ଭାରତର ନିମନ୍ତ୍ରଣକୁ ରକ୍ଷା କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ : ଆଉ କହିଲେ…

ଭାରତର ନିମନ୍ତ୍ରଣ ରକ୍ଷା କଲେ ଜନସନ

ନୂଆଦିଲ୍ଲୀ : ନିମନ୍ତ୍ରଣ ରକ୍ଷା କଲେ ବୋରିସ ଜନସନ । ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ମିଳିଥିବା ସୂଚନା ଅନୁସାରେ, ଭାରତ ସରକାରଙ୍କ ପକ୍ଷରୁ କରାଯାଇଥିବା ନିମନ୍ତ୍ରଣକୁ ସ୍ୱୀକାର କରିଛନ୍ତି ବୋରିସ ।  ନିମନ୍ତ୍ରଣ ପତ୍ରକୁ ସ୍ୱୀକାର କରିବା ପରେ ସ୍ଥାନୀୟ ବୈଦେଶିକ ମୁଖପାତ୍ର କହିଛନ୍ତି ଯେ, ଏହା ନିଶ୍ଚିତ ଭାବରେ ଦେଶ ଲାଗି ଗୌରବର ବିଷୟ । ପ୍ରଥମ ଥର ଭାରତ ଗସ୍ତରେ ଆସିବେ ଜନସନ ।

୨୦୨୧ ସାଧାରଣତନ୍ତ୍ର ଦିବସରେ ଯୋଗ ଦେବା ଲାଗି ସମ୍ମତି ଦେବା ପରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଭାରତ ଗସ୍ତରେ ଯିବାକୁ ମୁଁ ବେଶ ଉତ୍ସାହିତ । ଏହି ଗସ୍ତ ବ୍ରିଟେନ ଓ ଭାରତର ଦ୍ୱିପାକ୍ଷିକ ସମ୍ପର୍କ ମଜଭୁତ ହେବ ।ଅନ୍ୟପକ୍ଷରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି, ସାଧାରଣତନ୍ତ୍ର ଦିବସରେ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ଗୋଟିଏ ନୂଆ ଯୁଗର ସଙ୍କେତ ଦେବ।

ଏଥିସହ ଭାରତ-ବ୍ରିଟେନ ସମ୍ପର୍କ ଆଗକୁ ବଢ଼ିବ। କେବଳ ଏତିକି ନୁହେଁ ବରଂ ମିଳିଥିବା ସୂଚନା ଅନୁସାରେ, ଭାରତର ନିମନ୍ତ୍ରଣକୁ ଗ୍ରହଣ କରି ଜନସନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆସନ୍ତାବର୍ଷ ବ୍ରିଟେନରେ ହେବାକୁ ଥିବା ଜି-୭ ବୈଠକରେ ଯୋଗଦେବାକୁ ମଧ୍ୟ ଆମନ୍ତ୍ରଣ କରିଛନ୍ତି। ଆଜି ବ୍ରିଟେନ ବୈଦେଶିକ ସଚିବ ଡୋମିନିକ ରାବ ୪ ଦିନିଆ ଭାରତ ଗସ୍ତରେ ଆସି ଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କୁ ଏୟାରପୋର୍ଟରେ ଭାରତର ବୈଦଶିକ ମନ୍ତ୍ରୀ ଏସ ଜୟଶଙ୍କର ସ୍ୱାଗତ କରିଥିଲେ। ଏହି ସମୟରେ ରାବ ସମସ୍ତ ସୂଚନା ଦେଇଛନ୍ତି।

You might also like