ସମୁଦ୍ରରେ ଓଲଟିଲା ବୋଟ୍

କର୍ଣ୍ଣାଟକ: କର୍ଣ୍ଣାଟକ କୁରୁମ୍‌ଗଡ଼ ଦ୍ୱୀପ ନିକଟ ସମୁଦ୍ରରେ ଓଲଟିଲା ଯାତ୍ରୀବାହୀ ବୋଟ୍। ଆରବ ସାଗର ମଧ୍ୟରେ ହୋଇଥିବା ଏହି ଅଘଟଣରେ ଏବେ ସୁଦ୍ଧା ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ୧୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ଭାରତୀୟ ନୌସେନା ।

ବୋଟ୍‌ରେ ମୋଟ୍ ୨୬ ଜଣ ଯାତ୍ରୀ ଥିଲେ। ନିଖୋଜ ଥିବା ଆଉ ଜଣେ ଯାତ୍ରୀଙ୍କ ସନ୍ଧାନ ଜାରି ରହିଛି।  କାରୱାର୍ ଜିଲ୍ଲା କୁରୁମ୍‌ଗଡ଼ ଦ୍ୱୀପରେ ଥିବା ଏକ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ ଏହି ସମସ୍ତ ଯାତ୍ରୀ।

ତେବେ ବୋଟ୍‌ରେ ଅଧିକ ସଂଖ୍ୟାରେ ଲୋକେ ଥିବାରୁ ଏପରି ଦୁର୍ଘଟଣା ହୋଇଥିବା ସନ୍ଦେହ କରାଯାଉଛି। ଘଟଣା ପରେ ବାୟୁ ସେନା, ନୌସେନା, ଏନ୍‌ଡିଆର୍‌ଏଫ୍, କୋଷ୍ଟଗାର୍ଡ ଏବଂ ସ୍ଥାନୀୟ ମତ୍ସଜୀବୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି।

ନୌସେନାର ସ୍ୱତନ୍ତ୍ର ଜାହାଜ ଉଦ୍ଧାର କାର୍ଯ୍ୟରେ ଲାଗିଛି। ସେହିଭଳି ଚେତକ୍ ହେଲିକପ୍ଟରକୁ ସନ୍ଧାନୀ କାର୍ଯ୍ୟରେ ଲଗାଯାଇଛି।

You might also like