ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବୋରିସ୍‌ ଜନସନ୍‌

ଲଣ୍ଡନ: ଲାଗୁଛି ଯେମିତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ଙ୍କ ବେଳା ଖରାପ ପଡ଼ିଛି ! କିଛି ଦିନ ତଳେ କରୋନାରେ ପୀଡିତ ହୋଇ ମୃତ୍ୟୁ ସହ ସଂଘର୍ଷ କରୁଥିଲେ। ସେଥିରୁ ସୁସ୍ଥ ହୋଇ ନିଜ କାର୍ଯ୍ୟାଳୟକୁ ଫେରିଥିଲେ।  ଏବେ ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବୋରିସଙ୍କ କାର ବୁଧବାର ଲଣ୍ଡନ ସଂସଦ ଭବନ ବାହାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଜଣେ ବିକ୍ଷୋଭକାରୀ ଅଚାନକ ତାଙ୍କ ଗାଡ଼ି ସାମ୍ନାକୁ ଚାଲି ଆସିଥିଲା। ଯାହାଫଳରେ ସେଠାରେ ଥିବା ଅନେକ କାର ଏକ ସମୟରେ ପରସ୍ପର ସହ ଧକ୍କା ଖାଇଥିଲେ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଡାଉନିଂ ଷ୍ଟ୍ରିଟ୍ କହିଛି,  ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି। ପ୍ରଧାନମନ୍ତ୍ରୀଙ୍କ ସାପ୍ତାହିକ ପ୍ରଶ୍ନ (PMQ) ଅଧିବେଶନ କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ହାଉସ ଅଫ୍ କମନ୍ସ ଛାଡିବାର କିଛି ସମୟ ପରେ ଏହି ଘଟଣା ଘଟିଛି। ଘଟଣାର ଚିତ୍ର ସୋସିଆଲ ମିଡିଆରେ ମଧ୍ୟ ପ୍ରସାରିତ ହୋଇଛି।

ହଠାତ୍‌ ଜଣେ ବିକ୍ଷୋଭ ପ୍ରଦର୍ଶନକାରୀ ପ୍ରଧାନମନ୍ତ୍ରୀଙ୍କ ଗାଡି ସାମ୍ନାକୁ ଅଚାନକ ଚାଲି ଆସିଲା, ଡ୍ରାଇଭର ହଠାତ୍‌ ବ୍ରେକ ଦେଇଦେଲେ। ଫଳରେ  ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ନିଯୁକ୍ତ ଏକ ଗାଡି  ତାଙ୍କ ରୂପା ଜାଗୁଆର କାରକୁ ପଛପଟୁ ଧକ୍କା ଦେଇଥିଲା । ଧକ୍କା ଯୋଗୁ ତାଙ୍କ କାରରେ ସ୍କ୍ରାଚ୍ ହୋଇ ଯାଇଛି। ତେବେ ବୋରିସ ଠିକ୍‌ ଥିବା ଜଣାଯାଇଛି।

ଡାଉନିଂ ଷ୍ଟ୍ରିଟର ଜଣେ ପ୍ରବକ୍ତାଙ୍କ କହବା ଅନୁଯାୟୀ, ଉକ୍ତ ବିକ୍ଷୋଭକାରୀ ଜଣେ କୁର୍ଦ୍ଦିଷ୍ଟ କାର୍ଯକର୍ତ୍ତା। ଉକ୍ତ ବ୍ୟକ୍ତିଙ୍କୁ ୱେଷ୍ଟମିନିଷ୍ଟର ପ୍ୟାଲେସ ନିକଟରେ ସ୍କଟଲାଣ୍ଡ ୟାର୍ଡର ଅଧିକାରୀଙ୍କ ଗିରଫ କରିଛନ୍ତି।

ଆହୁରି ପଢ଼ନ୍ତୁ

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

You might also like