ସୁଶାନ୍ତଙ୍କ ପରି ଏମାନେ ଅଦିନରେ ମଉଳି ଯାଇଛନ୍ତି

ମୁମ୍ବଇ: ବଲିଉଡ୍‌ର ଅନେକ ଫିଲ୍ମରେ କାମ କରି ଦର୍ଶକଙ୍କ ମନକୁ ଜିତିଥିବା ଅଭିନେତା ସୁଶାନ୍ତି ସିଂହ ରାଜପୁତଙ୍କ ଅକାଳ ବିୟୋଗରେ କେବଳ ବଲିଉଡ କାନ୍ଦୁନି । ସାରା ଦେଶରେ ଥିବା ତାଙ୍କ ପ୍ରଶଂସକ ସ୍ତବ୍ଧ ହୋଇଯାଇଛନ୍ତି । ଏମିତି ଏକ ଘଟଣାକୁ କେହି ବିଶ୍ୱାସ କରିପାରୁ ନାହାନ୍ତି ।

ତେବେ କାହିଁକି ସୁଶାନ୍ତ ଏମିତି ଚରମ ପଦକ୍ଷେପ ନେଲେ ? କ’ଣ ଅସୁବିଧା ହୋଇଥିଲା ତାଙ୍କର ? ଫ୍ୟାନ୍ସମାନେ ତାଙ୍କର ମୃତ୍ୟୁର କାରଣ ଖୋଜୁଛନ୍ତି ।

ବଲିଉଡର ଅଭିନେତା, ଗ୍ଲାମର ଦୁନିଆର ହିରୋ..ଏମାନଙ୍କ ଜୀବନକୁ ନେଇ ସାଧାରଣ ଲୋକଙ୍କ ମନରେ ଏକ ପ୍ରକାର ରଙ୍ଗୀନ ଧାରଣା ଥାଏ । ତଥାପି ଏମାନେ କାହିଁକି ଆତ୍ମହତ୍ୟା କରନ୍ତି ? କ’ଣ ଥାଏ ଏମାନଙ୍କର ଦୁଃଖ ? ବଲିଉଡରେ ପ୍ରଥମ ଥର ପାଇଁ ଜଣେ ଅଭିନେତା ଆତ୍ମହତ୍ୟା କରିନାହାନ୍ତି । ଏହା ପୂର୍ବରୁ ୧୦ ବଲିଉଡ୍‌ ଷ୍ଟାର ଆତ୍ମହତ୍ୟା କରି ସାରିଛନ୍ତି ।

୧) ଗୁରୁ ଦତ୍ତ

୧୯୬୪ ମସିହାରେ ସିନେମା ଦୁନିଆର ପ୍ରଖ୍ୟାତ ଆକ୍ଟର ଗୁରୁଦତ୍ତଙ୍କ ଅକାଳ ମୃତ୍ୟୁ ସାରା ଦେଶକୁ ଚମକାଇ ଦେଇଥିଲା । ଅବଶ୍ୟ ସେ ଆତ୍ମହତ୍ୟା କରିଥିଲେ କି ଅତ୍ୟଧିକ ନିଶା ସେବନ ଯୋଗୁ ତାଙ୍କର ମୃତ୍ୟୁ ଘଟିଲା ତାହା ସ୍ପଷ୍ଟ ହୋଇ ନ ଥିଲା । ତେବେ ତାଙ୍କ ଘର ଭିତରୁ ଗୁରୁଦତ୍ତଙ୍କ ମୃତଦେହ ମିଳିଥିଲା ।


୨) ଦିବ୍ୟା ଭାରତୀ

ବଲିଉଡ୍ ଅଭିନେତ୍ରୀ ଦିବ୍ୟା ଭାରତୀଙ୍କ ୧୯୯୩ ମସିହାରେ ଅକାଳ ବିୟୋଗ ଘଟିଥିଲା । ମାତ୍ର ୧୯ ବର୍ଷ ବୟସରେ ଦିବ୍ୟା ତାଙ୍କ ଘରର ୫ ମହଲା କୋଠାରୁ ଡେଇଁ ପଡ଼ିଥିଲେ । ଖୁବ୍‌ କମ୍‌ ବୟସରେ ଦିବ୍ୟା ଅନେକ ହିଟ୍‌ ଫିଲ୍ମରେ କାମ କରିଥିଲେ । ତେବେ ତାଙ୍କର ମୃତ୍ୟୁକୁ କେହି ଆତ୍ମହତ୍ୟା କହୁଥିବାବେଳେ କେହି ଦୁର୍ଘଟଣା ବୋଲି କହନ୍ତି । ଆଜି ବି ତାଙ୍କ ମୃତ୍ୟୁ ରହସ୍ୟ ଘେରରେ ।


୩) ସିଲ୍କ ସ୍ମିତା

ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ବିଜୟଲକ୍ଷ୍‌ମୀ ବଦଲାପତି ଯାହାଙ୍କୁ ଫିଲ୍ମ ଦୁନିଆରେ ସିଲ୍କ ସ୍ମିତା ଭାବେ ଚିହ୍ନନ୍ତି । ସାଉଥ୍‌ ଫିଲ୍ମରେ ସିଲ୍କ ସ୍ମିତା ତାଙ୍କର ବୋଲ୍ଡ ଅନ୍ଦାଜ୍‌  ପାଇଁ ବେଶି ଜଣାଶୁଣା । ୧୯୯୬ରେ ମାତ୍ର ୩୫ ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ ଘଟିଥିଲା । ଚେନ୍ନାଇସ୍ଥିତ ତାଙ୍କ ନିଜ ଘରୁ ପୋଲିସ ତାଙ୍କର ମୃତ ଦେହ ଉଦ୍ଧାର କରିଥିଲା । ତାଙ୍କ ମୃତ୍ୟୁର କାରଣ ଆଜି ରହସ୍ୟ ଭିତରେ ରହିଛି ।


୪) ଜିୟା ଖାନ୍

ନିିଶବ୍ଦ ଏବଂ ଗଜନୀ ପରି ଫିଲ୍ମରେ ଅଭିନୟ କରିଥିବା ଅଭିନେତ୍ରୀ ଜିୟା ଖାନ୍‌ ଆତ୍ମହତ୍ୟା ଖବର ସାରା ବଲିଉଡକୁ ସ୍ତବ୍ଧ କରି ଦେଇଥିଲା । ୨୫ ବର୍ଷ ବୟସରେ ସେ ନିଜ ଘରେ ଫାଶି ଦେଇ ଆତ୍ମହତ୍ୟା କରିଥିଲେ । ତେବେ ତାଙ୍କର ମା’ ରାବିୟା ଖାନ୍‌ ଏହାକୁ ଆତ୍ମହତ୍ୟା ନୁହେଁ, ହତ୍ୟା ବୋଲି ଅଭିଯୋଗ ଆଣିଥିଲେ । ସେ ଆଦିତ୍ୟ ପାଞ୍ଚୋଲିଙ୍କ ପୁଅ ସୁରଜଙ୍କୁ ଆତ୍ମହତ୍ୟାର କାରଣ ବୋଲି ଅଭିଯୋଗରେ ଦର୍ଶାଇଥିଲେ । ଏଠି କହି ରଖିବୁ, ମୃତ୍ୟୁ ପର୍ଯ୍ୟନ୍ତ ଜିଆ ଏବଂ ସୂରଜଙ୍କ ମଧ୍ୟରେ ଲଭ୍‌ ଆଫେୟାର୍ସ ଥିଲା ଆତ୍ମହତ୍ୟା ପୂର୍ବରୁ ଜିୟା ସୁଇସାଇଡ୍‌ ନୋଟ ମଧ୍ୟ ଲେଖିଥିଲେ ।

୫) ପ୍ରତ୍ୟୁଷା

ବାଳିକା ବଧୂର କଳାକାର ତଥା ବିଗ୍‌ ବସର କଣ୍ଟେଷ୍ଟାଣ୍ଡ ପ୍ରତ୍ୟୁଷା ୨୦୧୬ରେ ଆତ୍ମହତ୍ୟା କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୪ ବର୍ଷ ହୋଇଥିଲା । ବୟଫ୍ରେଣ୍ଡଙ୍କ ସହ ତାଙ୍କର ସମ୍ପର୍କ ଏବଂ ଝଗଡ଼ା କାରଣରୁ ଆତ୍ମହତ୍ୟା କରିଥିବା କୁହାଯାଉଛି ।


୬) କୁଶଳ ପଞ୍ଜାବୀ

ଅଭିନେତା କୁଶଳ ପଞ୍ଜାବୀ ଗତ ବର୍ଷ ଡିସେମ୍ବରରେ ମୁମ୍ବଇରେ ଆତ୍ମହତ୍ୟା କରିଥିଲେ । ସଲାମ-ଏ-ଇସ୍କରେ ପ୍ରିୟଙ୍କା ଚୋପ୍ରାଙ୍କ ସହ କାମ କରି ସେ ଦର୍ଶକଙ୍କ ହୃଦୟରେ ନିଜ ପାଇଁ ଜାଗା କିଣି ପାରିଥିଲେ । ଏଥି ସହିତ ୨୦୦୪ରେ ଆସିଥିବା ଫିଲ୍ମ ‘ଲକ୍ଷ୍ୟ’ ଏବଂ ୨୦୦୫ରେ ଆସିଥିବା ‘କାଲ’ ଫିଲ୍ମରେ ମଧ୍ୟ ସେ ଅଭିନୟ କରିଥିଲେ । ଏହା ବ୍ୟତୀତ ଅନେକ ଟେଲି ସିରିୟଲରେ ବି ସେ ଅଭିନୟ କରିଛନ୍ତି ।


୭)କୁଲଜିତ୍‌ ରନ୍ଧୱା

କୁଲଜିତ୍‌ ରନ୍ଧାୱା  ଖାଲି ଜଣେ ମଡେଲ ନ ଥିଲେ, ହିପ୍‌ହିପ୍‌ ହୁର୍‌‌ରେ, କୁମ୍‌କୁମ୍‌, ସ୍ପେଶାଲ ସ୍କ୍ୱାଡ ପରି ଟେଲି ସିରିଏଲ୍‌‌ରେ ମଧ୍ୟ ସେ ଭାଗ ନେଇଥିଲେ ।୨୦୦୬ ଫେବ୍ରୁଆରୀର ୮ ତାରିଖରେ କୁଲଜିତ ଆତ୍ମହତ୍ୟା କରିଥିଲେ । ଏହାର ଅଳ୍ପଦିନ ପୂର୍ବରୁ ସେ ଏକ ମୁଭି ଶୁଟିଂ ଶେଷ କରିଥିଲେ । କୁଲ୍‌‌ଜିତ ତାଙ୍କର ସୁଇସାଇଡ୍‌ ନୋଟ୍‌‌ରେ ଲେଖିଥିଲେ-‘ଜୀବନର ବୋଝ ଉଠାଇ ପାରୁନି। ସେଥିପାଇଁ ଜୀବନକୁ ଶେଷ କରିଦେଉଛି ।‘

୮) ନଫିସା ଜୋସେଫ

ଫେମିନା ମିସ୍‌ ଇଣ୍ଡିଆ ୟୁନିଭର୍ସ ୧୯୯୭ର ବିଜେତା ଥିଲେ ନଫିସା । ମଡେଲିଂ ସହ ଟିଭି ପ୍ରୋଗ୍ରାମ ବି କରୁଥିଲେ । କିନ୍ତୁ ଜୁଲାଇ ୨୯, ୨୦୦୪ରେ ନଫିସା ଆତ୍ମହତ୍ୟା କରିଥିଲେ। କୁହାଯାଏ,  ନଫିସାଙ୍କର ଜଣେ ବ୍ୟବସାୟୀଙ୍କ ସହ ସମ୍ପର୍କ ଥିଲା । ହେଲେ ତା’ ବିବାହ ପୂର୍ବରୁ ସେ ଜାଣିପାରିଲେ ଯେ, ସେ ବିବାହିତ । ତା’ ପରେ ନଫିସା ତାଙ୍କ ସହ ସମ୍ପର୍କ କାଟି ଦେଇଥିଲେ । ହେଲେ ଏହି ଘଟଣା ପରେ ସେ ଏତେ ଭାଙ୍ଗି ପଡ଼ିଥିଲେ ଯେ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଇଥିଲେ ।

୯) ବିବେକା ବାବାଜୀ

ବିବେକା ବାବାଜୀ ମଡେଲ ଏବଂ ଆକ୍ଟିଂ କ୍ଷେତ୍ରରେ ଯେତିକି ଆକ୍ଟିଭ ଆଙ୍କରିଂରେ ମଧ୍ୟ ସେତିକି ଆକ୍ଟିଭ । ୨୦୧୦ ଜୁନ୍‌ ୨୫ ରେ ତାଙ୍କ ଘରୁ ମୃତ ଦେହ ଉଦ୍ଧାର କରାଯାଇଥିଲା । ଘଟଣାର ଯାଞ୍ଚ ପରେ ମୃତ୍ୟୁର କାରଣ ଜଣାପଡ଼ିଥିଲା । ପୋଲିସର କହିବା ଅନୁଯାୟୀ, ବିବେକ ନିଜ ଡାଇରୀରେ ଶେଷ ଶବ୍ଦ ଲେଖିଥିଲେ, ‘ତୁମେ ମୋତେ ମାରିଦେଲ ଗୌତମ ବୋହରା’ । କୁହଯାଏ, ତାଙ୍କ ବୟଫ୍ରେଣ୍ଡ ଗୌତମଙ୍କ ସହ ତାଙ୍କର ସମ୍ପର୍କ ଖରାପ ହେବା ପରେ ବିବେକା ଡିପ୍ରେସନରେ ରହୁଥିଲେ ଯେଉଁଥିପାଇଁ ଏପରି ପଦକ୍ଷେପ ନେଇଥିଲେ ।

 

୧୦) ଦିଶା ଗାଙ୍ଗୁଲି

୯ ଏପ୍ରିଲ ୨୦୧୫ରେ ଟିଭି ଆକ୍ଟ୍ରିସ ଦିଶା ଗାଙ୍ଗୁଲିଙ୍କର ଶବ ତାଙ୍କର ଘରୁ ମିଳିଥିଲା । ସେ ଆତ୍ମହତ୍ୟା କରିଥିଲେ । ତାଙ୍କ ଅକାଳ ମୃତ୍ୟୁକୁ ନେଇ ଅନେକ କଥା ଶୁଣିବାକୁ ମିଳେ । ନିଜ ବୟଫ୍ରେଣ୍ଡ ସହ ତାଙ୍କର ବାହାଘର ପାଇଁ ଆୟୋଜନ ଚାଲିଥିବାବେଳେ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା । ତାଙ୍କର ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ ।

ଆହୁରି ପଢ଼ନ୍ତୁ

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

You might also like