ରାଜନୀତି କରିବେ ସଞ୍ଜୟ ଦତ୍ତ !

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ପୁଣିଥରେ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି। ପାଖାପାଖି ୧୦ ବର୍ଷ ପରେ ସେ ପୁଣିଥରେ ରାଜନିତୀରେ ମନ ବଳାଇଛନ୍ତି। ମହାରାଷ୍ଟ୍ରର ଜଣେ ମନ୍ତ୍ରୀ ଏହି ସମ୍ବନ୍ଧୀୟ ସୂଚନା ଦେଇଛନ୍ତି।

ରାଷ୍ଟ୍ରୀୟ ସମାଜ ପକ୍ଷ (ଆର୍‌ଏସ୍‌ପି)ର ପ୍ରତିଷ୍ଠାତା ତଥା କ୍ୟାବିନେଟ୍ ମନ୍ତ୍ରୀ ମହାଦେବ ଜାନକର ଗତ ରବିବାର ଦିନ କହିଛନ୍ତି ଯେ, ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ସେପ୍ଟେମ୍ବର ୨୫ରେ ତାଙ୍କ ପାର୍ଟିରେ ଯୋଗ ଦେବେ। ଆର୍‌ଏସପି ହେଉଛି ଶାସକ ବିଜେପିର ଏକ ସହଯୋଗୀ ଦଳ।

ପଶୁପାଳନ ଏବଂ ଡାଏରୀ ବିକାଶ ମନ୍ତ୍ରୀ ମହାଦେବ ଜାନକର ଆର୍‌ଏସ୍‌ପିର ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ କହିଥିଲେ ଯେ, ‘ଆମେ ଆମ ପାର୍ଟିର ବିକାଶ ପାଇଁ ଫିଲ୍ମ ଜଗତରେ ମଧ୍ୟ କାମ କରିବା ଆରମ୍ଭ କରିସାରିଲୁଣି। ଯାହା ମୁତାବକ ଅଭିନେତା ସଞ୍ଜୟ ଦତ୍ତ ସେପ୍ଟେମ୍ବର ୨୫ରେ ରାଷ୍ଟ୍ରୀୟ ସମାଜ ପକ୍ଷରେ ଯୋଗ ଦେଉଛନ୍ତି।’

ଉଲ୍ଲେଖ ଯୋଗ୍ୟ, ଅଭିନେତା ସଞ୍ଜୟ ଦତ୍ତ ୨୦୦୯ରେ ସମାଜବାଦୀ ପାର୍ଟିର ଟିକେଟ୍‌ରେ ଲକ୍ଷ୍ମୌରୁ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ପ୍ରାର୍ଥୀ ହୋଇଥିଲେ। ହେଲେ ସେ ସମୟରେ ଅବୈଧ ଅସ୍ତ୍ର ପାଖରେ ରଖିଥିବା ନେଇ ତାଙ୍କ ଉପରେ ଚାଲିଥିବା ମାମଲାରେ ଅଦାଲତ ଦଣ୍ଡ କମାଇବାକୁ ମନାକରିଦେବାରୁ ସେ ନିର୍ବାଚନରୁ ଓହରିଯାଇଥିଲେ।

ଆହୁରି ପଢ଼ନ୍ତୁ

କରୋନା ଚିକିତ୍ସାରୁ ବାଦ୍ ପଡ଼ିପାରେ ପ୍ଲାଜ୍‌ମା ଥେରାପି

ବଜେପି ଛାଡ଼ିଲେ ବରିଷ୍ଠ ନେତା ଏକନାଥ ଖଡ଼ସେ; କହିଲେ, ଫଡ଼ନାଭିସଙ୍କ ପାଇଁ ଛାଡ଼ିଲି ଦଳ

ଆନ୍ଧ୍ର କନକ ଦୁର୍ଗା ମନ୍ଦିର ନିକଟରେ ଭୂସ୍ଖଳନ: ୪ ଫସି ରହିଥିବା ଆଶଙ୍କା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା

ମଦ୍ରାସାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ବିଜେପି ସାଂସଦ

କିଛି ଦିନ ତଳେ କମିଥିଲା, ଏବେ ପୁଣି ବଢ଼ିଲା ସୁନା ଦର

୨୩ ଜଣ ବନ୍ଧୁଙ୍କୁ ନେଇ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ; ବିଲ୍‌ ଦେଖି ଦୌଡି ପଳାଇଲେ ପ୍ରେମିକ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

ପାକିସ୍ତାନରେ ବିସ୍ଫୋରଣ: ୩ ମୃତ

ଶତ୍ରୁ ପାଖରେ ବି ମହନୀୟତା ଦେଖାଇଲେ ଭାରତୀୟ ଯବାନ; ଧରାପଡ଼ିଥିବା ଚୀନ ସେନାଙ୍କୁ ଫେରାଇ ଦେଲେ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

You might also like