ଚୀନରୁ ଆସୁଛି ପୁଣି ଏକ ଭୟଙ୍କର ଭୂତାଣୁ; ଆକ୍ରାନ୍ତ ହେଲେଣି ୬ ହଜାରରୁ ଅଧିକ

ବେଜିଂ: ଭୂତାଣୁ ରାଷ୍ଟ୍ରରେ ପରିଣତ ହୋଇଥିବା ଚୀନ୍‌ରୁ ଗୋଟିଏ ପରେ ଗୋଟିଏ ଭୂତାଣୁ ଆସି ସାରା ବିଶ୍ୱକ ପ୍ରଭାବିତ କରୁଛି।କରୋନା କବଳରେ ସାରା ବିଶ୍ୱ ଛଟ୍‌ପଟ୍ ହେଉଥିବା ବେଳେ ଏବେ ପୁଣି ଆଉ ଏକ ଚିନୀ ଭୂତାଣୁର ଭୟ ସମସ୍ତଙ୍କୁ ଡରାଉଛି। ଚୀନ ଆଡ଼ୁ ମାଡ଼ି ଆସୁଛି ଜୁନୋଟିକ୍‌ ବ୍ୟାକ୍ଟେରିଆଲ୍‌ ସଂକ୍ରମଣ ବ୍ରୁସେଲୋସିସ୍‌। ଗତ ବର୍ଷ ଏକ ବାୟୋଫାର୍ମାସୁଟିକଲ କମ୍ପାନୀରୁ ଲିକ୍ ହେବାରୁ ଏହା ଭୂତାଣୁ ଚୀନ୍‌ରେ ସଂକ୍ରମଣ ହେବା ଆରମ୍ଭ ହୋଇଥିଲା।Control strategy and case management of human brucellosis

ଗାନସୁ ପ୍ରଦେଶର ଲାନଜୋ କ୍ୟାପିଟାଲ୍ ସିଟିର ହେଲ୍ଥ କମିଶନ ସୂଚନା ଦେଇଛନ୍ତି ଯେ ୬ ହଜାର ଲୋକ ଏହି ରୋଗ ସଂସ୍ପର୍ଶରେ ଆସିଛନ୍ତି। ବ୍ରୁସେଲା ବ୍ୟାକ୍ଟେରିଆ ବହନ କରୁଥିବା ଜୀବଜନ୍ତୁଙ୍କ ସଂସ୍ପର୍ଶରେ ଆସି ଲୋକମାନେ ସଂକ୍ରମିତ ହୋଇଛନ୍ତି ବୋଲି ହେଲ୍ଥ କମିଶନ କହିଛନ୍ତି।

ବ୍ରୁସେଲା ସଂକ୍ରମଣ ନେଇ ଚୀନ ସରକାର ଲାନଜୋ ସହରର ୫୫,୭୨୫ ଲୋକଙ୍କର ଟେଷ୍ଟ କରାଇଥିଲେ। ଯେଉଁଥିରେ ବର୍ତ୍ତମାନ ସୁଦ୍ଧା ୬,୬୨୦ ବ୍ରୁସେଲୋସିସ୍‌ ପିଜିଟିଭ ଚିହ୍ନଟ ହୋଇଛନ୍ତି। ଗୁରବାର ଚାଇନା ସରକାରୀ ଗଣମାଧ୍ୟମ ଗ୍ଲୋବାଲ୍ ଟାଇମ୍ସରେ ଏଭଳି ରିପୋର୍ଟ ପ୍ରକାଶ ପାଇଛି। କେବଳ ସେପ୍ଟେମ୍ବର ୧୪ ସୁଦ୍ଧା ୩,୨୪୫ ପଜିଟିଭ୍ ଚିହ୍ନଟ ହୋଇଥିଲେ।

The health commission of Lanzhou City in China announced this week that a leak in a biopharmaceutical company last year caused an outbreak of brucellosis disease. More than 3,000 people have been

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ସଂକ୍ରମିତ ପ୍ରାଣୀମାନଙ୍କ ଠାରୁ ମଣିଷ ଶରୀରରୁ ବ୍ରୁସେଲୋସିସ୍‌ ସଂକ୍ରମିତ ହେଉଛି। ପଶୁଜାତ ପଣ୍ୟ ଦ୍ରବ୍ୟ ଖାଦ୍ୟ ଖାଇବା ଦ୍ୱାରା ମଣିଷ ଶରୀରକୁ ଏହି ବ୍ୟାକ୍ଟେରିଆ ପ୍ରବେଶ କରୁଛି। ତା ସହିତ ସ୍ୱାସକ୍ରିୟା ଦ୍ୱାରା ମଧ୍ୟ ବ୍ୟାକ୍ଟେରିଆ ପ୍ରବେଶ କରୁଛି। ଏହି ରୋଗରେ କେତେକ ଲକ୍ଷଣ କମାଯାଇ ପାରିଲେ ଏହା ଛାଡ଼େ ନାହିଁ ବୋଲି ହୁ କହିଛି।

ବ୍ରୁସେଲୋସିସ୍‌ ବ୍ୟାକ୍ଟିଆରେ ସମ୍ପର୍କରେ ସେପ୍ଟେମ୍ବର ମାସରେ ସୂଚନା ଦେଇଥିଲା ଲାନଜୋ ହେଲ୍ଥ କମିଶନ। ହେଲ୍‌ଥ କମିସନଙ୍କ ଅନୁସାରେ, ଚାଇନା ପଶୁପାଳନ ଉଦ୍ୟୋଗର ଏକ ବାୟୋଫାର୍ମାସୁଟିକଲ କମ୍ପାନୀରୁ ଏହି ବ୍ୟାକ୍ଟେରିଆ ଲିକ୍ ହୋଇଥିଲା।

ବ୍ରୁସେଲୋସିସ୍‌ ଭ୍ୟାକ୍ସିନ୍‌ ପ୍ରସ୍ତୁତ ପାଇଁ କମ୍ପାନୀ ୨୦୧୯ ଜୁଲାଇରୁ ଅଗଷ୍ଟ ୧୯ ପର୍ଯ୍ୟନ୍ତ ଏକ୍ସପାୟର ହୋଇଥିବା ବ୍ୟାକ୍ଟିରିଆ ନାସକ ବ୍ୟବହାର କରି ଅବଶିଷ୍ଟକୁ ପ୍ରଦୂଷିତ ଗ୍ୟାସ୍ ସହିତ ବାହାରକୁ ଛାଡ଼ି ଦେଉଥିଲା। ଏହା ପରେ ଏରୋସୋଲ୍ସରେ ଗ୍ୟାସ୍‌ରେ ପରିଣତ ହୋଇ ପବନ ଦ୍ୱାରା ଲାନଜୋ ପ୍ରାଣୀ ଚିକିତ୍ସା ଅନୁସନ୍ଧାନ ପ୍ରତିଷ୍ଠାନ ପ୍ରବେଶ କରିବାରୁ ଗତବର୍ଷ ଏହିଠାରୁ ହିଁ ପ୍ରଥମ ପଜିଟିଭ ଚିହ୍ନଟ ହୋଇଥିଲା ବୋଲି ହେଲ୍‌ଥ କମିଶନ କହିଛି। ଗ୍ଲୋବାଲଇ ଟାମ୍ସ ରିପୋର୍ଟ ଅନୁସାରେ, ଗତବର୍ଷ ଡିସେମ୍ବରରେ ବ୍ରୁସେଲୋସିସ୍ ଟିକା ଉତ୍ପାଦନ ୱାର୍କସପ୍‌କୁ ବନ୍ଦ କରାଯାଇଥିବା ବେଳେ ଅକ୍ଟୋବରରେ ଏହାକୁ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯାଇଥିଲା।

କରୋନା ସହିତ ଚୀଇନରୁ ଗୋଟିଏ ପରେ ଗୋଟିଏ ଭୂତାଣୁ ଲୋକଙ୍କ ଜୀବନ ନେବାରେ ଲାଗିଛି। ଅଗଷ୍ଟ ମାସରେ ଚୀନରେ ‘ଟିକ୍‌ ବର୍ଣ୍ଣ ଭାଇରସ’(TBV) ନାମକ ଏକ ଭୂତାଣୁ ବ୍ୟାପିଥିଲା। ଚୀନ୍‌ର ଜିଆଙ୍ଗସୁ ଏବଂ ଅନହୁଇ ଅଞ୍ଚଳରେ ଏହି ଭାଇରସରେ ଲୋକେ ସଂକ୍ରମିତ ହୋଇଥିବା ଦେଖାଯାଇଥିଲା। ଏଥିରେ ୭ ଜଣଙ୍କର ଜୀବନ ଯାଇଥିବା ବେଳେ ୬୦ରୁ ଅଧିକ ଆକ୍ରାନ୍ତ ହୋଇଥିଲେ। ଏହାପରେ ଏହି ଭୂତାଣୁ ସମ୍ପର୍କିତ କୌଣସି ସୂଚନା ମିଳିପାରିନି।

ସେହିଭଳି ୨୦୦୯ରେ ସାରା ବିଶ୍ୱରେ ଏମିତି ଆତଙ୍କ ସୃଷ୍ଟି କରିଥିବା ସ୍ୱାଇନ୍‌ ଫ୍ଲୁର ଆଉ ନୂଆ ଫର୍ମ ପୁଣି ଚୀନ୍‌ରେ ଦେଖିବାକୁ ମିଳିଥିଲା। ଏହି ଜୀବାଣୁ କେବଳ H1N1 ଠାରୁ ଖାଲି ଅଧିକ ଶକ୍ତିଶାଳୀ ନୁହେଁ, ବରଂ ଯେ କୌଣସି ପରିବେଶରେ ଶୀଘ୍ର ବିସ୍ତାର କରିବାରେ ଏହା ସକ୍ଷମ। ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଏହି ଜୀବାଣୁ କରୋନା ସଂକ୍ରମଣ ଠାରୁ ଆହୁରି ଭୟଙ୍କର ହୋଇପାରେ। ସେହିପରି ମାର୍ଚ୍ଚରେ ହନ୍ତା ନାମକ ଏକ ଭାଇରସ ଚୀନର ୟୁନ୍ନାନ ପ୍ରଦେଶର ଚିହ୍ନଟ ହୋଇଥିଲା। ଏଥିରେ ମଧ୍ୟ ଜଣଙ୍କର ଜୀବନ ଯାଇଥିବା ବେଳେ ୩୨ ଜଣ ସଂକ୍ରମିତ ହୋଇଥିଲେ ବୋଲି କୁହାଯାଇଥିଲା।

ଆହୁରି ପଢ଼ନ୍ତୁ

କାହିଁକି ଶରୀରରୁ ମାଛ ପରି ଗନ୍ଧ ବାହାରିଥାଏ ? ଫିଶ୍‌ ଓଡର ସିଣ୍ଡ୍ରୋମ ରୋଗ ବିଷୟରେ ଜାଣିଛନ୍ତି କି ?

ପୂର୍ବରୁ କେଉଁ ବର୍ଷରେ ପଡ଼ିଛି ନାଗାର୍ଜୁନ ବେଶ ? ଶେଷଥର କେବେ ହୋଇଥିଲା ଏହି ଦୁର୍ଲଭ ବେଶ

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଛରେ ରହିଛି ଏମିତି ରହସ୍ୟ

ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ସମୁଦ୍ର କୂଳରେ ପଡ଼ି ମରିଗଲେ ୧୦୦ ଡଲ୍‌ଫିନ୍‌ ଓ ତିମି

କରୋନାର ଏମିତି ପ୍ରଭାବ; ୮ ମାସରେ ବଦଳିଗଲା ନର୍ସଙ୍କ ଚେହେରା

ଗୋଡ଼ାଇ ଗୋଡ଼ାଇ ୩ ଜଣଙ୍କୁ କାମୁଡ଼ିଲା ବାଘ

ଓସ୍କାର ଆୱାର୍ଡ ଦୌଡ଼ରେ ସାମିଲ୍‌ ହେଲା ଜଲିକଟ୍ଟୁ

ଦିନେ ନେହରୁଙ୍କୁ ଚିକିତ୍ସା କରୁଥିଲେ ଏଇ ଓଡିଆ ଡାକ୍ତର

ଜୀବନକୁ ବାଜି ଲଗାଇ ଚାରି ଜଣଙ୍କୁ ବଞ୍ଚାଇଲା ଗର୍ଭବତୀ କୁକୁର

ହଠାତ୍‌ ଲାଲ୍‌ ହୋଇଗଲା ନଦୀର ପାଣି, ଦୋଷୀକୁ ଧରାଇ ଦେଲେ ମିଳିବ ପୁରସ୍କାର

ଗୁଳିଠାରୁ ଅଧିକ ବେଗରେ ମାଡ଼ି ଆସୁଛି ଉଲ୍‌କାପିଣ୍ଡ; ପଡ଼ିବ କି ପୃଥିବୀ ପୃଷ୍ଠରେ ? ନାସା କହିଲା…

You might also like