୧ ଲକ୍ଷ ବେରୋଜଗାରିଆଙ୍କୁ ଚାକିରି ଦେବେ ସୋନୁ ସୁଦ୍
ମୁମ୍ବାଇ: ନିଜ ପାଇଁ ନୁହେଁ, ସବୁବେଳେ ଅନ୍ୟ ପାଇଁ ଚିନ୍ତା କରି ଚର୍ଚ୍ଚାରେ ଥିବା ରିୟଲ ହିରୋ ସୋନୁ ସୁଦ୍ ପୁଣି ଏବେ ଚର୍ଚ୍ଚାରେ। କରୋନା ପରି ମହାବିପତ୍ତି ସମୟରେ ଗରିବ, ଅସହାୟ ପରିବାରକୁ ଯଥା ସମ୍ଭବ ସାହାଯ୍ୟ ଯୋଗାଇ ଆସିଛନ୍ତି। କେତେବେଳେ ବିଦେଶରେ ଫସି ରହିଥିବା ଛାତ୍ରଙ୍କୁ ଦେଶକୁ ଫେରାଇ ଆଣିଛନ୍ତି ତ କେତେବେଳେ ଚାଷୀଙ୍କୁ ଟ୍ରାକ୍ଟରୂ ଦେଇଛନ୍ତି। ପୁଣି କେତେବେଳେ ଅନ୍ଲାଇନ୍ କ୍ଲାସ ପାଇଁ ମୋବାଇଲ ଯୋଗାଇଛନ୍ତି। ହେଲେ ସେ ଏବେ ଯାହା କରିବାକୁ ଯାଉଛନ୍ତି ସେଥିରେ ଜଣେ ନୁହେଁ କି ୧୦ ଜଣ ନୁହେଁ ବରଂ ୧୦ କୋଟି ଲୋକ ଉପକୃତ ହୋଇପାରିବେ।
ସୋନୁ ସୁଦ୍ ତାଙ୍କର ଏହି ମହାନ ଲକ୍ଷ୍ୟ ବିଷୟରେ ଟୁଇଟ କରି ସୂଚନା ଦେଇଛନ୍ତି। ଏଥିରେ ଦେଶର ୧ ଲକ୍ଷ ବେକାର ଲୋକଙ୍କୁ ଚାକିରି ଦେଇପାରିବ ସେ ବିଷୟରେ ଉଲ୍ଲେଖ କରିଛନ୍ତି। ସୋନୁ ନିଜ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି, ‘ନୂଆ ବର୍ଷ..ନୂଆ ଆଶା। ନୂଆ ଚାକିରିର ସୁଯୋଗ ଏବଂ ଅବସରକୁ ଆପଣଙ୍କୁ ପାଖକୁ ଆଣିଛି। ଏବେ ରୋଜଗାର ମାଧ୍ୟମ ହେଉଛି ଗୁଡୱର୍କର। ଆଜି ହିଁ ଗୁଡ୍ଓର୍କର ଆପ୍ଲିକେଶନ ଡାଉନ୍ଲୋଡ କରନ୍ତୁ ଏବଂ ସୁନ୍ଦର ଭବିଷ୍ୟତ ଉପରେ ଭରସା ରଖନ୍ତୁ।’
ଏଥିସହିତ ସୋନୁ ସୁଦ୍ ଏହି ଆପ୍କୁ ଡାଉନଲୋକ କରିବା ପାଇଁ ଏକ ଲିଙ୍କ ମଧ୍ୟ ସେୟାର କରିଛନ୍ତି। ସୋନୁ କହିଛନ୍ତି, ଏହି ଆପ୍ ଜରିଆରେ ୧୦ କୋଟି ଲୋକଙ୍କ ଜୀବନ ବଦଳାଇବା ପାଇଁ ଚେଷ୍ଟା କରୁଛି। ଚାକିରି ଖୋଜି ଖୋଜି ହତାଶ ହୋଇଥିବା ବ୍ୟକ୍ତି ସୋନୁଙ୍କର ଏହି ଟୁଇଟ୍ ପଢିବା ପରେ ବେଶ ଉତ୍ସାହିତ ହୋଇ ପଡ଼ିଛନ୍ତି। କେତେକ ୟୁଜର୍ସ ଏଥିରେ କମେଣ୍ଟ ଦେଇ ସୋନୁଙ୍କର ଏହି ସାହସିକ ପଦକ୍ଷେପକୁ ତାରିଫ କରିଛନ୍ତି।
ଏଥି ସହିତ ଆକ୍ଟର ସୋନୁ ସୁଦ୍ ଝାରଖଣ୍ଡର ଜଣେ ଶୁଟରଙ୍କ ସହାୟତା କରିବା କଥା ମଧ୍ୟ ଘୋଷଣା କରିଛନ୍ତି। ଏହି ଶୁଟରଙ୍କୁ ସୋନୁ ଏକ ଜର୍ମାନ ରାଇଫଲ ଦେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ଏହା ବ୍ୟତୀତ ସୋଶାଲ ମିଡିଆ ଜରିଆରେ ମହିଳା କ୍ରୀଡାବିଦ୍ କୋନିକା ଲାୟକଙ୍କୁ ସାହାଯ୍ୟ କରିବାକୁ ମଧ୍ୟ ଘୋଷଣା କରିଛନ୍ତି।
नया साल, नई उम्मीदें
नई नौकरी के अवसर….
और उन अवसरों को आपके करीब लाते, नए हम।
प्रवासी रोज़गार अब है गुडवर्कर।
आज ही गुडवर्कर एप्लिकेशन को डाउनलोड करें और बेहतर कल की उम्मीद करें
App Link: https://t.co/GMX1RW36s5#AbIndiaBanegaKaamyaab #GoodWorker #NaukriPaanaHuaAasaan pic.twitter.com/yV6XTZ5RtD— sonu sood (@SonuSood) March 14, 2021
ସୂଚନାଥାଉ କି, ଅନ୍ୟକୁ ସାହାଯ୍ୟ କରିବାକୁ ନିଜର ୧୦ କୋଟି ଟଙ୍କାର ସମ୍ପତ୍ତିକୁ ବନ୍ଧକ ରଖିଥିଲେ ସୋନୁ । ଜୁହୁରେ ଅବସ୍ଥିତ ନିଜର ସମ୍ପତ୍ତି ୨ ଟି ଦୋକାନ ଏବଂ ୬ ଟି ଦାମି ଫ୍ଲାଟକୁ ବନ୍ଧକ ରଖିଥିଲେ ସୋନୁ। ଏହି ସମ୍ପତ୍ତି ସୋନୁ ଓ ତାଙ୍କ ଧର୍ମପତ୍ନୀଙ୍କ ନାମରେ ରହିଥିଲା।
କରୋନା ବିପତ୍ତି ବେଳେ ଅସହାୟଙ୍କ ସାହା ପାଲଟିଥିଲେ ଅଭିନେତା ସୋନୁ ସୁଦ। ତାଙ୍କର ଏହି ମହନୀୟତା ପାଇଁ ବିଭିନ୍ନ ଆଡୁ ଛୁଟିଥିଲା ପ୍ରଶଂସାର ସୁଅ। ତାଙ୍କର ଏହି ମହନୀୟତା ପାଇଁ ସମ୍ମାନଜନକ ସ୍ୱତନ୍ତ୍ର ମାନବିକତା ଆକ୍ସନ୍ ପୁରସ୍କାର (UNDP)ରେ ତାଙ୍କୁ ସମ୍ମାନିତ କରିଥିଲା ମିଳିତ ଜାତିସଂଘ।