ନିଜ ମାଆକୁ ୧୧୮ ଥର ଛୁରୀରେ ହାଣି ହତ୍ୟା କଲା ପୁଅ

ନୂଆଦିଲ୍ଲୀ : ସୀମା ଟପିଲା ନୃସଂଶତା । ସୀମା ଟପିଲା ବର୍ବରତାର । ଏମିତି ଏକ ଘଟଣା ଘଟିଛି ଯାହାକି ଆପଣଙ୍କୁ ବି ଆବାକ କରିଦେବ । ମିଳିଥିବା ସୂଚନା ଅନୁସାରେ, ଜଣେ ୧୭ ବର୍ଷିୟ ନାବାଳକ ନିଜ ମାଆକୁ ୧୧୮ ଥର ଛୁରୀରେ ଆକ୍ରମଣ କରି ହତ୍ୟା କରିଛି । କେବଳ ହତ୍ୟା କରିଛି ତାହା ନୁହେଁ ବରଂ ହତ୍ୟା ପରେ ପୋଲିସକୁ ବଡ ବ୍ୟାଗ ଆଣିବାକୁ କହିଥିଲା । ତେବେ ସ୍କୁଲରୁ ପାଠ ପଢି ଫେରିବା ପରେ ଏମିତି ଆକ୍ରମଣ କରିଥିବା ନେଇ ମିଳିଛି ସୂଚନା । ସ୍ଥାନୀୟ ପ୍ରଶାସନର କହିବା ଅନୁସାରେ ନାବାଳକ ଜଣକ ନିଜ ମାଆର ପ୍ରଥମେ ଗଳା କାଟି ଦେଇଥିଲା ।

ଏହା ପରେ ବାରମ୍ବାର ଛୁରୀରେ ତାଙ୍କ ଶରୀରକୁ କ୍ଷତାକ୍ତ କରିଥିଲା । ତେବେ ଘଟଣାଟି ଏବେକାର ହୋଇନଥିଲେ ବି ଏ ସପ୍ତାହରେ ଖବର ପ୍ରକାଶ ପାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ସମ୍ପୃକ୍ତ ନାବାଳକ ନିଜ ମାଆକୁ ହତ୍ୟା କରିବା ପରେ ପୂରା ଶାନ୍ତ ପଡିଥିଲା । ପୋଲିସକୁ ଯେଉଁ ସମୟରେ ଫୋନ କରିଥଲା ତାହାର ସ୍ୱର ମଧ୍ୟ ପୂରା ନରମ ଥିବା ପୋଲିସ କହିଛି ।  ଫୋନରେ ନାବାଳକ ଜଣକ କହିଥିଲା ଯେ, ମୁଁ ମୋର ମାଆଙ୍କୁ ହତ୍ୟା କରିଛି । ପ୍ରଥମେ ତାଙ୍କ ଗଳା କାଟିଦେଇଥିଲି ପରେ ତାଙ୍କ ଶରୀରକୁ ବାରମ୍ବାର ଛୁରୀରେ କାଟିଥିଲି । ତେବେ ପୋଲିସ ପହଞ୍ଚି ନାବାଳକକୁ ଗିରଫ କରିଥିଲା । ମେଡିକାଲ ରିପୋର୍ଟରୁ ଜଣାଯାଇଛି ଯେ, ନାବାଳକ ଜଣକ ମାନସିକ ରୋଗରେ ପୀଡିତ ଥିଲେ ।

You might also like