ଜବତ ହେଲା ବିରଳ ପ୍ରଜାତିର ଝିଟିପିଟି, ଦାମ୍‌ ଶୁଣିଲେ ହୋସ୍‌ ଉଡ଼ିଯିବ

ନୂଆଦିଲ୍ଲୀ:ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଭାରତ-ବାଂଲାଦେଶ ସୀମାରେ ଏକ ବିରଳ ପ୍ରଜାତିର ଝିଟିପିଟି ଜବତ କରାଯାଇଛି । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ, ଝିଟିପିଟି ପୁଣି ବିରଳ ପ୍ରଜାତିର କ’ଣ ? ହଁ, ଏହି ଝିଟିପିଟି ବିରଳ ପ୍ରଜାତିର ଏବଂ ଦୁର୍ମୂଲ୍ୟ । ହଜାର ବା ଲକ୍ଷ ନୁହେଁ, କୋଟି କୋଟି ଟଙ୍କା ଏହାର ଦାମ୍‌ ।

ଏହି ବିରଳ ପ୍ରଜାତି ଝିଟିପିଟିର ନାମ ଟୋକେ ଗେକୋ(Tokay Gecko) । ବିଏସ୍‌‌ଏଫ ଜବାନ ୧୪ଟି ଏହି ବିରଳ ପ୍ରଜାତିର ଝିଟିପିଟି ଜବତ କରିଛନ୍ତି । ଏହି ୧୪ଟି ଝିଟିପିଟିର ଦାମ୍‌ ଅନ୍ତରାଷ୍ଟ୍ରୀୟ ବଜାରରେ ୭ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି ।

ବିଏସ୍‌‌ଏଫ ପକ୍ଷରୁ ମିଳିଥିବା ସୂତ୍ର ଅନୁଯାୟୀ, ଯବାନମାନେ ପରଗୁମଟି ସୀମାରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିବାକୁ ପାଇଥିଲେ । ଯବାନମାନେ ତାଙ୍କୁ ଅନୁସରଣ କଲେ । ବ୍ୟକ୍ତିଜଣକ ଏହା ଦେଖି ଝିଟିପିଟି ଥିବା ଏକ ପ୍ଲାଷ୍ଟିକ ବ୍ୟାଗକୁ ସେଠାରେ ଛାଡ଼ି ପଳାଇଥିଲେ ।
ଅଧିକାରୀମାନେ କହିଛନ୍ତି, ଏହି ଝିଟିପିଟିକୁ ବନ୍ୟ ବିଭାଗକୁ ହସ୍ତାନ୍ତର କରି ଦିଆଯାଇଛି । ଏହି ଝିଟିପିଟିମାନେ ପ୍ରାୟତଃ ଗଛ ଉପରେ ରହିଥାନ୍ତି । ବିଶେଷକରି ଏସିଆ ଏବଂ ପ୍ରାୟଦ୍‌ପର କେତେକ ଅଞ୍ଚଳରେ ଏହି ପ୍ରଜାତିର ଝିଟିପିଟି ଦେଖିବାକୁ ମିଳିଥାଏ । ବନ୍ୟଜୀବ ସଂରକ୍ଷଣ ଅଧିନିୟମ ୧୯୭୨ ଅନୁସାରେ ଏହି ଝିଟିପିଟିକୁ ରଖିବା ଏବଂ ବ୍ୟବସାୟ କରିବା ଆଇନବିରୁଦ୍ଧ ଅଟେ । ସାଧାରଣତଃ ପାରମ୍ପରିକ ଔଷଧ ପ୍ରସ୍ତୁତି ପାଇଁ ଏହି ଝିଟିପିଟି ବ୍ୟବହାର କରାଯାଇଥାଏ ।

ଆହୁରି ପଢ଼ନ୍ତୁ

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’

You might also like