ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ବେଜିଙ୍ଗ: ଚୀନ୍‌ କମ୍ପାନୀ ସିନୋଭାକ୍ ବାୟୋଟେକ୍‌ ଦ୍ୱାରା ବିକଶିତ ପରୀକ୍ଷଣାତ୍ମକ କରୋନା ଭ୍ୟାକ୍ସିନକୁ ବ୍ରାଜିଲ୍ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କହିଛି। ବ୍ରାଜିଲ୍‌ର ସାଓ ପାଉଲୋର ବଟାଣ୍ଟାନ୍ ଇନଷ୍ଟିଚ୍ୟୁଟ୍‌ରେ କରାଯାଇଥିବା କ୍ଲିନିକାଲ ଟ୍ରାଏଲ୍‌ରେ ଏହା କୁହାଯାଇଛି।

ସାଓ ପାଉଲୋର ବଟାଣ୍ଟାନ୍ ଇନଷ୍ଟିଚ୍ୟୁଟ୍ ବ୍ରାଜିଲର ଏକ ଅଗ୍ରଣୀ ବାୟୋମେଟିକାଲ୍ ଗବେଷଣା କେନ୍ଦ୍ର। ଯେଉଁଠାରେ ଔଷଧଗୁଡ଼ିକର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯାଇଥାଏ। ଗତ ସୋମବାର ଦିନ ଏଠାରେ ଚୀନ ଦ୍ୱାରା ବିକଶିତ କରୋନାଭାକ୍‌ର ପରୀକ୍ଷଣ କରାଯାଇଥିଲା। ଏହାର ଫଳାଫଳରୁ କରୋନାଭାକ୍‌ର ଦୁଇ ଡୋଜ୍‌ ଟିକା ପ୍ରର୍ଯ୍ୟନ୍ତ ଏହା ସୁରକ୍ଷତ ବୋଲି କୁହାଯାଇଛି।

୧୩ ହଜାର ସ୍ୱଚ୍ଛାସେବୀଙ୍କୁ ନେଇ ଏହି ପରୀକ୍ଷଣ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୯ ହଜାର ଲୋକଙ୍କ ଶରୀରରେ ଏହା ସେମିତି କିଛି ଖରାପ ପ୍ରଭାବ ପକାଇନଥିଲା। ତେବେ ବଟାଣ୍ଟାନ୍ ଇନଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ଡିମାସ୍‌ କୋଭାସ୍‌ ସମସ୍ତ ୧୩ ହଜାର ସ୍ୱଚ୍ଛାସେବୀଙ୍କ ଉପରେ ଏହି ଭ୍ୟାକ୍ସିନ୍‌ର ପରୀକ୍ଷା ଶେଷ ନ ହେବା ଯାଏ ଟିକା ବିଷୟରେ କିଛି ତଥ୍ୟ ପ୍ରକାଶ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି।

ଏହା ସହ ସେ କହିଛନ୍ତି ଯେ, ଏହି ଟିକାର ସେତେ ପ୍ରତିକୂଳ ପ୍ରତିକ୍ରିୟା ଦେଖାଯାଇନାହିଁ। ପରୀକ୍ଷା କରାଯାଇଥିବା ସମସ୍ତ ସ୍ୱଚ୍ଛାସେବୀଙ୍କ ମଧ୍ୟରୁ ୨୦ ପ୍ରତିଶତ ସ୍ୱଚ୍ଛାସେବୀଙ୍କ ଦେହରେ ସାମାନ୍ୟ ଇଞ୍ଜେକ୍ସନ ଜନୀତ ଯନ୍ତ୍ରଣା ହୋଇଥିବା ବେଳେ ୧୫ ପ୍ରତିଶତଙ୍କ ମୁଣ୍ଡବିନ୍ଧା ହୋଇଥିବା ଜଣାପଡ଼ିଥିଲା। କିନ୍ତୁ ଦ୍ୱିତୀୟ ଡୋଜ୍‌ ଦେବା ପରେ ଏହା ୧୦ ପ୍ରତିଶତକୁ ଖସି ଆସିଥିଲା।

You might also like