ବ୍ରିଟେନରେ ବହୁଛି କ୍ଷୀର ନଦୀ, ଲୋକ କହିଲେ ଚମତ୍କାର.. ଦେଖନ୍ତୁ ଭିଡିଓ

ୱେଲ୍ସ: ୟୁନାଇଟେଡ୍ କିଙ୍ଗଡମ୍ ବା ବ୍ରିଟେନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ହଠାତ୍ ସେଠାକାର ଏକ ନଦୀରେ ପାଣି ବଦଳରେ କ୍ଷୀର ବହୁଥିବା ଦେଖିବାକୁ ମିଳିଲା। ସ୍ଥାନୀୟ ଲୋକ ଏହାକୁ ଚମତ୍କାର ବୋଲି କହିଲେ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଆପଣ ପୂର୍ବରୁ ଭାରତରେ ରକ୍ତର ନଦୀ ବହିଥିବା ଶୁଣିଥିବେ। କିନ୍ତୁ ବ୍ରିଟେନରେ କ୍ଷୀରର ନଦୀ ବହୁଥିବା ଦେଖାଯାଇଛି। ଏନେଇ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି। ତେବେ କ୍ଷୀର ନଦୀ ଯେଉଁ ଅଞ୍ଚଳ ଦେଇ ବହିଛି ସେଠାକାର ଲୋକ ଦେଖି ଆଶ୍ଚର୍ଯ୍ୟ। ଏହା ଦେଖିବାକୁ ନଦୀକୂଳରେ ଭିଡ଼ ମଧ୍ୟ ଜମିଥିଲା।

ମିଳିଥିବା ସୂଚନାନୁଯାୟୀ, ୧୫ ଏପ୍ରିଲରେ, ୱେଲ୍ସରେ ପ୍ରବାହିତ ଦୁଲାଇସ୍ ନଦୀର ଜଳ ହଠାତ୍ ଧଳା ହୋଇଯାଇଥିଲା। ନଦୀରେ ଜଳ ବଦଳରେ କ୍ଷୀର ପ୍ରବାହିତ ହେବାକୁ ଲାଗିଲା। ଏହା ଏଥିପାଇଁ ଘଟିଥିଲା ଯେ, ନଦୀ ପାଖରେ ଏକ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଏକ ଦୁଗ୍ଧ ପରିପୂର୍ଣ୍ଣ ଟ୍ୟାଙ୍କର ଓଲଟି ପଡ଼ିଥିଲା। ଯାହାଫଳରେ ଟ୍ୟାଙ୍କରରେ ଥିବା ସବୁ ଦୁଗ୍ଧ ବୋହି ନଦୀ ପାଣିରେ ମିଶି ଯାଇଥିଲା। ଏହି କାରଣରୁ ନଦୀର ସମ୍ପୂର୍ଣ୍ଣ ଜଳ ଧଳା ହୋଇଗଲା।

ନଦୀରେ ପ୍ରବାହିତ କ୍ଷୀରର ଏହି ଭିଡିଓ ସୋସିଆଲ ମିଡିଆରେ ଢ଼େର ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଅନେକ ପ୍ରକାରର ମଜାଦାର କମେଣ୍ଟ ଦେଖିବାକୁ ମିଳିଛି। ତେବେ ନ୍ୟାଚୁରାଲ ରିସୋର୍ସେସ, ୱେଲ୍ସ ପକ୍ଷରୁ ଦୁଗ୍ଧର କ୍ୱାଲିଟି ନେଇ କୌଣସି ବୟାନ ଜାରି କରାଯାଇ ନାହିଁ। କିନ୍ତୁ ଏହି କାରଣରୁ ହିଁ ନଦୀର ଜଳ ଧଳା ହୋଇଯାଇଥିବା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଦୁଲାଇସ୍ ନଦୀର ଏହି ଧଳା ଜଳ ଅନେକ ଦୂରକୁ ପ୍ରବାହିତ ହୋଇଛି। ଏହା ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଥିଲା ଯେ, ନଦୀର ଜଳ କିପରି ଧଳା ହେଲା। ଖାଲି ସେତିକି ନୁହେଁ ଲୋକମାନେ ନିଜ ଘରୁ ବାଲ୍ଟି ତଥା ବାସନ କୁସନ ଧରି ନଦୀରରୁ କ୍ଷୀର ସଂଗ୍ରହ କରିବାକ ଦୌଡ଼ିଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଏହି କ୍ଷୀର କ୍ୱାଲିଟିକୁ ନେଇ ଏବେ ବି ଆଶଙ୍କା ସୃଷ୍ଟି ହେଉଛି। ପ୍ରଥମେ କିଛି ଲୋକ ଏହାକୁ ଚମତ୍କାର ବୋଲି ଭାବିଥିଲେ। ହେଲ ପରେ ଏହା ପ୍ରକୃତ ସତ୍ୟାସତ୍ୟ ଜାଣିପାରିଥିଲେ।

You might also like