ଭ୍ୟାକ୍ସିନ୍‌ ନେବା ପରେବି ବିଧାୟକଙ୍କୁ କରୋନା

ରାଞ୍ଚି: କରୋନା ଟିକା ନେବା ପରେବି ବିଜେପି ବିଧାୟକଙ୍କୁ କରୋନା। ଝାରଖଣ୍ଡ ବୋକାରୋର ବିଜେପି ବିଧାୟକ ବିରଞ୍ଚି ନାରାୟଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ବିଧାନସଭା ବଜେଟ୍‌ ଅଧିବେଶନରେ ଯୋଗଦେବାର ଗୋଟିଏ ଦିନ ପରେ ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ସେ ଝାରଖଣ୍ଡ ବିଧାନସଭାର ମୁଖ୍ୟ ସଚେତକ।

ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା, ଗତ ୧୨ ତାରିଖରେ ସେ କରୋନା ଭ୍ୟାକ୍ସିନ୍‌ର ପ୍ରଥମ ଡୋଜ୍‌ ନେଇଥିଲେ। ହେଲେ ୨୪ ତାରିଖରେ କରୋନାରେ ଆକ୍ରାନ୍ତ ହେବାରୁ ସମସ୍ତଙ୍କ ଚିନ୍ତା ବଢ଼ିଯାଇଛି।ବିରଞ୍ଚି ନାରାୟଣ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସେ ନିଜେ ଏହି ସୂଚନା ଦେଇଛନ୍ତି। ଏଥିସହ ସେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ତୁରନ୍ତ ଟେଷ୍ଟ କରାଇବାକୁ ଅନୁରୋଧ କରିଛନ୍ତି। ପ୍ରଶାସନ ତତ୍ପରତା ପ୍ରକାଶ କରି ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛି।

ସେହିପରି ତାଙ୍କ ପରିବାର ସଦସ୍ୟ, ସିକ୍ୟୁରିଟି ଗାର୍ଡ ଓ ଅନ୍ୟ ଅଧିକାରୀଙ୍କ ନମୁନା ମଧ୍ୟ ଟେଷ୍ଟ କରାଯାଇଛି। ପରୀକ୍ଷା ପରେ ସେମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ, ସେକଥା ଜଣାପଡ଼ିବ।

ଅନ୍ୟପକ୍ଷରେ ମହାରାଷ୍ଟ୍ରରେ ବୁଧବାର ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଦିନକରେ ୧୯୪ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରୁ ରାଜ୍ୟରେ ଆକ୍ଟିକ କେସ୍ ସଂଖ୍ୟା ୯୬୯କୁ ବୃଦ୍ଧି ପାଇଛି।

You might also like