ଭାରତୀୟ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେପି ଟିମ୍

ଦିଲ୍ଲୀ( ଶିବାନନ୍ଦ) :  ଭାରତୀୟ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେପି ଟିମ୍। ପାଟକୁରା ନିର୍ବାଚନ ଓ କେନ୍ଦ୍ରାପଡ଼ାର ନୂତନ ଜିଲ୍ଲାପାଳଙ୍କ ବିଷୟରେ ନିର୍ବାଚନ କମିଶନଙ୍କୁ ଅବଗତ କରିଛି ବିଜେପି ପ୍ରତିନିଧି ଦଳ। ଦଳର ରାଷ୍ଟ୍ରୀୟ ମୁଖପାତ୍ର ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ର ଓ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ପ୍ରମୁଖ ଭେଟି ଏହି ପ୍ରସଙ୍ଗ ଉପରେ ଜଣାଇଛନ୍ତି।

ଯେହେତୁ ୨ ମାସ ପରେ ବର୍ଷା ଆସିଥିବ, ତା ପୂର୍ବରୁ ପାଟକୁରା ନିର୍ବାଚନ କରିବାକୁ କମିଶନଙ୍କୁ ଜଣାଯାଇଥିବା ସୂଚନା ଦେଇଛନ୍ତି ସମ୍ବିତ ପାତ୍ର। ଏଥିସହ କିଛି ବୁଥ୍‌ରେ ହେବାକୁ ଥିବା ସାନି ମତଦାନ ମେ ୨୩  ତାରିଖ ପୂର୍ବରୁ କରିବାକୁ ମଧ୍ୟ ଅବଗତ କରିଛି ଟିମ୍। ଏହାସହ କେନ୍ଦ୍ରାପଡ଼ାର ନୂତନ ଜିଲ୍ଲାପାଳଙ୍କ ସଂପର୍କରେ ବି କମିଶନଙ୍କୁ ଜଣାଯାଇଛି।

ବିଜୁ ଜନତା ଦଳ ସହ ତାଙ୍କର କିଭଳି ପୂର୍ବରୁ ସଂପର୍କ ରହିଛି ସେନେଇ କମିଶନଙ୍କୁ ଅବଗତ କରାଯାଇଛି।

You might also like