• translate
Rajalaxmi Sahoo

ମଥୁରା: କ୍ରାଇମ୍‌ ଶୋ’ ଦେଖି ଜଣେ ନାବାଳକ ତାଙ୍କ ବାପାଙ୍କୁ ହତ୍ୟା କରିବା ସହ ପ୍ରମାଣ ନଷ୍ଟ କରିବାକୁ ମଧ୍ୟ ପଛାଇ ନଥିଲେ। ଉତ୍ତରପ୍ରଦେଶ ମଥୁରାରେ ଏହି ଘଟଣା ଘଟିଥିବା ଗୁରୁବାର ଦିନ ପୋଲିସ୍‌ ସୂଚନା ଦେଇଛି। ୨୦୨୦ ମେ’ରେ ନାବାଳକ ଜଣକ ତାଙ୍କ ବାପାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ମୃତକଙ୍କ ନାଁ ମନୋଜ ମିଶ୍ରା।

ପୋଲିସ୍ ସୂଚନା ଅନୁଯାୟୀ, ‘ମନୋଜ ବହୁତ୍‌ ରାଗୀ ସ୍ୱଭାବର ଥିଲେ। ମେ’୨ରେ ସେ ସମ୍ପୃକ୍ତ ନାବାଳକଙ୍କୁ ବାଡ଼େଇ ଥିଲେ। ଯେତେବେଳେ ମନୋଜ ନାବାଳକଙ୍କ ସାନ ଭଉଣୀକୁ ପିଟୁଥିଲେ ସେହି ସମୟରେ ନାବାଳକ ଜଣକ ଲୁହା ରଡ୍‌ରେ ବାପାଙ୍କ ମୁଣ୍ଡକୁ ଶକ୍ତ ପ୍ରହାର ଦେଇଥିଲେ। ବ୍ୟକ୍ତି ଜଣକ ଅଚେତ୍‌ ହୋଇପଡ଼ିବା ପରେ ଶରୀରରେ ଯେମିତି କୌଣସି ଫିଙ୍ଗର୍‌ପ୍ରିଣ୍ଟ ରହିବ ନାହିଁ ସେଥିପାଇଁ ନାବାଳକ ଜଣକ କପଡ଼ା ସାହାଯ୍ୟରେ ତାଙ୍କ ଗଳା ଚିପି ଦେଇଥିଲେ। ଏହାପରେ ସମ୍ପୃକ୍ତ ନାବାଳକ ମା’ଙ୍କ ସହାୟତାରେ ମୃତଦେହକୁ ସ୍କୁଟିରେ ନେଇ ଏକ ଖାଲି ସ୍ଥାନରେ ପୋଡ଼ି ଦେଇଥିଲେ।’

ଏହି ହତ୍ୟାକାଣ୍ଡ ପରେ ନାବାଳକ ଜଣକ ଏହାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ପ୍ରୟାସ କରିଥିଲେ।

ସବୁଠାରୁ ଆଶ୍ଚର୍ଯ୍ୟର କଥା, ମେ’ ୩୧ ପର୍ଯ୍ୟନ୍ତ ଏ ନେଇ ମୃତକଙ୍କ ପରିବାର ପକ୍ଷରୁ କୌଣସି ଅଭିଯୋଗ ହୋଇନଥିଲା। ତେଣୁ ଏହି ସମୟରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ନଷ୍ଟ କରାଯାଇଥିବା କୁହାଯାଉଛି।

ପୋଲିସ୍‌ ଆହୁରି ସୂଚନା ଦେଇଛି, ‘ ଉକ୍ତ ନାବାଳକ ମୋବାଇଲ୍‌ ଫୋନ୍‌ରେ ଏକ କ୍ରାଇମ୍‌ ସିରିଅଲ୍‌ରେ ଅପରାଧ ସଂକ୍ରାନ୍ତୀୟ ଭିଡିଓ ଦେଖୁଥିଲେ। ପୋଲିସ୍‌ର ଜେରାବେଳେ ନାବାଳକ ଓ ତାଙ୍କ ମା’ କାନ୍ଦି କାନ୍ଦି ନିଜର ସ୍ୱୀକାର କରିଥିଲେ।

ପୋଲିସ୍ ନାବାଳକଙ୍କ ଫୋନ୍‌ ଯାଞ୍ଚ କରିବା ସହ ଘଟଣାର ତଦନ୍ତ ଚଳାଇଛି।

Other Stories