ମଝି ଦରିଆରେ ହୁତ୍ ହୁତ୍ ହୋଇଛି ଜଳୁଛି ନିଆଁ
ରାମେଶ୍ୱରମ: ମଝି ଦରିଆରେ ନିଆଁ ହୁତ୍ ହୁତ୍ ହୋଇଛି ଜଳୁଛି। ନାଁ କାବୁ କରିହେଉଛି ନା ଆୟତ୍ତ କରିବାକୁ କେହି ସାହାସ କରିପାରୁଛନ୍ତି। ଏଭଳି କିଛି ଘଟଣା ଘଟିଛି ରାମେଶ୍ୱରମ୍ର ପାମ୍ବନ୍ ଉପକୂଳରେ।
କାରଣ ଦରିଆ ବିତରେ ଜଳୁଛି ମତ୍ସଜୀବୀର ବୋଟ୍। ସମୁଦ୍ର ମଧ୍ୟରେ ବହୁ ସଂଖ୍ୟାରେ ମାଛ ଧରା ବୋଟ୍ ଥିବା ବେଳେ ଏଥିରୁ ଗୋଟିଏରେ ହଠାତ୍ ନିଆଁ ଲାଗି ଯାଇଥିଲା। ସଙ୍ଗେ ସଙ୍ଗେ ଜାହାଜଟି ସେଠି ଜଳିବା ଆରମ୍ଭ କରିଥିଲା।
Rameswaram: A boat in Pamban sea caught fire today, no casualties reported; police investigation underway#TamilNadu pic.twitter.com/sl6D9djzY7
— ANI (@ANI) January 23, 2021
ବେସ୍ କିଛି ଘଣ୍ଟା ଜଳିବା ପରେ ଏହାକୁ ଆୟତ୍ତ କରିଥିଲେ ମତ୍ସଜୀବୀ। ହେଲେ ନିଆଁର ପରିମାଣ ଏତେ ଅଧିକା ଥିଲା ଯେ ସମ୍ପୂର୍ଣ୍ଣ ବୋଟ୍ଟି ଜଳିପୋଡ଼ି ପାଉଁଶ ହୋଇଯାଇଛି। ସୌଭାଗ୍ୟବଶତଃ ଡଙ୍ଗାରେ ନିଆଁ ଲାଗିବା ପରେ ତତ୍କ୍ଷଣାତ ମତ୍ସଜୀବୀ ମାନେ ସେଠୁ ଖସି ପଲାଇବାରେ ସକ୍ଷମ ହୋଇଥିଲେ। ବୋଟ୍ରେ ଥିବା ଡିଜେଲ୍ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।