ଦେଶବାସୀଙ୍କ ପାଇଁ ଖୁସି ଖବର ! ମହାମାରୀ ବିରୋଧରେ ଐତିହାସିକ ସଫଳତା

ନୂଆଦିଲ୍ଲୀ: ମହାମାରୀ କରୋନା କାଳରେ ଦେଶବାସୀଙ୍କ ପାଇଁ ଖୁସି ଖବର। ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ପ୍ରସ୍ତୁତ ପୁନେ ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ଉତ୍ପାଦିତ କୋଭିସିଲ୍ଡ ଟିକାକୁ ମିଳିଲା ଅନୁମତି। ଜରୁରୀକାଳୀନ ବ୍ୟବହାର ନେଇ ଅନୁମତି ଦିଆଯାଇଛି। DCGIର ଗୁରୁତ୍ୱପୂର୍ଣ୍ଣ ବୈଠକରେ କୋଭିସିଲ୍ଡକୁ ଅନୁମତି ନେଇ ନିଷ୍ପତ୍ତି ନିଆଯାଇଛି। ସେରମ ଇନଷ୍ଟିଚ୍ୟୁଟ ୫ କୋଟି ଡୋଜ୍ ପ୍ରସ୍ତୁତ କରିସାରିଲାଣି। ଦେଶର ୩୦ କୋଟି ଲୋକଙ୍କୁ ଦିଆଯିବାର ଯୋଜନା କରାଯାଇଛି। ପ୍ରତ୍ୟେକଙ୍କୁ ୨ଟି ଡୋଜ୍ ଦିଆଯିବାର ଯୋଜନା କରାଯାଇଛି। ୟୁକେ, ଆର୍ଜେଣ୍ଟିନା ପରେ ତୃତୀୟ ଦେଶ ଭାବେ ଟିକାକୁ ଅନୁମତି ମିଳିଛି।

ସେପଟେସେ ଫାଇଜର୍ ଓ ବାୟୋଏନଟେକର କରୋନା ଭାଇରସ୍ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଅନୁମୋଦନ ମିଳିଛି WHO। ଏହି ଟିକାର ଏମରଜେନ୍ସି ବ୍ୟବହାରକୁ ଅନୁମତି ଦେଇଛି। ମଞ୍ଜୁରୀ ଦେବା ପରେ WHO ସାରା ଦୁନିଆରେ ତାର ଆଞ୍ଚଳିକ କାର୍ଯ୍ୟାଳୟ ଜରିଆରେ ସେଠାକାର ଦେଶଗୁଡ଼ିକୁ ଟିକାର ଲାଭ ସମ୍ବନ୍ଧରେ ଅବଗତ କରାଇଥିଲା।

(କୋଭିସିଲ୍ଡ ଟିକା ପ୍ରସ୍ତୁତି ସମୟର କିଛି ଫଟୋ) 
ଏହା ଦେଶବାସୀ ବହୁତ ଖୁସିର ଖବର। ଆମେ ଏହାକୁ ଅପେକ୍ଷା କରିଥିଲୁ। ଚିକିତ୍ସା ବିଜ୍ଞାନରେ ଏହା ଐତିହାସିକ ସଫଳତା। କୋଭିସିଲ୍ଡକୁ ଅନୁମତି ଦିଆଯାଇଛି। ଅନ୍ୟ ଦେଶମାନେ ଏହି ଟିକାକୁ ଦେବା ଆରମ୍ଭ କରିସାରିଲେଣି। ଏହା ବହୁତ ଭଲ ଫଳପ୍ରଦ ହେଉଛି। କୋଭିସିଲ୍ଡ ଟିକା ମଣିଷ ଶରୀରରେ ପାଖାପାଖି ୭୦ ପ୍ରତିଶତ ଭଲ ପ୍ରଭାବ ପକାଉଛି। ବିଶେଷ କରି ବୟସ୍କ ଲୋକମାନଙ୍କୁ ଏହି ଟିକା ଦିଆଗଲେ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢୁଥିବା ଜଣାପଡ଼ିଛି। ଏହି ଟିକାର ସଂରକ୍ଷଣ ଦିଗରୋ ଆମକୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବନି। ୨-୮ ଡିଗ୍ରୀ ମଧ୍ୟରେ ଏହି ଟିକାକୁ ସଂରକ୍ଷିତ କରି ରଖାଯାଇପାରିବ। ଆସନ୍ତାକାଲି ରାଜ୍ୟରେ ଟୀକାକରଣ ନେଇ ଡ୍ରାଏ ରନ୍ ଆରମ୍ଭ ହେବାକୁ ଯାଉଛି।
-ଡାକ୍ତର ନାରାୟଣ ମିଶ୍ର, ସ୍ୱାସ୍ଥ୍ୟ ବିଶେଷଜ୍ଞ

ଆସନ୍ତାକାଲି ରାଜ୍ୟରେ କୋଭିଡ୍ ଟିକାକରଣର ଡ୍ରାଏ ରନ୍ ହେବ। ପ୍ରକୃତ ଟିକା ଆସିବା ପରେ ଲୋକଙ୍କୁ କେମିତି ସୁରୁଖୁରୁରେ ଦିଆଯିବ, ତାର ପୂର୍ବ ଅଭ୍ୟାସ କରାଯିବ। ଏଥିପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଥିବା DMET ସିବିକେ ମହାନ୍ତି କହିଛନ୍ତି। ଏହା ପୂର୍ବରୁ ଗତକାଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସହିତ କୋଭିଡ ଟିକାକରଣ ନେଇ ଆଲୋଚନା କରିଥିଲେ। ଟିକାକରଣର ଡ୍ରାଏ ରନ୍ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ଡିଏମ୍ଇଟି କହିଛନ୍ତି।

ଟିକାକରଣ ପାଇଁ କଣ ରହିଛି ଗାଇଡଲାଇନ୍:-

ଟିକାକରଣ କେନ୍ଦ୍ରରେ କେବଳ ପୂର୍ବ ପଞ୍ଜୀକୃତଙ୍କୁ ହିଁ ଟିକା ମିଳିବ। ଟିକାକରଣ କେନ୍ଦ୍ରରେ ସ୍ପଟ୍ ରେଜିଷ୍ଟ୍ରେସନ କରାଯାଇପାରିବ ନାହିଁ। ଟିକା ପାଇଁ Co-WIN ଆପ୍‌ରେ ପଞ୍ଜୀକରଣ କରିବା ଜରୁରୀ ବୋଲି କୁହାଯାଇଛି। ପଞ୍ଜୀକରଣ ପାଇଁ ୧୨ ପ୍ରକାର ପରିଚୟପତ୍ର ଦେଖାଇବା ଜରୁରୀ। ଭୋଟର ପରିଚୟପତ୍ର, ଆଧାର, ଡିଏଲ୍ ଆଦି ୧୨ ପ୍ରକାର ପରିଚୟପତ୍ର ଦେଖାଇବାକୁ ପଡିବ।

ପ୍ରତି କେନ୍ଦ୍ରରେ ଦୈନିକ ଶହେରୁ ୨ଶହ ଲୋକଙ୍କୁ ଟିକା ଦିଆଯିବ। ଜଣେ ଟିକା ନେଲା ପରେ ୩୦ ମିନିଟ କାଳ ଅନୁଧ୍ୟାନ କରାଯିବ। ପ୍ରଥମେ ୩୦ କୋଟି ଲୋକଙ୍କୁ ୬୦ କୋଟି ଟିକା ଡୋଜ୍ ପାଇଁ ବ୍ୟବସ୍ଥା ହୋଇଛି। ୬୦ କୋଟି ଟିକା ଡୋଜ୍ ଦେବାକୁ ନିର୍ବାଚନ ବ୍ରିଗେଡ ଲଗାଯିବ। ସ୍ୱାସ୍ଥ୍ୟ କର୍ମୀ, ସମ୍ମୁଖ କର୍ମୀ ଆଦି ୩୦ କୋଟି ଲୋକଙ୍କୁ ପ୍ରଥମେ ମିଳିବ ଟିକା।

You might also like