ଅମିତାଭଙ୍କ ବଙ୍ଗଳାକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କଲା ବିଏମ୍‌ସି: ବାହାରେ ଲାଗିଲା ନୋଟିସ୍

ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ବଙ୍ଗଳାକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କଲା ବିଏମ୍‌ସି(ବ୍ରିହାନମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ)। ଏ ନେଇ ଅମିତାଭଙ୍କ ବଙ୍ଗଳା ଜଲ୍‌ସା ବାହାରେ ବିଏମ୍‌ସି ନୋଟିସ୍‌ ମାରି କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରିଛି। ଏଥିସହିତ ଉକ୍ତ ଅଞ୍ଚଳକୁ ସାନିଟାଇଜ୍‌ କରିବା ଆରମ୍ଭ କରିଦେଇଛି ବିଏମ୍‌ସି।

ପୂର୍ବରୁ ଆଜି ସକାଳେ ମୁମ୍ବାଇ ସ୍ଥିତ ଅମିତାଭଙ୍କ ବାସ ଭବନରେ ବିଏମ୍‌ସି ପହଞ୍ଚିଥିଲା। ଘର ଆଖପାଖରୁ ଭିଡ଼ ହଟାଇବାକୁ ମୁମ୍ବାଇ ପୁଲିସ୍ ଘର ବାହାରେ ବ୍ୟାରିକେଡ୍‌ କରି ଉକ୍ତ ଅଞ୍ଚଳକୁ ସିଲ୍ କରିଥିଲା।

ତେବେ କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ କରିବା ସହିତ ଲୋକମାନଙ୍କୁ ସତର୍କ କରାଇଥିବାରୁ ଅମିତାଭଙ୍କୁ ଧନ୍ୟବାଦ ଜଣାଇଛି ବିଏମ୍‌ସି। ଏଥିସହିତ ବାପ ପୁଅଙ୍କର ତୁରନ୍ତ ଆରୋଗ୍ୟ କାମନା କରିଛି।

ଅମିତାଭ କରୋନା ପଜିଟିଭ୍‌ ହୋଇଥିବା ନେଇ ଗତକାଲି ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଥିଲେ। ଏହାପରେ ତାଙ୍କ ପୁଅ ଅଭିଷକ ବଚ୍ଚନ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଥିଲା। ତେବେ ଘରର ଅନ୍ୟ ସଦସ୍ୟ ବହୂ ଐଶ୍ୱର୍ଯ୍ୟା, ପତ୍ନୀ ଜୟା ଓ ନାତୁଣୀ ଆରାଧ୍ୟ୍ୟାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ତଥାପି ପରିବାର ସଦସ୍ୟଙ୍କୁ ନଜରରେ ରଖିଛି ବିଏମ୍‌ସି।

 

ଆହୁରି ପଢ଼ନ୍ତୁ

ହକି ଦଳର ଅଧିନାୟକ ମନପ୍ରୀତ ଓ ଅନ୍ୟ ୩ ଖେଳାଳିଙ୍କୁ କରୋନା

ବିଶ୍ୱ ପାଇଁ ସତର୍କ ଘଣ୍ଟି; ଚୀନ୍‌ରେ ମାତୁଛି ଆଉ ଏକ ଭୟଙ୍କର ଭୂତାଣୁ, ଗଲାଣି ୭ ଜୀବନ ୬୦ ଆକ୍ରାନ୍ତ

ଆଜି ସୁସ୍ଥ ହେଲେ ୧୮୧୦ କରୋନା ଆକ୍ରାନ୍ତ

କରୋନା ଲଢ଼େଇରେ ଶିକ୍ଷକଙ୍କ ଅବଦାନକୁ ଭୁଲିଗଲେ କି ସରକାର ?

ଭୁବନେଶ୍ୱର ସହରରୁ ଆଉ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ

କରୋନା ମୃତ୍ୟୁର ଅଡିଟ୍ ପାଇଁ ଦାବି କଲେ କଂଗ୍ରେସ ସାଂସଦ

ସରିଲା ଅପେକ୍ଷା, ସେପ୍ଟେମ୍ବରରେ ଆସିବ କରୋନା ଭ୍ୟାକସିନ୍!

କରୋନାରୁ କେବେ ମିଳିବ ମୁକ୍ତି ? ଆସିଲା ଖୁସି ଖବର

୩ ଦିନ ପାଇଁ ସଟ୍‌ଡାଉନ୍‌ ହେଲା ଏହି ଜିଲ୍ଲା

ଦେଶରେ କରୋନା ସ୍ଥିତି; ୨୪ ଘଣ୍ଟାରେ ୮୮୬ ମୃତ

ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୧୨ ଜଣଙ୍କ ମୃତ୍ୟୁ

ଓଡ଼ିଶାରେ ୧,୮୩୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ, ଏଥର ଖୋର୍ଦ୍ଧାରୁ ସର୍ବାଧିକ

You might also like