ଦେଖ ବତକର ସାହାସ, ଡରି ପଳାଉଛନ୍ତି ଗାଈପଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ୱାଇଲ୍ଡ ଲାଇଫ୍‌ ଭିଡିଓଗୁଡିକ ଖୁବ୍‌ ଭାଇରାଲ ହେଉଛି। ଆପଣମାନେ ସିଂହର ଶିକାର ଓ ହାତୀର ଫନି ଭିଡିଓକୁ ଦେଖିଥିବେ। କିନ୍ତୁ ଏଥର ଏକ ବତକ ଓ ଗାଈଙ୍କ ମଧ୍ୟରେ ଯୁଦ୍ଧ  ଚାଲିଥିବାର ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏଭଳି ମଜାଦାର ଭିଡିଓକୁ ଦେଖି ଆପଣ ମଧ୍ୟ ହସି ହସି ଗଡ଼ିଯିବେ। ଏକାକୀ ବତକଟି ଗାଈମାନଙ୍କ ସହିତ ଗଣ୍ଡଗୋଳ କରୁଛି। ଯେତେବଳେ ଏକ ଗାଈ ବତକକୁ ଆକ୍ରମଣ କରିବାକୁ ଆସୁଛି, ସେତେବେଳେ ବତକଟି ଖୁମ୍ପି ଖୁମ୍ପି ଗାଈଟିକୁ ପଛକୁ ଠେଲି ଦେଉଛି। ଏହି ଭିଡିଓକୁ ଆଇପିଏସ୍‌ ଅଧିକାରୀ ଦୀପାଂଶୁ କାବ୍ରା ତାଙ୍କ ଟ୍ୱିଟ୍‌ରେ ଶେୟାର କରିଛନ୍ତି।

ଭିଡିଓରେ ଦେଖିବାକୁ ମିଳୁଛି ଯେ ଖାଲି ପଡିଆରେ ଏକ କାନାଡ଼ିଆନ୍‌ ବତକ ଠିଆ ହୋଇଛି। ବତକ ପାଖରେ ଗାଈମାନେ ଛିଡ଼ା ହୋଇଛନ୍ତି। ଏହି ସମୟରେ ଏକ ଗାଈ ବତକ ଆଡକୁ ଆସୁଛି, କିନ୍ତୁ ବତକଟି ଭୟଭୀତ ନହୋଇ ଧର୍ଯ୍ୟର ସହିତ ଠିଆ ହୋଇ ଗାଈର ସାମ୍ନା କରିଥିଲା। ଗାଈଟି ପାଖକୁ ଆସିବା ମାତ୍ରେ ବତକଟି ଖୁମ୍ପି ଖୁମ୍ପି ଗାଈକୁ ପଛକୁ ଠେଲି ଦେଉଛି। ତା’ପରେ ପୁଣି ଏକ ଗାଈ ଆସୁଛି, ବତକଟି ପୂର୍ବପରି ଖୁମ୍ପିବାରେ ଲାଗିଛି।

ଏହି ଭିଡିଓଟି ୩ବର୍ଷର ପୁରୁଣା ଭିଡିଓ ବୋଲି କୁହାଯାଉଛି। ସେତେବେଳେ ବି ଏହି ଭିଡିଓ ଖୁବ୍‌ ଭାଇରାଲ ହୋଇଥିଲା। ଏଥର ଆଇପିଏସ୍‌ ଦୀପାଂଶୁ କୋବ୍ରା ଏହି ଭିଡିଓକୁ ଶେୟାର କରିଛନ୍ତି। କ୍ୟାପସନରେ ଲେଖିଛନ୍ତି,‘ ଭୟଠାରୁ ଅଧିକ ବଡ ଦ୍ୱନ୍ଦ୍ୱ କିଛି ନାହିଁ’।

ଏହି ଭିଡିଓ ଜୁନ୍ ୨୯ରେ ସେୟାର କରାଯାଇଛି, ଭିଡିଓଟିରେ ଏପର୍ଯ୍ୟନ୍ତ ୨.୬ ଲକ୍ଷ ଭ୍ୟୁଜ୍‌ ମିଳିଛି। ୧୬ହଜାରରୁ ଅଧିକ ଲାଇକ୍‌ ମିଳିଥିବାବେଳେ ୩ହଜାରରୁ ଅଧିକ ରିଟ୍ୱିଟ୍‌ କରାଯାଇଛି। ଲୋକମାନେ ଟ୍ୱିଟ୍‌ରେ ବତକର ସାହାସକୁ ପ୍ରଶଂସା କରିଛନ୍ତି।

 

ଆହୁରି ପଢ଼ନ୍ତୁ

ଯେମିତି ନିର୍ବାଚନ, ସେଇ ପଦ୍ଧତିରେ ହେବ ଦେଶରେ କୋଭିଡ୍ ଟିକାକରଣ

ଆର୍‌ବିଆଇ ଗଭର୍ଣ୍ଣରଙ୍କୁ କରୋନା

ସିଏଏକୁ ନେଇ ମୋହନ ଭାଗବତଙ୍କ ମନ୍ତବ୍ୟରେ କଡ଼ା ପ୍ରତିକ୍ରିୟା ରଖିଲେ ଅସଦୁଦ୍ଦିନ ଓୱେସୀ

ବାଃ କୋଭିଡ୍‌ ଯୋଦ୍ଧା, ଅସୁସ୍ଥ କରୋନା ରୋଗୀଙ୍କୁ ଅଧକିଲୋମିଟର ପିଠିରେ ବୋହି ଆମ୍ବୁଲାନ୍ସରେ ବସାଇଲେ

ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତକାରୀ ଅଧିକାରୀ ପତ୍ନୀଙ୍କ ଆତ୍ମହତ୍ୟା

ବିହାର ଲୋକେ ନୀତୀଶଙ୍କ ଉପରେ କେବଳ ରାଗୁ ନାହାନ୍ତି, ତାଙ୍କୁ ଘୃଣା ବି କରୁଛନ୍ତି; ତେଜସ୍ୱୀ ଯାଦବ

ରେଳବାଇର କୋଭିଡ୍‌ କେୟାର କୋଚ୍‌ରେ ମହାରାଷ୍ଟ୍ରର ଜଣେ ବି ରୋଗୀ ଆଡ୍‌ମିଶନ ହୋଇ ନାହାନ୍ତି

ଏପଟେ ପୂଜା ସେପଟେ ପତ୍ନୀଙ୍କୁ ହତ୍ୟା ! ପୂଜା ଘର ଭିତରୁ ମିଳିଲା ମୃତଦେହ

ଜେଡିଆର୍‌ ପାର୍ଟି ନେତାଙ୍କୁ ଗୁଳି କରି ହତ୍ୟା ଘଟଣାରେ ବଡ଼ ଖୁଲାସା

‘ଭାରତର କଡ଼ା ଜବାବରେ ଭୟଭୀତ ଚାଇନା’

ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜନାଥ ସିଂ

ମନ କି ବାତ୍‌: ଯବାନଙ୍କ ପାଇଁ ଦୀପ ଜାଳିବାକୁ କହିଲେ ପ୍ରଧାନମନ୍ତ୍ରୀ

You might also like