ବ୍ଲଡ୍ ଗ୍ରୁପରୁ ମିଳିବ କରୋନା ସୂଚନା!

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସର ମାମଲା ଲଗାତର ବଢ଼ିବାରେ ଲାଗିଛି। ଲକଡାଉନରେ ସାମାନ୍ୟ କୋହଳ ହେବା ପରେ ଏବେ ସମସ୍ତେ ନିଶ୍ଚିତ ଯେ ଏହି ମହାମାରୀ କୌଣସି ମୁହୂର୍ତ୍ତରେ କାହାକୁ ବି ହୋଇପାରେ। କିନ୍ତୁ ଏହା ମଧ୍ୟରେ ବୈଜ୍ଞାନିକ ଏକ ନୂଆ ଅଧ୍ୟୟନ କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ବ୍ଲଡ୍ ଗ୍ରୁପ୍ ଜରିଆରେ ପୂର୍ବରୁ ହିଁ ଜଣାପଡ଼ିଯିବ ଯେ କାହାକୁ କରୋନା ସଂକ୍ରମଣର ଅଧିକ ବିପଦ ରହିଛି।

ଗତ ସପ୍ତାହରେ ନ୍ୟୁ ଇଂଲଣ୍ଡ ଜେନେରାଲ୍ ଅଫ୍ ମେଡିସିନରେ ପ୍ରକାଶିତ ନୂଆ ଅଧ୍ୟୟନରେ ଦାବି କରାଯାଇଛି ଯେ ‘A’ ବ୍ଲଡ୍ ଗ୍ରୁପକୁ କରୋନା ଭାଇରସ୍ ସଂକ୍ରମଣର ସବୁଠାରୁ ଅଧିକ ବିପଦ ରହିଛି। ତେବେ ବିଭିନ୍ନ ତଥ୍ୟକୁ ଅଧ୍ୟୟନ କରିବା ପରେ ଜଣାପଡ଼ିଛି ଯେ, ‘A’ ବ୍ଲଡ୍ ଗ୍ରୁପ୍ ଥିବା କୌଣସି ବ୍ୟକ୍ତିଙ୍କୁ କରୋନା ହେବାର ୪୫ପ୍ରତିଶତ ସମ୍ଭାବନା ରହିଛି। ଏହା ତୁଳନାରେ କରୋନା ସବୁଠାରୁ କମ୍ ସମ୍ଭାବନା ‘O’ ବ୍ଲଡ୍ ଗ୍ରୁପ୍ ଥିବା ବ୍ୟକ୍ତିଙ୍କ ନିକଟରେ ରହିଛି। ବୈଜ୍ଞାନିକଙ୍କ ମୁତାବକ ‘O’ ବ୍ଲଡ୍ ଗ୍ରୁପ ଥିବା ବ୍ୟକ୍ତିଙ୍କୁ ସଂକ୍ରମିତ ହେବାର ୩୫ ପ୍ରତିଶତ ସମ୍ଭାବନା ରହିଛି। ଏହି ବ୍ଲଡ୍ ଗ୍ରୁପର ଲୋକଙ୍କୁ କରୋନା ଭାଇରସ୍ ସେତେଟା ଅଧିକ ସଂକ୍ରମିତ କରିପାରିବ ନାହିଁ।

ନ୍ୟୁୟର୍କସ୍ଥିତ ଲିନକ୍ସ ହସ୍ପିଟାଲରେ ଇମରଜେନ୍ସି ମେଡିସିନ୍ ବିଭାଗର ମୁଖ୍ୟ ଡା. ରବର୍ଟ ଗ୍ଲାଟ୍ଟରଙ୍କ କହିବା ଅନୁଯାୟୀ, ରକ୍ତକୁ ନିୟନ୍ତ୍ରଣ କରୁଥିବା ଜିନ୍ ହିଁ କରୋନାରେ ପ୍ରମୁଖ ଭୂମିକା ବହନ କରୁଛି। କରୋନା ଭାଇରସରେ ଶକ୍ତିଶାଳୀ ଓ ଦୁର୍ବଳ ଜିନ୍ କାରଣରୁ ଭାଇରସର ଅଧିକ ସଂକ୍ରମଣର ଅନୁମାନ ଲଗାଯାଇପାରିବ। ବୈଜ୍ଞାନିକମାନେ ଇଟାଲୀ ଓ ସ୍ପେନରେ କରୋନା ସଂକ୍ରମିତ ହୋଇଥିବା ପ୍ରାୟ ୧୬୦୦ ରୋଗୀ ଏବଂ ୨୨୦୦ ସୁସ୍ଥ ଲୋକଙ୍କ ଯାଞ୍ଚ ଆଧାରରେ ଏହି ନୂଆ ରିପୋର୍ଟ ବାହାର କରିଛନ୍ତି।

କେନ୍ଦ୍ରୀୟ ସ୍ୱାସ୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ତଥ୍ୟ ଅନୁଯାୟୀ, ଦେଶରେ ହୁଏତ ଦିନକରେ ୧୭ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି। କିନ୍ତୁ ଏହା ମଧ୍ୟରେ ଦେଶରେ ଏହି ଭାଇରସରୁ ଠିକ୍ ହେଉଥିବା ସଂଖ୍ୟାରେ ବେଶ୍ ବୃଦ୍ଧି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଏବେ ଦେଶରେ କରୋନାରେ ସୁସ୍ଥ ହେଉଥିବା ପ୍ରତିଶତ ବଢ଼ିଛି। ସଂକ୍ରମିତ ଲୋଗଙ୍କ ମଧ୍ୟରୁ ୫୮.୨୪ ଲୋକ ଏବେ ସୁସ୍ଥ ହେବାରେ ଲାଗିଛନ୍ତି। ଯାହାକି ସପ୍ତାହ ତଳେ ସୁସ୍ଥ ସଂଖ୍ୟା ପାଖାପାଖି ୫୦ ପ୍ରତିଶତ ଥିଲା।

ଆହୁରି ପଢ଼ନ୍ତୁ

ଏହି ୫ ଜିଲ୍ଲାରୁ ଭୁବନେଶ୍ୱର ଆସିଲେ ରହିବେ କ୍ୱାରେଣ୍ଟିନରେ

କଂଗ୍ରେସର ବରିଷ୍ଠ ନେତା କରୋନାରେ ଆକ୍ରାନ୍ତ

୧୫ ଜୁଲାଇ ଯାଏ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ

ସଲମାନ୍ ଖାନଙ୍କ ଭଉଣୀଙ୍କର କରାଗଲା କରୋନା ଟେଷ୍ଟ

କରୋନା ନେଇ ଓଡ଼ିଶାରେ ଆଲାର୍ମିଂ ପରିସ୍ଥିତି ନାହିଁ: ILS ନିର୍ଦ୍ଦେଶକ

ପଜିଟିଭର ଦିନକ ପରେ ଆସିଲା ଏହି ପାକ୍ କ୍ରିକେଟରଙ୍କ ରିପୋର୍ଟ ନେଗେଟିଭ୍

୨୪ ଘଣ୍ଟାରେ କରୋନାର ସବୁ ରେକର୍ଡ ଭାଙ୍ଗିଲା ଦିଲ୍ଲୀ

ବିଶ୍ୱର ଏକ ନମ୍ବର ଟେନିସ୍ ଖେଳାଳିଙ୍କୁ କରୋନା

କରୋନା ରୋଗୀଙ୍କ ପାଇଁ ବିକି ଦେଲେ ଏସ୍‌ୟୁଭି କାର୍, ଆଉ କଲେ ଏମିତି କାମ

ପାକିସ୍ତାନର ୩ କ୍ରିକେଟର୍‌ଙ୍କୁ କରୋନା; ଆଜି ଆସିବ ଶୋଏବ୍‌ଙ୍କ ରିପୋର୍ଟ

କରୋନା ପାଇଁ ପାଣ୍ଠି ଯୋଗାଡ଼ କରୁଛନ୍ତି ୫ ବର୍ଷର ଶିଶୁ

କୋଭିଡ୍‌-୧୯କୁ ‘କୁଙ୍ଗ୍‌ ଫ୍ଲୁ’ ନାମକରଣ କରି ଚାଇନାକୁ ଟାର୍ଗେଟ୍‌ କଲେ ଟ୍ରମ୍ପ

You might also like