ଫଟୋ ଶେୟାର କରି ଏମିତି କ୍ୟାପ୍‌ସନ ଦେଲେ ବିଗ୍‌ ବି…ଟ୍ରୋଲ କଲେ ଫ୍ୟାନ୍ସ

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ସୋଶାଲ ମିଡିଆରେ ବହୁତ ଆକ୍ଟିଭ ଅଛନ୍ତି। ସୋଶାଲ ମିଡିଆରେ ଭିନ୍ନ ଭିନ୍ନ  ପ୍ରସଙ୍ଗରେ ନିଜ ମତ ରଖି ବେଶ ଚର୍ଚ୍ଚାକୁ ଆସିଥାନ୍ତି ଅମିତାଭ। ଏଥିସହିତ ନିଜର ଦିନଚର୍ଯ୍ୟା ବିଷୟରେ ମଧ୍ୟ ତାଙ୍କ ଫ୍ୟାନ୍ସମାନଙ୍କ ସହ ଶେୟାର କରିଥାନ୍ତି।

ଅମିତାଭ ତାଙ୍କ ଦିନଚର୍ଯ୍ୟାକୁ ନେଇ ଏକ ଖୁଲାସା କରିଛନ୍ତି। କହିଛନ୍ତି ସେ ଦିନକୁ ୧୫ରୁ ୧୭ ଘଣ୍ଟା କାମ କରେ। ସେ ନିଜର ଏକ ଫଟୋ ସୋଶାଲ ମିଡିଆରେ ଶେୟାର କରି ସେଥିରେ ଏମିତି ଏକ କ୍ୟାପ୍‌ସନ ଦେଇଛନ୍ତି ଯେଉଁଥିପାଇଁ ତାଙ୍କୁ ଖୁବ୍‌ ଟ୍ରୋଲ ହେବାକୁ ପଡ଼ିଛି।


ଅମିତାଭ ନିଜର ଏକ ଫଟୋରେ କ୍ୟାପ୍‌ସନ ଲେଖି ‘ ଗୋଟିଏ କଥା ନିଶ୍ଚିତ ଯେ, ଦୁନିଆରେ ଲୋକଙ୍କ ପାଖରେ ଯଥେଷ୍ଟ ଫୁର୍ସତ ସମୟ ଅଛି।‘

ବିଗ୍‌ ବିଙ୍କ ଏହି କ୍ୟାପ୍ସନ ପଢିବା ପରେ ଫ୍ୟାନ୍ସମାନେ ତାଙ୍କୁ ଜବରଦସ୍ତ ଟ୍ରୋଲ କରିଛନ୍ତି। ଜଣେ ୟୁଜର୍ସ କମେଣ୍ଟ ଦେଇ ଲେଖିଛନ୍ତି, ଲୋକଙ୍କ ପାଖରେ ୩ ଘଣ୍ଟା ଫୁର୍ସତ ଅଛି, ସେଥିପାଇଁ ତ ଆପଣଙ୍କ ପରି ଆକ୍ଟର ନିଜର ଘର ଚଳାଉଛନ୍ତି।

ଅନ୍ୟଜଣେ ୟୁଜର୍ସ ଫଟୋରେ କମେଣ୍ଟ ଦେଇ କହିଛନ୍ତି, ‘ଠିକ୍ କହିଛନ୍ତି। ଆପଣ ଟ୍ୱିଟର ନମ୍ବର ଦିଅନ୍ତୁ। ଏହା ମଧ୍ୟ ଏକ ଫୁର୍ସତର କାମରୁ କମ୍‌ ନୁହେଁ।

ଅନ୍ୟଜଣେ ଲେଖିଛନ୍ତି ‘ଆପଣ ଆମ ନଜରରେ ହିରୋ ଥିଲେ। ଏବେ ଜିରୋ ହୋଇଗଲେ।’ ଅନ୍ୟଜଣେ ୟୁଜର୍ସ ଲେଖିଛନ୍ତି, ‘ ସେଥିପାଇଁ ତ ଆପଣମାନେ ଧନ୍ଦା ଚଲାଉଛନ୍ତି। ନହେଲେ କାହିଁକି ଆମେ ଟଙ୍କା ଏବଂ ସମୟ ନଷ୍ଟ କରି ତୁମ ଫିଲ୍ମ ଦେଖିବୁ ? ହଁ, ଆପଣ ମାନେ ଯେଉଁ ‘ରଇସ’ ହୋଇପାରିଛନ୍ତି ତାହା ଆମର ଫୁର୍ସତର ଦିନ ଅଟେ।’

 

You might also like