ବିଧାୟକ ଓ ସାଂସଦଙ୍କ ଘର ଉପରକୁ ବୋମାମାଡ଼

ଥିରୁଭନନ୍ତପୁରମ୍‌: ଗୋଟିଏପଟେ ସାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ସମଗ୍ର କେରଳରେ ଉତ୍ତେଜନା ଲାଗି ରହିଥିବା ବେଳେ ସେପଟେ ବିଧାୟକ ଓ ସାଂସଦଙ୍କ ଘର ଉପରକୁ ବୋମାମାଡ଼ ହୋଇଥିବା ଜଣାପଡ଼ିଛି।

ପ୍ରଥମେ ବାମପନ୍ଥୀ ଦଳର ବିଧାୟକଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ବୋମା ମାଡ଼ କରିବାର କିଛି ଘଣ୍ଟା ପରେ ବିଜେପି ସାଂସଦଙ୍କ ଘର ଉପରେ ବୋମା ମାଡ଼ କରିଥିଲେ।

ବିଜେପି ସାଂସଦ ଭି ମୁରଲୀଧରନ୍‌ଙ୍କ କନ୍ନୁର ଜିଲ୍ଲା ଥଲାସେରୀ ସ୍ଥିତ ବାସଭବନ ଉପରେ ଏଭଳି ବୋମାମାଡ଼ ହୋଇଛି। ଗତକାଲି ବିଳମ୍ବିତ ରାତିରେ ତାଙ୍କ ପରିବାର ଲୋକ ଘରେ ଶୋଇଥିବା ବେଳେ ଘର ଉପରକୁ ବୋମାମାଡ଼ ହୋଇଥିଲା। ତେବେ ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି। ଏହି ଘଟଣା ପାଇଁ ସେ କମ୍ୟୁନିଷ୍ଟ୍‌ ପାର୍ଟିର ହାତ ରହିଥିବା ଅଭିଯୋଗ କରିଛନ୍ତି।

ସାସଂଦ ମୁରଲୀଧରନ୍‌ଙ୍କ ଘର ଉପରକୁ ବୋମାମାଡ଼ ପୂର୍ବରୁ କମ୍ୟୁନିଷ୍ଟ୍‌ ଦଳର ବିଧାୟକ ଏନ୍‌ ସମଶେରଙ୍କ ଘର ଉପରକୁ ବୋମାମାଡ଼ ହୋଇଥିଲା। ଏହି ଘଟଣା ପଛରେ ସେ ଆର୍‌ଏସ୍‌ଏସ୍‌ର ହାତ ରହିଥିବା ଅଭିଯୋଗ କରିଛନ୍ତି।

ସାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ କେରଳରେ ଉତ୍ତେଜନା ଲାଗି ରହିଛି। ଶାନ୍ତି ଫେରାଇ ଆଣିବାକୁ ଆୟୋଜିତ ଏକ ବୈଠକରେ ଯୋଗଦେଇ ସମଶେର ଫେରୁଥିବା ବେଳେ ଏହି ବୋମା ମାଡ଼ ହୋଇଥିଲା। ଏହି ଘଟଣାରେ ପୁଲିସ୍‌ ୨୨ ଜଣଙ୍କୁ  ଅଟକ ରଖି ପଚରାଉଚରା କରୁଛି।

ଆହୁରି ପଢ଼ନ୍ତୁ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

You might also like