ବଲିଉଡ୍‌ର ଡ୍ରଗ୍ସ ଲିଙ୍କ୍‌କୁ ନେଇ ବର୍ଷିଲେ ଜୟା, କହିଲେ-କିଛି ଲୋକ ବଦନାମ କରୁଛନ୍ତି

ମୁମ୍ବାଇ: ବଲିଉଡ୍‌ର ଡ୍ରଗ୍ସ ଲିଙ୍କ୍ ପ୍ରସଙ୍ଗରେ ରାଜ୍ୟ ସଭାରେ ବର୍ଷିଛନ୍ତି ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ। କେବଳ କିଛି ଲୋକଙ୍କ ପାଇଁ ବଲିଉଡ୍‌କୁ ବଦନାମ କରାଯାଉଥିବା ସେ ଅଭିଯୋଗ ଆଣିଛନ୍ତି। ମୋତେ ଲଜ୍ଜା ଲାଗୁଛି, ଗତକାଲି ସଂସଦରେ ଜଣେ ସାଂସଦ ଯିଏକି ଫିଲ୍ମ ଇଣ୍ଟଷ୍ଟ୍ରିରୁ ଆସିଛନ୍ତି, ସେ ଏହି ଇଣ୍ଡଷ୍ଟ୍ରି ବିରୋଧରେ ମନ୍ତବ୍ୟ ଦେଇଥିଲେ। ହେଲେ ଏପରି ମନ୍ତବ୍ୟ ଲଜ୍ଜାଜନକ ବୋଲି ଜୟା କହିଛନ୍ତି।

ଜୟା ବଚ୍ଚନ କହିଛନ୍ତି, କିଛି ଲୋକଙ୍କ ଯୋଗୁ ପୂରା ଇଣ୍ଡଷ୍ଟ୍ରିକୁ ବଦନାମ କରାଯାଇ ପାରିବ ନାହିଁ।

ଫିଲ୍ମ ଇଣ୍ଡଷ୍ଟ୍ରି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଲକ୍ଷାଧିକ ଲୋକଙ୍କୁ ନିଯୁକ୍ତି ଦେଉଛି। ତେବେ ସୋସିଆଲ୍ ମିଡିଆରେ ବଲିଉଡ୍‌କୁ ବଦନାମ କରିବା ପାଇଁ ଚେଷ୍ଟା କରାଯାଉଥିବା ଜୟା ଅଭିଯୋଗ ଆଣିଛନ୍ତି। ସରକାର ଏ ନେଇ ପଦକ୍ଷେପ  ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

ସେପଟେ କାଲି ବଲିଉଡ୍‌ ଡଗ୍ସ ଲିଙ୍କ ପ୍ରସଙ୍ଗ ଉଠାଇଥିବା ବିଜେପି ସାଂସଦ ରବି କିଷାନ କହିଛନ୍ତି, ମୁଁ ଭାବୁଛି ମୋ ମତକୁ ଜୟା ବଚ୍ଚନ ସମର୍ଥନ କରିବେ। କାହିଁକି ନାଁ ମୁଁ ପୂର୍ବରୁ ବି କହିଥିଲି ଯେ, ଫିଲ୍ମ ଇଣ୍ଡଷ୍ଟ୍ରିରେ ସମସ୍ତେ ଡ୍ରଗ୍ସ ନେଉ ନାହାନ୍ତି। କିଛି ଲୋକେ ଡ୍ରଗ୍ସ କାରବାରରେ ସଂପୃକ୍ତ ରହିବା ସହ ବିଶ୍ୱର ଅନ୍ୟତମ ବୃହତ ସିନେମା ଶିଳ୍ପକୁ ଧ୍ୱଂସ କରିବାକୁ ଷଡ଼ଯନ୍ତ୍ର ଚଳାଇଛନ୍ତି। ଏହି ଷଡଯନ୍ତ୍ରରୁ ବଲିଉଡକୁ ବଞ୍ଚାଇଵା ପାଇଁ ସମସ୍ତେ ଉଦ୍ୟମ କରିବା ଉଚିତ ବୋଲି ରବି କିଷାନ କହିଛନ୍ତି।

ଆହୁରି ପଢ଼ନ୍ତୁ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

You might also like