର-୧ରୁ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆଦିକୁ ଅନୁମତି

ସରକାରଙ୍କୁ ଏସଆଇଆଇ ଅଧ୍ୟକ୍ଷକଙ୍କ ପ୍ରଶ୍ନ; କରୋନା ଭ୍ୟାକ୍ସିନ୍ ପାଇଁ‌ ୮୦ ହଜାର କୋଟି ଅଛି ତ ?

ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗର ସଦସ୍ୟ ହେବା ପାଇଁ ଆଉ କେତେ ଦିନ ଅପେକ୍ଷା କରିବ ଭାରତ ?

ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡ଼େ ଗଲା ?

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କେନ୍ଦ୍ର ବିଜେପିରେ ବଡ଼ଧରଣର ପରିବର୍ତ୍ତନ; କାହାକୁ କେଉଁ ଦାୟିତ୍ୱ ମିଳିଲା ଜାଣନ୍ତୁ

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

WHO ସତର୍କବାଣୀ; କରୋନାରେ ୨୦ ଲକ୍ଷ ଲୋକଙ୍କ ଜୀବନ ଯିବ

ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲା ଭାରତ: କହିଲା- ‘ନିର୍ଲଜ ଦେଶ ହିଁ ଏଭଳି ମତ ରଖିପାରେ’

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

NCB ଅଫିସ୍‌ରେ ହାଜର ହେଲେ ଶ୍ରଦ୍ଧା, ସାରା

You might also like