ଦାଦି ଜାନକୀଙ୍କ ପରଲୋକ; ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଅମଦାବାଦ: ପ୍ରଜାପିତା ବ୍ରହ୍ମାକୁମାରୀ ବିଶ୍ୱବିଦ୍ୟାଳୟର ମୁଖ୍ୟ ପ୍ରଶାସିକା ରାଜଯୋଗିନୀ ଦାଦି ଜାନକୀଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୪ବର୍ଷ ବୟସ ହୋଇଥିଲା। ସେ ଗତ ଦୁଇ ମାସ ଧରି ଅସୁସ୍ଥ ଥିଲେ।  ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଅହମଦାବାଦରେ ଚିକିତ୍ସା କରାଯାଉଥିଲା। ପରେ ତାଙ୍କୁ ରାଜସ୍ଥାନର ଆବୁରୋଡ ସ୍ଥିତ ଗ୍ଲୋବାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ରାଜି ୨ଟାରେ ଦାଦି ଜାନକୀ ତାଙ୍କର ପାର୍ଥିବ ଶରୀର ତ୍ୟାଗ କରିଛନ୍ତି।

ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ମୁଖ୍ୟାଳୟ ଶାନ୍ତିବନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଦାଦି ଜାନକୀ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ନିରନ୍ତର ଉଦ୍ୟମ କରି ଆସୁଥିଲେ।  ଦାଦି ଜାନକୀଙ୍କ ପରଲୋକମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି।

You might also like