ବି.ଏଲ୍. ସନ୍ତୋଷ ହେଲେ ବିଜେପି ଜାତୀୟ ସାଧାରଣ ସମ୍ପାଦକ

ନୂଆଦିଲ୍ଲୀ: ବିଜେପି ଜାତୀୟ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି ବି.ଏଲ୍. ସନ୍ତୋଷ। ପୂର୍ବରୁ ଦଳର ଯୁଗ୍ମ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ ସନ୍ତୋଷ।

ତେବେ ଆଜି ତାଙ୍କୁ ଦଳର ଜାତୀୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ।

ଆଜିଠାରୁ ସେ ଦଳର ଏହି ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ଦାୟିତ୍ୱରେ ରହି କାର୍ଯ୍ୟ ସମ୍ପାଦନ କରିବେ ବୋଲି ଦିଲ୍ଲୀ ମୁଖ୍ୟାଳୟ ତଥା ବିଜେପି ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି। ପୂର୍ବରୁ ଏହି ପଦରେ ରାମ ଲାଲ୍ ଥିବା ବେଳେ ତାଙ୍କୁ ଏବେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ଅଖୀଳ ଭାରତୀୟ ସହ ସମ୍ପର୍କ ପ୍ରମୁଖ ଭାବେ ଅବସ୍ଥାପିତ କରାଯାଇଛି।

You might also like