ବ୍ରିଟେନରେ ଟିକା କରଣ ଆରମ୍ଭ
ବ୍ରିଟେନରେ ଆରମ୍ଭ ହେଲା ସମୂହ ଟିକାକରଣ
ବ୍ରିଟେନ : ବ୍ରିଟେନରେ ଆରମ୍ଭ ହେଲା ସମୂହ ଟିକାକରଣ । ଲୋକମାନଙ୍କୁ ଦିଆଯାଉଛି ଫାଇଜର ପ୍ରସ୍ତୁତ ଟିକା । ପ୍ରଥମେ ଟିକା ନେଲେ ଜଣେ ୯୦ ବର୍ଷର ବୃଦ୍ଧା । କୋଭେଣ୍ଟ୍ରି ମେଡିକାଲରେ ଟିକା ନେଲେ ୯୦ ବର୍ଷୀୟା ମାର୍ଗାରେଟ କିନାନ । ଗତ ସପ୍ତାହରେ ଫାଇଜର ଟିକାକୁ ଲାଇସେନ୍ସ ଦେଇଥିଲା ବ୍ରିଟେନ । ତେବେ ପାଖାପାଖି ୧ ବର୍ଷ ହେବ ସାରା ବିଶ୍ୱରେ କରୋନା ଟିକାକୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଥିବା ।
କେବେ କରୋନା ଟିକା ଆସିବ ସେନେଇ ଅନେକ ସମୟରେ ଆଲୋଚନା ବି ହେଉଥିଲା । ତେବେ ଗତ ସପ୍ତାହରେ ଟିକା ଦେବାକୁ ବ୍ରିଟେନ ଫାଇଜରକୁ ଲାଇସେନ୍ସ ଦେଇଥିଲା । ତେବେ ଆଜି ବ୍ରିଟେନରେ ଲୋକମାନଙ୍କୁ କରୋନା ଟିକା ଦିଆଯିବା ଆରମ୍ଭ ହୋଇଛି । ଏହାରି ମଧ୍ୟରେ ଭାରତର ନାଗରିକ ମାନେ କେମିତି ଟିକା ପାଇବେ ବା କେବେଠାରୁ ଆମ ଦେଶରେ ଟିକା ମିଳିବ ସେନେଇ ଜୋରସୋରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଦେଖିବାକୁ ବାକି ରହିଲା ଟିକା ନେବା ପରେ କରୋନା କେତେ ଦୂର ଆୟତ୍ତ ରହୁଛି ।