ବାହାବେଦୀରେ କନ୍ୟାର ଜୀବନ ଚାଲିଗଲା, ଶାଳୀକୁ ବିବାହ କଲା ବର

ଇଟାୱା : ଧୁମଧାମରେ ବିବାହ ଚାଲିଥିବା ବେଳେ ଅଚାନକ୍ ଆସିଲା ମୃତ୍ୟୁ । ଭାଙ୍ଗିଗଲା ସ୍ୱପ୍ନର ବାଲିଘର । ବେଦୀ ସଜା ହୋଇ ମଣ୍ଡପରେ ବସିଥିଲେ ବରକନ୍ୟା । ବରଣମବାଳା ଅଦଳବଦଳ ସରିଥିଲା, ସାତ ଫେରା ବାକି ଥିବାବେଳେ ହଠାତ ହୃଦଘାତରେ ଜୀବନ ହାରିଲେ କନ୍ୟା । ଉତ୍ତରପ୍ରଦେଶ ଇଟାୱାରେ ଏପରି ଏକ ଦୁଃଖଦ ଘଟଣା ଘଟିଯାଇଛି । ପାଲିଙ୍କିରେ ବସି ଶାଶୁ ଘର ଯିବା ପୂର୍ବରୁ କୋକେଇରେ ଯାଇଛି ଝିଅ ।

ଇଟାୱା ଭରଥନା ଅଞ୍ଚଳର ସମସପୁରରେ ଧୁମଧାମରେ ବିବାହ ଚାଲିଥିବା ବେଳେ ହଠାତ ଘୋଟି ଆସିଲା ଦୁଃଖର କଳାବାଦଲ । ମେ ୨୫ ମଙ୍ଗଳବାର ଦିନ ସୁରଭିଙ୍କ ବିବାହ ମଞ୍ଜେସ ଗାଁର ଚିତଭବନଙ୍କ ସହ ସ୍ଥିର ହୋଇଥିବା । ବର ପକ୍ଷ ଆସିବା ପରେ କନ୍ୟା ପକ୍ଷ ଅତି ଆଦରରେ ସ୍ୱାଗତ କରି ବରକୁ ପାଛୋଟି ଆଣିଥିଲେ । ରାତି ପ୍ରାୟ ସାଢ଼େ ୮ଟାରେ ବିବାହର ସମସ୍ତ ରୀତିନୀତି ଆରମ୍ଭ ହୋଇ ଯାଇଥିଲା । ବରଣମାଳା, ସିନ୍ଦୁର ପିନ୍ଧା ଓ ଅନ୍ୟନ୍ୟା ନୀତି ଶେଷହେବା ପରେ ବରକନ୍ୟା ଫେରା ନେବାପାଇଁ ପ୍ରସ୍ତୁତ ହେଉଥିଲେ । ଆଉ ଏହାରି ଭିତରେ ପାଖାପାଖି ରାତି ୨ଟା୩୦ରେ ଅଚାନକ କନ୍ୟା ବେହାସ ହୋଇ ତଳେ ପଡ଼ିଯାଇଥିଲେ । ଫଳରେ ବିବାହ ମଣ୍ଡପରେ ହଡ଼କମ୍ପ ସୃଷ୍ଟି ହୋଇଥିଲା ।

କନ୍ୟା ଚେତାଶୂନ୍ୟ ହୋଇଯିବା ପରେ ପରିବାର ଲୋକେ ତାକୁ ତୁରନ୍ତ ହସ୍ପିଟାଲକୁ ନେଇଯାଇଥିଲେ । ହେଲେ ସେତେବେଳକୁ ସବୁ ଶେଷ ହୋଇସାରିଥିଲା । ହୃଦଘାତରେ ଜୀବନ ଯାଇଥିବା କହି କନ୍ୟାକୁ ମୃତ ଘୋଷଣା କଲେ ଡାକ୍ତର । ତାପରେ ଉଭୟ ପରିବାରଙ୍କ ସହମତି କ୍ରମେ ମୃତକଙ୍କ ଛୋଟ ଭଉଣୀଙ୍କୁ କନ୍ୟା ରୂପରେ ସଜାଇ ଦିଆଗଲା । ଶାଳୀ ସହିତ ବାହା ବେଦୀରେ ବସି ବାହାହେଲା ବର । ତେବେ ଏହି ସମୟରେ ମୃତକଙ୍କ ମୃତଦେହକୁ ଘରେ ଏକ କୋଠରୀରେ ବନ୍ଦ କରି ରଖା ଯାଇଥିଲା । ଝିଅ ବିଦା ପରେ ଅନ୍ତିମ ସଂସ୍କାର କରାଗଲା ।

You might also like