ଆମେରିକା: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୈନିକ ୨୦ ହଜାର ବଢୁଛି

ଲଣ୍ଡନ:ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସ ବ୍ରିଟେନ୍‌ରେ ୬୯୩ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ କରୋନା ଦେଶରେ ୨୯,୪୨୭ ଜଣଙ୍କର ଜୀବନ ନେଲାଣି।

ବ୍ରିଟେନ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ଯେ,ମତ୍ୟୁ ସଂଖ୍ୟାର ବ୍ରିଟେନ ଇଟାଲି ଓ ସ୍ପେନ୍‌କୁ ପଛରେ ପକାଇ ସାରିଲାଣି। ଇଟାଲିରେ ବର୍ତ୍ତମାନ ସୁଦ୍ଧା ୨୯,୩୧୫ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ପେନ୍‌ରେ ୨୫ ହଜାର ୮୫୭ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ଫ୍ରାନ୍ସରେ ଏହି ଭାଇରସ ପ୍ରଭାବରେ ୨୫, ୫୩୧ ଜଣଙ୍କର ମୃତ୍ୟୁ ଘଟିଛି।

ଅନ୍ୟପକ୍ଷେ ଆମେରିକାର ସ୍ଥିତି ସବୁଠାରୁ ସଙ୍ଗୀନ ରହିଛି। ଜନ୍‌ ହାପ୍‌କିନ୍ସ ୟୁନିଭର୍ସିଟି ସୂତ୍ରରୁ ମିଳିଥିବା ତଥ୍ୟା ଅନୁଯାୟୀ, ଏଠାରେ ଦୈନିକ ୨୦ ହଜାରରୁ ଅଧିକ ନୂଆ ମାମଲା ସାମ୍ନକୁ ଆସୁଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୭୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଲାଣି। ନ୍ୟୁୟର୍କରେ ବର୍ତ୍ତମାନ ସୁଦ୍ଧା ଲକଡାଉନ ବଳବତ୍ତର ରହିଛି। ଏକ ସର୍ବେକ୍ଷଣରୁ ଜଣାଯାଇଛି, ଯଦି ନ୍ୟୁୟର୍କକୁ ମିଶାଇ ମୃତ୍ୟୁ ସଂଖ୍ୟାର ବିଶ୍ଳେଷଣ କରାଯାଏ ତେବେ ଆମେରିକାରେ ମୃତ୍ୟୁ ହାର କମୁଥିବା ଲକ୍ଷ୍ୟ କରାଯାଉଛି। ପ୍ରତି ପାଞ୍ଚ ଦିନରେ ସାମ୍ନାକୁ ଆସୁଥିବା ନୂଆ ମାମଲାର ହାର ତିନି ସପ୍ତାହ ତଳେ ପ୍ରତି ଏକ ଲକ୍ଷରେ ୯.୩ ପ୍ରତିଶତ ଥିଲା। ଏବେ ଏହାର ହ୍ରାସ ପାଇ ୮.୬ ପ୍ରତିଶତକୁ ଆସିଛି। 

You might also like