ମୁମ୍ବାଇ: କରୋନା ମହାମାରୀ ଲୋକଙ୍କ ନିଦ ହଜାଇଥିବା ବେଳେ ଏବେ ଟେନ୍‌ସନ୍‌ ଦେଉଛି ବ୍ଲାକ୍‌ପଙ୍ଗସ୍‌। ମହାମାରୀ ପରି ବ୍ୟାପୁଛି ଏହି ରୋଗ। ଦିନକୁ ଦିନ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢୁଛି। ସୂଚନା ଅନୁସାରେ, ମୁମ୍ବାଇର ତିନି ଜଣ ପିଲଙ୍କୁ ବ୍ଲାକ୍‌ ଫଙ୍ଗସ୍‌ ହୋଇଥିଲା। ଆଉ ତାଙ୍କ  ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଡାକ୍ତରମାନେ ସେମାନଙ୍କ ଆଖି ବାହାର କରିଦେଇଥିବା ସୂଚନା ମିଳିଛି।ମୁମ୍ବାଇର ଦୁଇଟି ହସ୍ପିଟାଲ୍‌ରେ ଏହି ପିଲାଙ୍କର ଅସ୍ତ୍ରୋପଚାର କରାଯାଇଥିବା ଜଣାପଡ଼ିଛି। ଡାକ୍ତରଙ୍କ କହିବା କଥା ଅନୁଯାୟୀ, ପିଲାମାନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଉପାୟଶୂନ୍ୟ ହୋଇ ଆଖି କାଢ଼ିବାକୁ ପଡ଼ିଲା। ସବୁଠୁ ଗରୁତ୍ୱପୂର୍ଣ୍ଣ କଥା ହେଲା, ୨ ଜଣ ପିଲାଙ୍କୁ ମଧୁମେହ ହୋଇନଥିବା ବେଳେ ଜଣଙ୍କୁ ମଧୁମେହ ହୋଇଛି। ଆଉ ସେହି ଶିଶୁର ପାକସ୍ଥଳୀର କିଛି ଅଂଶ ଏହି ରୋଗ ଭୂତାଣୁ ଦ୍ୱାରା ସଂକ୍ରମିତ ମଧ୍ୟ ହୋଇଛି।

ସୂଚନା ଅନୁସାରେ ଏହି ପିଲାମାନେ ମେଡ଼ିକାଲରେ ଭର୍ତ୍ତି ହେବାର ମାତ୍ର ୪୮ ଘଂଟା ମଧ୍ୟରେ ଅପରେସନ୍‌ କରାଯାଇ ଆଖି କଢ଼ାଯାଇଛି। ଆଉ କିଛି ସମୟ ଡେରି ହୋଇଥିଲେ ପିଲାଙ୍କ ମସ୍ତିଷ୍କ ମଧ୍ୟ ସଂକ୍ରମିତ ହେବାର ଆଶଙ୍କା ରହିଥିବା ଡାକ୍ତର ଜଣକ କହିଛନ୍ତି।ମଧୁମେହ ଏବଂ ଅନ୍ୟାନ୍ୟ ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ଥିବା ବ୍ୟକ୍ତି ସାଧାରଣତଃ ବ୍ଲାକ୍‌ ଫଙ୍ଗସ୍‌ର ଶିକାର ହେଉଛନ୍ତି। ଜଣେ କରୋନାରୁ ସୁସ୍ଥ ହେବାପରେ ମଧ୍ୟ ବ୍ଲାକ୍‌ ଫଙ୍ଗସ୍‌ର ଶିକାର ହେଉଛନ୍ତି।

ଜାଣନ୍ତୁ ବ୍ଲାକ୍‌ ଫଙ୍ଗସ୍‌ କାହାକୁ ଅଧିକ ସଂକ୍ରମଣ କରେ?

କରୋନାରୁ ସୁସ୍ଥ ହେଲା ପରେ ବ୍ଲାକ ଫଙ୍ଗସ ଦ୍ୱାରା ସଂକ୍ରମଣ ହେଉଛନ୍ତି ଅନେକ ଲୋକ। ତେବେ ଏହି ଘଟଣା ଜଣାପଡିବା ପରେ ଅନେକ ଚିନ୍ତାରେ ଅଛନ୍ତି। ଶରୀରରେ ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତି କମିଲେ ବ୍ଲାକ ଫଙ୍ଗସର ଭାଇରସ୍‌ ଶରୀରରେ ପସେ। ବ୍ଲାକ ଫଙ୍ଗସ ବାୟୁ ମଣ୍ଡଳରେ ଥାଏ, ଶ୍ୱାସକ୍ରିୟା ଜରିଆରେ ଶରୀର ମଧ୍ୟରେ ଏହା ପ୍ରବେଶ କରିଥାଏ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହା ଏବେ ନୁହେଁ ବରଂ ପୂର୍ବରୁ ମଧ୍ୟ ରହିଥିଲା। ଯେଉଁ ମାନଙ୍କ ଶରୀରର ରୋଗ ପ୍ରତିଶୋଧକ ଶକ୍ତି କମ ରହିଥାଏ ସେମାନଙ୍କୁ ଏହି ଭାଇରସ୍‌ ଅତିଶୀଘ୍ର ସଂକ୍ରମଣ କରେ। ବିଶେଷ କରି ମଧୁମେହ ରୋଗୀମାନଙ୍କ କ୍ଷେତ୍ରରେ ଏହି ଭାଇରସ୍‌ ଅଧିକ ମାତ୍ରାରେ ଦେଖାଯାଏ।

ତେବେ ବ୍ଲାକ୍‌ ଫଙ୍ଗସ୍‌ ହେଲେ ଆଖି ଫୁଲିବା, ନାକରୁ କଳା ପାଣି ନିର୍ଗତ ହେବା ଲକ୍ଷଣ ସହ ପତଳା ଝାଡ଼ା ହେବା ବା ଚର୍ମରେ କଳା କଳା ଫୋଟକା ହେବା ଲକ୍ଷଣ ସାଧାରଣ ଭାବରେ ଦେଖାଯାଏ। ପତଳା ଝାଡ଼ା ହେବା ବା ଚର୍ମରେ କଳା କଳା ଫୋଟକା ହେବା ଲକ୍ଷଣ ବ୍ଲାକ ଫଙ୍ଗସ ରୋଗୀଙ୍କୁ ଏମ୍ଫୋଟେରିସିନ୍-ବି ଔଷଧ ଦିଆଯାଏ ବୋଲି ଜଣାପଡ଼ିଛି।

Other Stories