କ୍ରୁର ଶାସକର କଡ଼ା ଆଇନ୍ : ପର୍ଣ୍ଣ ଭିଡ଼ିଓ ଦେଖିବାରୁ ନାବାଳକକୁ ତଡ଼ିପାର ନିର୍ଦ୍ଦେଶ ଦେଲେ କିମ୍ ଜୋଙ୍ଗ ଉନ୍

କ୍ରୁର ଶାସକର କଡ଼ା ଆଇନ୍ । ପୁଣି ଚର୍ଚ୍ଚାରେ ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ । ଅଶ୍ଳୀଳ ସିନେମାକୁ  ଦେଶରେ ବ୍ୟାନ କରିଥିବା ବେଳେ ପର୍ଣ୍ଣ ଭିଡ଼ିଓ ଦେଖୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏହି କ୍ରମରେ ଜଣେ ନାବାଳକ ପର୍ଣ୍ଣ ଦେଖିବାରୁ ତାଙ୍କୁ ଓ ତାଙ୍କ ପୂରା ପରିବାରକୁ କଠୋର  ଦଣ୍ଡବିଧାନ କରାଯାଇଛି।

ବିଭିନ୍ନ ଦେଶରେ ପର୍ଣ୍ଣ ଦେଖିବା ଉପରେ କଡ଼ା କଟକଣା ରହିଛି। ପର୍ଣ୍ଣ ଦେଖୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାର ନଜିର ମଧ୍ୟ ରହିଛି। ଏହାରି ଭିତିରେ ଉତ୍ତର କୋରିଆରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଯୁବକ ଜଣକ ରାତିରେ ମା’ବାପାଙ୍କ  ଅନୁପସ୍ଥିତିରେ ପର୍ଣ୍ଣ ଭିଡ଼ିଓ ଦେଖୁଥିବା ସମୟରେ ଜାଣିପାରିଥିଲା ଜୋଙ୍ଗ ପ୍ରଶାସନ।  ଯାଂଚ ପରେ ନିୟୋଜିତ ହୋଇଥିବା ଟିମ୍ ନଜରରେ ଆସିବା ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା, । ଆଉ ଏ ସମ୍ପର୍କରେ ଜଣାପଡ଼ିବା ପରେ ନାବାଳକୁ  ଧରିନେଇଛନ୍ତି ଜୋଙ୍ଗର ଏକଛତ୍ରବାଦୀ ଆର୍ମି।

ଡେଲିଏନକେର ଏକ ରିପୋର୍ଟ ଅନୁସାରେ ଉତ୍ତର କୋରିଆର ଶାସକ  ଅଶ୍ଳୀଳ ସିନେମା ବିରୋଧରେ ଏକ ଅଭିଯାନ ଆରମ୍ଭ କରିଛନ୍ତି। ବିଶେଷ କରି ସ୍କୁଲ ପିଲାଙ୍କ ଉପରେ କଡ଼ା ନଜର ରଖାଯାଉଛି। ନିୟମିତ ବ୍ୟବଧାନରେ ମୋବାଇଲ ଯାଂଚ କରିବା ସହ ଟ୍ରାକିଂ ବ୍ୟବସ୍ଥା ମାଧ୍ୟମରେ ନଜର ରଖାଯାଉଥିଲା । ଫଳରେ ସଂପୃକ୍ତ ଯୁବକ ଏୁଟିଆ ଘରେ ପର୍ଣ୍ଣ ଦେଖିଥିବା କଥା ଜଣାପଡ଼ି ଯାଇଥିଲା ।  ଏବେ ଦଣ୍ଡ  ସ୍ୱରୂପ ନାବାଳକଙ୍କୁ ଓ ତାଙ୍କ ପରିବାରକୁ ଜିଲ୍ଲାରୁ ବିତାଡ଼ିତ କରିଦିଆଯାଇଛି । ଅର୍ଥାତ ତାଙ୍କୁ ଉତ୍ତର କୋରିଆର ଅନଗ୍ରସର ଅଞ୍ଚଳକୁ ପଠାଇ ଦିଆଯାଇଛି । ଅନ୍ୟପଟେ ସଂପୃକ୍ତ ନାବାଳକର ସ୍କୁଲ ପ୍ରିନ୍ସିପାଲଙ୍କୁ ମଧ୍ୟ ଜୋର ଜବରଦସ୍ତି ଲେବର କ୍ୟମ୍ପରେ କାମ କରିବା ପାଇଁ ପଠାଇ ଦିଆଯାଇଛି ।

କିମ୍ ଜୋଙ୍ଗ ଗତ ବର୍ଷ ଅଶ୍ଳୀଳ ସିନେମା ବିରୋଧରେ ଅଭିଯାନ ଆରମ୍ଭ କରିଥିଲେ। ସମାଜର ବିଚାରଧାରା ଉପରେ ଏହା ଟ୍ୟୁମର ପରି ବାଧା ସୃଷ୍ଟି କରୁଥିବା କହି ଦେଶରେ ନିୟମ କଡ଼ାକଡ଼ି କରାଯାଇଥିଲା । ଉତ୍ତରକୋରିଆରେ ପୋର୍ଣ୍ଣ ଭିଡ଼ିଓ ଦେଖିବା ଉପରେ ଲଗାମ ଲଗାଇ‍ବା ପାଇଁ ସ୍ୱତନ୍ତ୍ର ନିୟମ ପ୍ରଣୟନ କରାଯାଇଥିଲା । ଆଉ ଏହି ନିୟମ ଅନୁସାରେ ଅଭିଯୁକ୍ତଙ୍କୁ ୫ରୁ ଆରମ୍ଭ କରି ୧୫ ବର୍ଷ ପର୍ଯ୍ୟନ୍ତ କଠୋର ଦଣ୍ଡ ଦିଆଯାଉଛି।

କେବଳ ଏତିକି ନୁହେଁ ଏପରି ସାମଗ୍ରୀର ଆମଦାନୀ କରୁଥିବା ଲୋକଙ୍କୁ ଲେବର କ୍ୟାମ୍ପ ପଠାଇ ଦେବା ସହ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁ ଦଣ୍ଡ ଦିଆଯାଉଛି ।

ସୂଚନନାଯୋଗ୍ୟ ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ ନିଜର ଶକ୍ତ ନିୟମ ପାଇଁ ସବୁ ବେଳେ ଚର୍ଚ୍ଚାରେ । କରୋନା ମହାମରାରୀ ସମୟରେ ମଧ୍ୟ ସେଠାରେ କଡ଼ା ଗାଇଡ଼ଲାଇଡ଼୍ ଜାରି କରାଯାଇଥିଲା। ଏପରିକି ସଂକ୍ରମଣ ଭୟରେ କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଗୁଳି ମାରି ଦିଆଯାଇଥିବା ଶୁଣିବାକୁ ମିଳିଥିଲା।

You might also like