ବିବାହର ୩ ଦିନ ପୂର୍ବରୁ କରୋନା ପଜିଟିଭ୍ ଚିହ୍ନଟ ହେଲେ ଦୁଲ୍ହନ, ଏମିତି ହେଲା ବିବାହ…
ବିବାହର ତିନି ଦିନ ପୂର୍ବରୁ ଦୁଲ୍ହନର କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ମଧ୍ୟ ସେ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ। ଏପରିକି ସେ ବିବାହ ମଧ୍ୟ କରିଥିଲେ। ଆପଣମାନେ ଭାବୁଥିବେ ଏମିତି କେମିତି ସମ୍ଭବ ହୋଇପାରିଲା ? ବିବାହ ପାଇଁ ଦୁଲ୍ହା ଓ ଦୁଲ୍ହନ ଏମିତି ଉପାୟ ବାହାର କରିଥିଲେ, ଯାହାକୁ ସୋସିଆଲ୍ ମିଡିଆରେ ବେଶ୍ ପ୍ରଶଂସା କରାଯାଉଛି। ସେମାନଙ୍କର ବିବାହ ସମୟର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି।
କାଲିଫର୍ଣ୍ଣିଆରେ ରହୁଥିବା ପ୍ୟାଟ୍ରିକ୍ ଡେଲ୍ଗାଡୋ ଓ ଲୌରେନ୍ ଜିମ୍ନେଜ୍ ନଭେମ୍ବରରେ ବିବାହ କରିବା ପାଇଁ ପୂର୍ବରୁ ସବୁକିଛି ପ୍ରସ୍ତୁତି କରି ସାରିଥିଲେ। ହେଲେ ଏହା ପୂର୍ବରୁ ସେମାନଙ୍କୁ ଝଟ୍କା ଲାଗିଥିଲା। କାହିଁକି ନା ବିବାହର ଠିକ୍ ୩ ଦିନ ପୂର୍ବରୁ ଦୁଲ୍ହନର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ମଧ୍ୟ ସେମାନେ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ।
ଭାଇରାଲ୍ ଫଟୋରେ ଦେଖିବାକୁ ମିଳିଛି, ଦୁଲ୍ହନ ୱେଡିଂ ଡ୍ରେସ୍ରେ ଝରକା ନିକଟରେ ବସି ଥିବାବେଳେ ଦୁଲ୍ହା ତଳେ ଛିଡ଼ା ହୋଇଛନ୍ତି। ଦୁଲ୍ହା ମଧ୍ୟ ୱେଡିଂ ଡ୍ରେସ୍ ପିନ୍ଧି ଥିଲେ। ଉଭୟଙ୍କ ହାତରେ ଏକ ରିବନ୍ ବନ୍ଧା ହୋଇଛି। ଏହାପରେ ଉଭୟ ରିଙ୍ଗ୍ ଏକ୍ସଚେଞ୍ଜ୍ କରିବା ସହ ବିବାହ କରିଥିଲେ।
ଏକାଠି ରହିବାର ୪ ବର୍ଷ ପରେ ୨୦୧୯ରେ ପ୍ୟାଟ୍ରିକ୍ ଓ ଲୌରେନ୍ଙ୍କ ଏନ୍ଗେଜ୍ମେଣ୍ଟ୍ ହୋଇଥିଲା। ଏହାପରେ ସେମାନେ ୨୦୨୦ରେ ବିବାହ ପାଇଁ ପ୍ଲାନିଂ କରିଥିଲେ। ତେବେ ବିବାହର ୩ ଦିନ ପୂର୍ବରୁ ଦୁଲ୍ହନର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ସମସ୍ୟା ସୃଷ୍ଟି ହୋଇଥିଲା। ହେଲେ ଏସବୁ ପରେ ମଧ୍ୟ ଉଭୟ ବିବାହ ନିଷ୍ପତ୍ତି ନେଇଥିଲେ ଓ ଏକ ଭିନ୍ନ ପ୍ରକାରରେ ବିବାହ କରି ଉଦାହରଣ ସୃଷ୍ଟି କରିଥିଲେ।
View this post on Instagram