ବିଜେପିରେ ମିଶିଲେ ବଲିଉଡ୍ ଅଭିନେତା ସନ୍ନି ଦେଓଲ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିରେ ଆଜି ଯୋଗ ଦେଲେ ଲୋକପ୍ରିୟ ବଲିଉଡ ଅଭିନେତା ସନ୍ନି ଦେଓଲ। ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ, ପୀୟୁଷ ଗୋଏଲଙ୍କ ଉପସ୍ଥିତିରେ ସେ ଆଜି ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି।

ଏଥିସହ  ସେ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି।

ବିଜେପିରେ ସାମିଲ ହେବା ପରେ ସନ୍ନିଙ୍କୁ ପଞ୍ଜାବର ଗୁରଦାସପୁର ଆସନରୁ ନିର୍ବାଚନ ଲଢ଼ିବା ପାଇଁ ଟିକେଟ୍ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।

You might also like