ଅର୍ଣ୍ଣବଙ୍କ ଜାମିନ ଆବେଦନ ନାମଞ୍ଜୁର କଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ବମ୍ବେ ହାଇକୋର୍ଟ ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିବାକୁ ମନା କରିଦେଇଛନ୍ତି ଜଷ୍ଟିସ୍ ଏସ୍ ସିନ୍ଦେ ଏବଂ ଏମ୍.ଏସ୍ କର୍ଣ୍ଣିକଙ୍କୁ ନେଇ ଗଠିତ ବେଞ୍ଚ ଆଜି ଏହି ଶୁଣାଣି କରିଥିଲେ।

ଅର୍ଣ୍ଣବଙ୍କ ପକ୍ଷରୁ ଆଡଭୋକେଟ ହରିଶ ସାଲଭେ ଏବଂ ଅବଦ ପୋଣ୍ଡା ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଥିଲେ। ହେଲେ ଖଣ୍ଡପୀଠ ସ୍ପଷ୍ଟ କରିଥିଲେ ଯେ ହାଇକୋର୍ଟରେ ଏହି ମାମଲା ଧାରା ୪୩୯ ଅନୁଯାୟୀ ନିୟମିତ ଜାମିନ ମିଳିପାରିବ ନାହିଁ।

ଯଦି ଏପରି ଆବେଦନ କରାଯାଏ, ତେବେ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ମାମଲା ଦାଖଲ ହେବାର ଚାରି ଦିନ ମଧ୍ୟରେ ସମ୍ପୃକ୍ତ କୋର୍ଟ ଅର୍ଥାତ୍ ତଳ କୋର୍ଟ ଏ ସଂପର୍କରେ ସ୍ଥିର କରିବେ।

୫୩ ବର୍ଷୀୟ ଇଣ୍ଟେରିଅର୍‌ ଡିଜାଇନରଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା ମାମଲାରେ ପୋଲିସ୍‌ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରିଥିଲା। ୨୦୧୮ରେ ଏହି ଆତ୍ମହତ୍ୟା ଘଟଣା ଘଟିଥିଲା।

You might also like