ସେନାରେ ଯୋଗଦେଲେ ସହିଦ ଔରଙ୍ଗଜେବଙ୍କ ଦୁଇ ଭାଇ, କହିଲେ ଭାଇ ମୃତ୍ୟୁର ପ୍ରତିଶୋଧ ନେବୁ

ନୂଆଦିଲ୍ଲୀ: ଭାଇର ସାହସ ଓ ବୀରତ୍ୱରେ ଅନୁପ୍ରାଣିତ ହୋଇ ଭାରତୀୟ ସେନାରେ ଯୋଗ ଦେଇଛନ୍ତି ଜାମ୍ମୁ କାଶ୍ମୀର ସୋପିଆନର ଦୁଇ ଭାଇ ମହମ୍ମଦ ଶବୀର ଓ ମହମ୍ମଦ ତାରିକ। ମାତୃଭୂମିର ରକ୍ଷା ସହ ଆତଙ୍କବାଦୀଙ୍କୁ ନିପାତ କରି ଭାଇ ମୃତ୍ୟୁର ପ୍ରତିଶୋଧ ନେବା ତାଙ୍କର ଲକ୍ଷ୍ୟ ବୋଲି କହିଛନ୍ତି ସେମାନେ।

ଭାରତୀୟ ସେନାବାହିନୀରେ ଯୋଗ ଦେଇଥବା ଏହି  ଦୁଇ ବୀର ଯବାନ ହେଉଛନ୍ତି  ସହିଦ ଔରଙ୍ଗଜେବଙ୍କ ଭାଇ ମହମ୍ମଦ ତାରିକ ଓ ମହମ୍ମଦ ଶବୀର। ଏଠାରେ ମନେ ପକାଇ ଦେବାକୁ ଚାହିଁବୁ,  ତାରିକ ଓ ଶବୀରଙ୍କ ଭାଇ ତଥା ଭାରତୀୟ ସେନାର ଯବାନ ଔରଙ୍ଗଜେବ ଗତ ବର୍ଷ ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିଲେ। ଗୋଟିଏ ପରିବାରର ଏପରି ଦେଶଭକ୍ତି ‌କଶ୍ମୀରର ଗର୍ବ ବଢାଇ ଦେଇଛି। 

ଦୁହେଁ ଭାରତୀୟ ସେନାର ପଞ୍ଜାବ ରେଜିମେଣ୍ଟରେ ସୈନିକ ଭାବେ ଯୋଗ ଦେଇଛନ୍ତି। ଏକ ଭାବପ୍ରବଣ ମୁହୂର୍ତ୍ତରେ ଦୁଇ ଭାଇ କହିଛନ୍ତି,  ଭାଇ ଔରଙ୍ଗଜେବ ଯାହା ଦେଶ ପାଇଁ କରିଛି ଆମେ ତାଙ୍କ ପଥ ଅନୁସରଣ କରିବୁ । ମାତୃଭୂମିର ରକ୍ଷା ପାଇଁ ନିଜ ଜୀବନ ଦେବାକୁ ପଛଘୁଞ୍ଚା ଦେବୁନାହିଁ । ଆତଙ୍କବାଦୀଙ୍କୁ କଶ୍ମୀରରୁ ନିପାତ କରି ଭାଇ ମୃତ୍ୟୁର ପ୍ରତିଶୋଧ ନେବୁ।

ସହିଦ ଔରଙ୍ଗଜେବ

 

୪୪ ରାଷ୍ଟ୍ରୀୟ ରାଇଫଲ୍ସରେ ଯୋଗ ଦେଇଥିଲେ ସହିଦ ଔରଙ୍ଗଜେବ । ଗତ ବର୍ଷ ଇଦ୍ ଅବସରରେ ଉତ୍ସବ ପାଳିିବାକୁ ଘରକୁ ଫେରୁଥିବାବେଳେ ଜୁନ ୧୪ ତାରିଖରେ ଆତଙ୍କବାଦୀଙ୍କ ଆକ୍ରମଣର ଶିକାର ହୋଇଥିଲେ । ଆତଙ୍କବାଦୀ ଔରଙ୍ଗଜେବଙ୍କୁ ଅପହରଣ କରି ନେଇ ନିର୍ମମ ଭାବେ ଗୁଳି କରି ହତ୍ୟା କରିଥିଲେ । ପୁଲଓ୍ୱାମା ଜିଲ୍ଲାର ଗୁସୁ ଅଞ୍ଚଳରୁ ଔରଙ୍ଗଜେବଙ୍କ ମୃତଦେହ ଉଦ୍ଧାର କରିଥିଲା ସ୍ଥାନୀୟ ପୋଲିସ । ବୀରତ୍ୱ ପାଇଁ ସହିଦ ଔରଙ୍ଗଜେବଙ୍କୁ ମରଣୋତ୍ତର ସୌର୍ଯ୍ୟଚକ୍ରରେ ସମ୍ମାନୀତ କରାଯାଇଛି ।

ଔରଙ୍ଗଜେବ ପରିବାର ଏକ ବୀର ପରିବାର। ପୂର୍ବରୁ ଔରଙ୍ଗଜେବ ଦାଦା ମଧ୍ୟ ଦେଶ ପାଇଁ ସହିଦ ହୋଇଛନ୍ତି। ଏବେ ତାଙ୍କର ୪ ଚାରିଭାଇ ସେନାରେ ଯୋଗ ଦେଇ ସରିଥିବା ବେଳେ ସାନଭାଇ ମଧ୍ୟ ଦେଶସେବା କରିବାକୁ ମନ ବଳାଇଛନ୍ତି।

ଧନ୍ୟ ସେଇ ବାପା-ମା’। ଗୋଟିଏ ପୁଅକୁ ହରାଇବା ପରେ ଯିଏ ତାଙ୍କର ଅନ୍ୟ ପୁଅମାନଙ୍କୁ ମଧ୍ୟ ସେହି ରାସ୍ତାରେ ଛାଡୁଛନ୍ତି ଏବଂ ପୁତ୍ରମାନଙ୍କ ପାଇଁ ନିଜକୁ  ଗର୍ବିତ ମନେ କରୁଛନ୍ତି।

 

You might also like