ମୋତେ ସମର୍ଥନ କରିବା ପରିବର୍ତ୍ତେ ବିଜେପି ଶିବସେନା ଗୁଣ୍ଡାଙ୍କୁ ସମର୍ଥନ କରିବା ଉଚିତ୍‌ ଥିଲା-କଙ୍ଗନା

ମୁମ୍ବଇ: ମହାରାଷ୍ଟ୍ର ସରକାର ଏବଂ ଶିବସେନା ସହ ବଲିଉଡ ତାରକା କଙ୍ଗନା ରଣା:ତଙ୍କର ବିବାଦ ଚାଲିଥିବାବେଳେ କଙ୍ଗନା ଶିବସେନା ନେତା ସଞ୍ଜୟ ରାଉତଙ୍କ ଉପରେ ବର୍ଷିଛନ୍ତି । ବିଜେପି କଙ୍ଗନାଙ୍କୁ ସମର୍ଥନ କରୁଥିବା ସଞ୍ଜୟ ରାଉତ ଅଭିଯୋଗ କରିଛନ୍ତି । ସଞ୍ଜୟଙ୍କ ଏପରି ଅଭିଯୋଗକୁ ନେଇ କଙ୍ଗନା ତେର୍‌ଛା ବାଣ ଛାଡ଼ିଛନ୍ତି ।
କଙ୍ଗନା କହିଛନ୍ତି, ‘ ଦୁଭାର୍ଗ୍ୟ ଯେ, ଡ୍ରଗ୍‌ସ ଏବଂ ମାଫିଆ ରାକେଟର ଭଣ୍ଡାଫୋଡ କରୁଥିବା ମହିଳାଙ୍କୁ ବିଜେପି ସମର୍ଥନ କରୁଛି । ଏହା ନ କରି ସେମାନେ ମୋତେ ମାରିବା, ରେପ କରିବା ଏବଂ ଲିଞ୍ଚି କରିବାରେ ଶିବସେନା ଗୁଣ୍ଡାଙ୍କୁ ସମର୍ଥନ କରିବା ଉଚିତ୍‌ ଥିଲା । ନା ସଞ୍ଜୟ ଜୀ ? ମାଫିଆଙ୍କ ବିରୋଧରେ ଠିଆ ହୋଇଥିବା ଜଣେ ମହିଳାଙ୍କୁ ସେମାନେ ସୁରକ୍ଷା ଦେବାକୁ କିପରି ସାହାସ କରିପାରିଲେ ?’
ଏଠାରେ କହି ରଖିବୁ, କଙ୍ଗନା ସେପ୍ଟେମ୍ବର ୯ ତାରିଖ ତାଙ୍କ ମୁମ୍ବାଇ ସ୍ଥ୍‌ିତ ଘରକୁ ଆସିଥିଲେ । ସେପ୍ଟେମ୍ବର ୧୪ ତାରିଖ ମୁମ୍ବାଇରୁ ଫେରିବା କାର୍ଯ୍ୟକ୍ରମ ରହିଛି । ଅଭିନେତ୍ରୀ କଙ୍ଗନା ଅଭିଯୋଗ ଆଣିଛନ୍ତି, ଶିବସେନା ସହ ତାଙ୍କର ବିବାଦକୁ ନେଇ ମହାରାଷ୍ଟ୍ର ସରକାର ତାଙ୍କୁ ଟାର୍ଗେଟ କରିଛନ୍ତି । ଶିବସେନା ନିର୍ଦ୍ଦେଶରେ ବିଏମସି ଅବୈଧ ନିର୍ମାଣ ଅଭିଯୋଗ ଆଣି କଙ୍ଗନାଙ୍କ ଅଫିସକୁ ଭାଙ୍ଗି ଦେଇଥିଲା । ଅବଶ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହାକୁ ବନ୍ଦ କରିଥିଲା ବିଏମ୍‌‌ସି ।


ଏଠି କହିରଖିବୁ, ମୁମ୍ବାଇ ପୋଲିସ ଏବଂ ମହାରାଷ୍ଟ୍ର ସରକାରଙ୍କୁ ନେଇ କଙ୍ଗନା ଏକ ବୟାନରେ କହିଥିଲେ ଯେ ସେ ମୁମ୍ବାଇରେ ନିଜକୁ ଅସୁରକ୍ଷିତ ମନେକରୁଛି । ଏହା ପରେ ଶିବସେନା ନେତା ସଞ୍ଜୟ ରାଉତ୍‌ କଙ୍ଗନାଙ୍କୁ ମୁମ୍ବାଇ ନ ଫେରିବାକୁ କହିଥିଲେ । ରାଉତଙ୍କ ଏପରି ବୟାନ ପରେ କଙ୍ଗନା ମୁମ୍ବାଇକୁ ପାକ୍‌ ଅଧୀକୃତ କାଶ୍ମୀର ସହ ତୁଳନା କରିଥିଲେ । ଏହାପରେ ଶିବସେନା-କଙ୍ଗନା ବିବାଦ ଆହୁରି ତେଜି ଉଠିଥିଲା ।

 

ଆହୁରି ପଢ଼ନ୍ତୁ

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

You might also like