ଉତ୍ତରପ୍ରଦେଶରେ କାଉଡ଼ିଆଙ୍କ ଉତ୍ପାତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବୁଲନ୍ଦସହରରେ କାଉଡ଼ିଆଙ୍କ ଉତ୍ପାତ। କାଉଡ଼ିଆମାନେ ଏକ ଅଣଓସାରିଆ ରାସ୍ତାରେ ଯାଉଥିବାବେଳେ ଜଣେ କାଉଡ଼ିଆଙ୍କ ସହ ଏକ ଗାଡ଼ି ସାମାନ୍ୟ ଘଷି ହୋଇ ପଳାଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ କାଉଡ଼ିଆ ପାଟିତୁଣ୍ଡ କରିଥିଲେ।

ତେବେ ପୁଲିସ ଆସିଲା ପରେ ବି ଏଥିରୁ କ୍ଷାନ୍ତ ହୋଇନଥିଲେ କାଉଡ଼ିଆ। ପରେ ପୁଲିସ ସହ ମଧ୍ୟ ପାଟିତୁଣ୍ଡ ଏବଂ ଧସ୍ତାଧସ୍ତି କରିଥିଲେ ଉତ୍ତ୍ୟକ୍ତ କାଉଡ଼ିଆ। ଏପରିକି ପୁଲିସକୁ ଠେଲାପେଲା କରିବା ସହ ପୁଲିସ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ।

ସ୍ଥାନୀୟ ଲୋକେ ମଧ୍ୟ ସେମାନଙ୍କ ଆକ୍ରୋଶର ଶିକାର ହୋଇଥିବା ଅଭିଯୋଗ ହୋଇଛି।

You might also like