ଶିକାର ପାଇଁ ଆସିଥିବା ବାଘ ସହ ବତକ ଖେଳିଲା ଲୁଚକାଳି

ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓ ଦେଖିବାକୁ ତ ବେଶ୍‌ ମଜାଦାର । ଛୋଟମାନେ ବି ବଡମାନଙ୍କୁ କେମିତି ଅକଲ ଶିଖାଇ ପାରନ୍ତି ତାହା ବି ଅନୁଭବ କରିପାରିବେ ଏହି ଭିଡିଓକୁ ଦେଖିଲେ। ଛୋଟ ଜଳଚର ଜୀବଟିଏ ବତକ। ହେଲେ କେମିତି ଅକଲ ଖଟାଇ ବାଘକୁ ପାଣି ପିଆଇଲା ଦେଖନ୍ତୁ।

ସୋଶାଲ ମିଡିଆରେ ଏକ ଭିଡଓ ଭାଇରାଲ ହୋଇଛି।  ଭିଡିଓରେ ଦେଖିବାକୁ ମିଳୁଛି ପୋଖରିଟିଏ। ଅଳ୍ପ ପାଣି ଅଛି। ବତକଟିଏ ଖେଳୁଛି। ବତକକୁ ଦେଖି ଶିକାର କରିବା ପାଇଁ ମାଡି ଆସିଲା ବାଘ। ଗୋଟିଏ କି ଦୁଇଟି ନୁହେଁ ଏକାଧିକ ବାଘ। ହେଲେ ବତକକୁ ଶିକାର କରିବା ପାଇଁ ବାଘ ଝାମ୍ପ ମାରିବାବେଳକୁ ବତକଟି ପାଣିରେ ଲୁଚି ଯାଉଛି। ଏମିତି ଥରେ ନୁହେଁ, ବାରମ୍ବାର ଦେଖିବାକୁ ମିଳୁଛି।

ଭିଡିଓ ଦେଖିଲେ ଲାଗୁଛି ଯେମିତି ବତକଟି ବାଘ ସହ ଲୁଚକାଳି ଖେଳୁଛି। ଚାରିଆଡ଼କୁ ଚାହିଁ ଚାହିଁ ବାଘ ବତକ ପାଖକୁ ଆସୁଛି। ଯେମତି ଅତି ନିକଟ ହେଉଛି ବାଘ, ବତକଟି ପାଣିରେ ହଜିଯାଉଛି। ବାଘ ଚାରି ଆଡକୁ ଚାହିଁ ଖୋଜୁଛି ବତକକୁ।

ପ୍ରାୟ ୬ ମିନିଟ୍‌ର ଏହି ଭିଡିଓ ତିନି ସପ୍ତାହ ତଳେ ଫେସ୍‌ ବୁକ୍‌ରେ ପୋଷ୍ଟ ହୋଇଛି। ବର୍ତ୍ତମାନ ସୁଦ୍ଧା ୪ ମିଲିୟନରୁ ଅଧିକ ଲୋକ ଏହାକୁ ଦେଖିଲେଣି। ୧୫ ହଜାର ସେୟାର ହେବା ସହ ୨୮ ହଜାରରୁ ଅଧିକ ରେସ୍‌ପନ୍ସ ମିଳିଲାଣି।

 

Wow! The bravest duck in the world plays with tigers in the lake😮😮😂

Duck : I am sorry. You must be great on land. But this is my territory Sir.😂😂 #Animals Group: Daily Animals Life

Happy. यांनी वर पोस्ट केले बुधवार, २५ डिसेंबर, २०१९

 

 

 

 

 

 

You might also like