ବର୍ଷାରେ ଓଦା ହୋଇ ନିଜ ଛୁଆକୁ ଏମିତି ବଞ୍ଚାଇଲା ମୂଷା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ଭାଇରସ। ଏଥିପାଇଁ ଲକ୍‌ଡାଉନ୍ ଜାରି କରାଯାଇଛି। ଏହି ସମୟରେ ରିଲ୍‌ ଲାଇଫରୁ ଦୂରରେ ଥିବା ବଲିଉଡର କଳାକାରମାନେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟଭି ରହୁଛନ୍ତି। ସେମାନେ କିଛି ନା କିଛି ଉପାୟରେ ପ୍ରଶଂସକଙ୍କୁ ମନୋରଞ୍ଜନ କରୁଛନ୍ତି। ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ଅନିର ନିଜ ଟ୍ୱିଟ୍‌ର ହ୍ୟାଣ୍ଡଲରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ଦେଖିବାକୁ ମିଳିଛି ଯେ ଗୋଟେ ଛୋଟ ମା’ ମୂଷାଟି ବର୍ଷାରେ ଓଦା ହୋଇ ନିଜ ଛୁଆମାନଙ୍କୁ କିପରି ବଞ୍ଚାଉଛି।

ଭିଡିଓରେ ଦେଖିବାକୁ ମିଳୁଛି ଯେ ପ୍ରବଳ ବର୍ଷା ହେଉଛି। ବର୍ଷାରେ ମୂଷାର ଗାତରେ ପାଣି ଭର୍ତ୍ତି ହୋଇଯାଉଛି। ଯାହାଫଳରେ ଗାତରେ ତା’ର ଥିବା ଛୋଟ ଛୋଟ  ଛୁଆମାନେ ଓଦା ହେଉଛନ୍ତି। ନିଜ ଛୁଆମାନଙ୍କୁ ବଞ୍ଚାଇବା ପାଇଁ ମୂଷାଟି ଓଦା ହୋଇ ଗାତକୁ ଥରକୁ ଥର ଯାଇ ଛୁଆମାନଙ୍କୁ ଆଣି ଏକ ସୁରକ୍ଷିତ ସ୍ଥାନରେ ଛାଡ଼ୁଛି।

ଏହି ଭିଡିଓକୁ ଅନିର ନିଜ ଟ୍ୱିଟ୍‌ରରେ ଶେୟାର କରି କ୍ୟାପସନରେ ଲେଖିଛନ୍ତି ଯେ ’ରାତିରେ ଶୋଇବା ପୂର୍ବରୁ ଏହେଉଛି  ଦିଲ୍ଲୀର ସବୁଠୁ ହୃଦୟକୁ ଥରାଇ ଦେବାଭଳି ଦୃଶ୍ୟ’। ଅନିରଙ୍କ ଏହି ଟ୍ୱିଟ୍‌ରେ ପ୍ରଶଂସକମାନେ ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ବଲିଉଡ ନିର୍ଦ୍ଦେଶକ ଅନିର ତାଙ୍କର ଅପାରଗ ଚିନ୍ତାଧାରା ପାଇଁ ବେଶ୍‌ ଜଣାଶୁଣା।

ବଲିଉଡ ନିର୍ଦ୍ଦେଶକ ଅନିର ତାଙ୍କ ଫିଲ୍ମ ‘My Brother…Nikhil ’ପାଇଁ ବେଶ୍‌ ଜଣାଶୁଣା।  ଏହି ଫିଲ୍ମରେ ଅଭିତେନା ସଞ୍ଜୟ ସୌରୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହା ବ୍ୟତୀତ ଅନିରଙ୍କ ଆଉ ଏକ ଫିଲ୍ମ ‘I Am’ ପାଇଁ ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି।  ଏହି ଫିଲ୍ମଟି  ସତ୍ୟ ଘଟଣା ଉପରେ ଅଧାରିତ। ୨୦୧୭ ମସିହାରେ ଅନିର ଅଭିନେତ୍ରୀ ରବୀନା ଟଣ୍ଡନଙ୍କୁ ନେଇ ‘Shab’ ଫିଲ୍ମ କରିଥିଲେ। ସେ ତାଙ୍କ ଜୀବନରେ ମୋଟ ୧୩ଟି ପୁରସ୍କାର ଜିତିଛନ୍ତି।

ଆହୁରି ପଢ଼ନ୍ତୁ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

୨୮ରୁ ଏହି ରାଜ୍ୟରେ ଖୋଲିବ ସ୍କୁଲ

You might also like