ବ୍ରିଟେନ୍ରେ ଆଉ ଏକ କରୋନା ଟିକାକୁ ମିଳିଲା ଅନୁମତି
ପ୍ୟାରିସ: ବ୍ରିଟେନ୍ରେ ଆଉ ଏକ କରୋନା ଟିକାକୁ ମିଳିଛି ଅନୁମତି। ୟୁକେ ରେଗୁଲେଟାରି ଅଥରିଟି ମଡର୍ଣ୍ଣାକୁ ଟିକାକରଣ ପାଇଁ ଅନୁମୋଦନ ଦେଇଛି। ତେବେ ଏହାର ଟିକାକରଣ ପାଇଁ ଆହୁରି ୭ ଦିନ ସମୟ ଲାଗି ପାରେ ବୋଲି କୁହାଯାଇଛି।
ପ୍ରଥମ ପର୍ଯ୍ୟାୟରେ ୭୦ ଲକ୍ଷ କରୋନା ଟିକାର ଡୋଜ୍ ଯୋଗାଇବ ମଡର୍ଣ୍ଣା। ବ୍ରିଟେନ୍ରେ ମଡର୍ଣ୍ଣା ୩୦ ହଜାରରୁ ଅଧିକ ଲୋକଙ୍କ ଉପରେ ଟିକାର ଟ୍ରାଏଲ କରିଛି। ଏହାପରେ ୯୫ ପ୍ରତିଶତ ସଫଳ ହୋଇଥିବା ଦାବି କରିଥିଲା କମ୍ପାନି। ଏହାପୂର୍ବରୁ ୟୁକେରେ କୋଭିସିଲ୍ଡ ଏବଂ ଫାଇଜର୍ ଟିକାକୁ ଅନୁମତି ମିଳିଛି।
ସୂଚନାଥାଉ କି, ଡିସେମ୍ବର ଶେଷରେ ବ୍ରିଟେନ୍ରେ ଅକ୍ସଫୋର୍ଡ ୟୁନିଭର୍ସିଟି ଏବଂ ଆଷ୍ଟ୍ରାଜେନିକାର କରୋନା ଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଥିଲା। ଫାଇଜର୍ ପରେ ଦ୍ୱିତୀୟ ଭାକ୍ସିନ ଭାବେ କୋଭିସିଲ୍ଡକୁ ବ୍ରିଟେନ୍ ଅନୁମତି ଦେଇଥିଲା ।
ବ୍ରିଟେନ୍ରେ କରୋନାର ନୂଆ ଷ୍ଟ୍ରେନକୁ ନେଇ ଚିନ୍ତା ବଢୁଥିବାବେଳେ ଅକ୍ସଫୋଡ୍ ଆଷ୍ଟ୍ରାଜେନିକାକୁ ବିଧିବଦ୍ଧ ଭାବେ ଅନୁମତି ଦେଇଥିଲେ ବ୍ରିଟେନ୍ ସରକାର। ଫାଇଜର୍ ଭଳି କୋଭିସିଲ୍ଡକୁ ଏଣିକି ଟିକାକରଣ ପ୍ରକ୍ରିୟାରେ ସାମିଲ କରାଯିବ। ତେବେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ଏହା ଦେବା ନେଇ ଯୋଜନା ପ୍ରସ୍ତୁତ ହୋଇଥିଲା।
ଆଷ୍ଟ୍ରେଜେନିକା ଏବଂ କୋଭାସିଲ୍ଡ ପରେ ତୃତୀୟ ଟିକା ଭାବେ ମଡର୍ଣ୍ଣାକ ବ୍ରିଟେନ୍ରେ ଅନୁମତି ମିଳିଛି।