ବିଜେପି କର୍ମୀଙ୍କୁ ଘରୁ ଡାକି ହତ୍ୟା

ଜାମ୍ମୁ କାଶ୍ମୀର : ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ଜଣେ ବିଜେପି କର୍ମୀଙ୍କୁ ଅାଜି ଅାତଙ୍କବାଦୀମାନେ ହତ୍ୟା କରିଛନ୍ତି। ମୃତକଙ୍କ ନାଁ ସବିର ଅହମ୍ମଦ ଭଟ୍ଟ। ସେ ବିଜେପିର ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରୁଥିଲେ।  ଭୋର ୩ଟା ବେଳେ ଅାତଙ୍କବାଦୀମାନେ ସବିରଙ୍କୁ ଘରୁ ଡାକି ନେଇଥିଲେ।

ଅାଜି ସକାଳୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ସବିର ବିଜେପିର ଅାଇଟି ଓ ସୋଶାଲ ମିଡିଅା ଦାୟିତ୍ୱରେ ମଧ୍ୟ ରହିଥିଲେ। ଗତ ସପ୍ତାହରେ ଜାମ୍ମୁ କାଶ୍ମୀରରେ ପଂଚାୟତ ନିର୍ବାଚନ ପାଇଁ ଘୋଷଣା କରାଯିବା ପରେ ପ୍ରଥମ ଥର ପାଇଁ ରାଜନେତାଙ୍କ ଉପରେ ଏଭଳି ଅାକ୍ରମଣ ହୋଇଛି।

ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଘଟଣାକୁ ନିନ୍ଦା କରିବା ସହ ଅାତଙ୍କବାଦୀମାନେ ଭୀରୁତାର ପରିଚୟ ଦେଇଛନ୍ତି ବୋଲି ସେ କହିଛନ୍ତି।

You might also like