ପଶ୍ଚିମବଙ୍ଗରେ ବିଜେପି କର୍ମୀଙ୍କୁ ଆକ୍ରମଣ, ଜଣେ ମୃତ, ୨ ଗୁରୁତର

କୋଲକାତା: ଷଷ୍ଠ ପର୍ଯ୍ୟାୟ ମତଦାନ ବେଳେ ଆଜି  ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି। ଗଣ୍ଡଗୋଳରେ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଛି। ସେହିପରି ୨ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଗୋପୀବଲ୍ଲବପୁରରେ ହିଂସାକାଣ୍ଡରେ ଜଣେ ବିଜେପି କର୍ମୀ ପ୍ରାଣ ହରାଇଛନ୍ତି। ତାଙ୍କ ନା ରମଣ ସିଂ ।

ସେହିପରି ଇଷ୍ଟ ମେଦିନାପୁରରେ ରାଜନୈତିକ ବିବାଦକୁ ନେଇ ଗୁଳିକାଣ୍ଡ ଘଟିଛି। ଏଠାରେ ୨ ବିଜେପି କର୍ମୀଙ୍କୁ ଗୁଳିମାଡ଼ ହୋଇଛି ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ ଘୋଟାଲା ଲୋକସଭା ଆସନର ଜଣେ ମହିଳା ପ୍ରାର୍ଥୀଙ୍କୁ ମଧ୍ୟ ମାଡ ମରାଯାଇଥିବା ଅଭିଯୋଗ ହୋଇଛି।

 

You might also like