ପୁଣି ଏକ କାରାଖାନା ଦୁର୍ଘଟଣା: ବଏଲର୍‌ ବିସ୍ଫୋରଣ ଯୋଗୁ ୭ ଆହତ

ଚେନ୍ନାଇ: ଛତିଶଗଡର ରାୟଗଡ଼ ପେପର୍‌ ମିଲ୍‌, ବିଶାଖାପାଟନମ୍‌ ଗ୍ୟାସ୍‌ ଲିକ୍ ପରେ ଏବେ ତାମିଲ୍‌ନାଡୁର କୁଡ୍ଡାଲୋର୍‌ରେ ଥିବା ଏକ ପବ୍ଲିକ ସେକ୍ଟର କୋଇଲା କମ୍ପାନୀ ପୁଣି ଏକ ଅଘଟଣ ଘଟିଛି। କମ୍ପାନୀର ବଏଲର୍‌ ବିସ୍ଫୋରଣ ଯୋଗୁ ୭ ଜଣ ଆହତ ହୋଇଛନ୍ତି। ନେଭେଲି ଲିଗ୍‌ନାଇଟ୍‌ କୋର୍‌ପୋରେସନ୍‌(ଏନ୍‌ଏଲ୍‌ସି) ପ୍ଲାଣ୍ଟରେ ଏହି ବିସ୍ଫୋରଣ ଘଟିଛି।

ସଦ୍ୟ ସୂଚନାନୁସାରେ, ଘଟଣାସ୍ଥଳରେ ଏନ୍‌ଏଲ୍‌ସିର ମୁଖ୍ୟ ଅଧିକାରୀଙ୍କ ସମେତ ପୁଲିସ୍‌ ଓ ଅଗ୍ନିସମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ଏନ୍‌ଏଲ୍‌ସି ଇଣ୍ଡିଆ ଲିମିଟେଡ୍‌ କମ୍ପାନୀ ହେଉଛି ଜୀବାଶ୍ମ ଇନ୍ଧନ ଖଣି କ୍ଷେତ୍ରରେ ଏବଂ ତାପଜ ବିଦ୍ୟୁତ୍ ଉତ୍ପାଦନ କରୁଥିବା ଏକ ସରକାରୀ କମ୍ପାନୀ।

You might also like