ମିଳିଲା ଦୁର୍ଘଟଣାଗ୍ରସ୍ତ ବିମାନର ବ୍ଲାକ୍‌ ବକ୍ସ

କୋଝିକୋଡ୍‌: କେରଳର କୋଝିିକୋଡ୍ ଏୟାରପୋର୍ଟରେ ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନର ବ୍ଲାକ୍‌ ବକ୍ସକୁ‌ ଉଦ୍ଧାର କରାଯାଇଛି। ଲ୍ୟାଣ୍ଡିଂ ବେଳେ Tabletop ରନ୍‌ୱେରେ ବିମାନ ଖସି ଯିବା ଫଳରେ ବିମାନଟି ଦୁଇଖଣ୍ଡ ହୋଇଯାଇଥିଲା। ଏଥିରେ ବିମାନର ଫ୍ଲାଇଟ୍‌ ଡାଟା ରେକର୍ଡସ୍ ଅର୍ଥାତ୍ ବ୍ଲାକ୍‌ ବକ୍ସ‌‌ ଭାଙ୍ଗି ଯାଇଥିଲା।

ଏହି ରେକର୍ଡସ୍‌ରେ ଡିଜିଟାଲ୍‌ ଫ୍ଲାଇଟ୍‌ ଡାଟା ରେକର୍ଡର୍‌(DFDR), କକ୍‌ପିଟ୍‌ ଭଏସ୍‌ ରେକର୍ଡର୍ ରହିଛି।  କକ୍‌ପିଟ୍‌ ଭଏସ୍‌ ରେକର୍ଡର୍‌ରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଥାଏ। ବିମାନର altitude, ପୋଜିସନ୍‌, ସ୍ପିଡ୍‌ ଓ ପାଇଲଟ୍‌ଙ୍କ ବାର୍ତ୍ତାଳାପର ରେକର୍ଡ ସବୁ କକ୍‌ପିଟ୍‌ ଭଏସ୍‌ ରେକର୍ଡରେ ଥାଏ। ଯାହାକି ତଦନ୍ତରେ ସାହାଯ୍ୟ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ଏଥିରେ ୨ ଜଣ ପାଇଲଟ୍‌ଙ୍କ ସମେତ ୧୮ଜଣଙ୍କ ମୃତ୍ୟୁ ହୋଇଛି। ୧୧୨ରୁ ଅଧିକ ଯାତ୍ରୀଙ୍କୁ କୋଝିକୋଡ୍‌ର ବିଭିନ୍ନ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ପଢ଼ନ୍ତୁ: କେରଳ ବିମାନ ଦୁର୍ଘଟଣାର କାରଣ Tabletop ରନୱେ ନୁହେଁ ତ ?

 

You might also like