କେଉଁଠି ଅଛନ୍ତି ରାହୁଲ୍ ଗାନ୍ଧି? ଜବାବ ମାଗିଲା ବିଜେପି

ନୂଆଦିଲ୍ଲୀ: କରୋନାଭାଇରସ୍ ହେଉ କି ରାଜସ୍ଥାନ ରାଜସ୍ଥାନରେ ଚାଲିଥିବା ରାଜନୈତିକ ସଙ୍କଟ ହେଉ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଭିଡିଓ ଜରିଆରେ ନିଜର ମତ ସାବ୍ୟସ୍ତ କରିଆସୁଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ରାହୁଲ୍‌ ସାମ୍ନାକୁ ଆସି ସିଧାସଳଖ କୌଣସି ମନ୍ତବ୍ୟ ଦେଇଥିବା ଦେଖିବାକୁ ମିଳିନାହିଁ। ତେବେ କାହିଁକି ରାହୁଲ୍ ସର୍ବସମ୍ମୁଖକୁ ଆସୁନାହାନ୍ତି। ଏହାର ଜବାବ ଦେଇଛି ବିଜେପି। ବିଜେପିର ମୁଖପାତ୍ର ସମ୍ବିତ ପାତ୍ରଙ୍କ କହିବା ଅନୁଯାୟୀ, ରାହୁଲ୍ ଗାନ୍ଧି ହୁଏତ ବର୍ତ୍ତମାନ ଭାରତରେ ନାହାନ୍ତି।

ବିଜେପିର ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ରାହୁଲ୍ ଗାନ୍ଧି ହୁଏତ ବର୍ତ୍ତମାନ ଦେଶରେ ନାହାନ୍ତି। ରାହୁଲ୍ ଗାନ୍ଧିଙ୍କର ଏକ ଭିଡିଓ ପ୍ରସ୍ତୁତ କରାଯାଇଛି, ଯାହାକୁ କାଣ୍ଟଛାଟ୍ କରାଯାଇ ରିଲିଜ୍ କରାଯାଉଛି। ଏମିତିକି ସମ୍ବିତ୍ ରାହୁଲଙ୍କୁ ଛିଗୁଲେଇ କହିଛନ୍ତି, ଯଦି ଆପଣ (ରାହୁଲ୍ ଗାନ୍ଧି) ବିଦେଶରେ ନୁହେଁ ତ ଭାରତରେ ଅଛନ୍ତି, ତାହେଲେ ଆସନ୍ତାକାଲି ଆପଣ ରାଜସ୍ଥାନକୁ ନେଇ ଏକ ଭିଡିଓ ଜାରି କରିବେ। ଏଥିପାଇଁ ମୁଁ ଆପଣଙ୍କୁ ଚ୍ୟାଲେଞ୍ଜ କରୁଛି।

ସମ୍ବିତ ଆହୁରି କହିଛନ୍ତି, ଯଦି ରାହୁଲ୍ ଗାନ୍ଧି ଭାରତରେ ଥାନ୍ତେ, ତାହେଲେ ତାଙ୍କୁ ଭିଡିଓ ଜାରି କହିବାର ଥିଲା ଯେ ଯେ ମୁଁ ସଚିନ୍ ପାଇଲଟ୍ ଓ ଅଶୋକ ଗେହଲୋଟଙ୍କୁ ବୁଝାଇ ଦେଇ ମାମଲାର ସମାଧାନ କରିଦେଉଛି। ଯଦି ରାହୁଲ୍ ଭାରତରେ ଥାନ୍ତେ, ତାହେଲେ ଅଶୋକ ଗେହଲୋଟ୍ ତାଙ୍କୁ (ରାହୁଲ୍) ଚିଠି ନଲେଖି ଓଲଟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିବା ସହ ଫୋନ୍ ମଧ୍ୟ କରି ରାଜସ୍ଥାନ ରାଜନୈତିକ ବିଷୟରେ କହୁଛନ୍ତି। ଯଦି ରାହୁଲ୍ ଗାନ୍ଧି ଦେଶରେ ଅଛନ୍ତି, ତାହେଲେ କଂଗ୍ରେସ କହୁ ଯେ ସେ (ରାହୁଲ୍) କେଉଁଠାରେ ଅଛନ୍ତି। ଏମିତି କହି କଂଗ୍ରେସ ଓ ରାହୁଲ୍ ଗାନ୍ଧିଙ୍କୁ ଜୋରଦାର୍ ଟାର୍ଗେଟ୍ କରିଛନ୍ତି ସମ୍ବିତ୍ ପାତ୍ର।

ଆହୁରି ପଢ଼ନ୍ତୁ

ଲକ୍‌‌ଡାଉନ ସମୟରେ ସ୍‌:ତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

You might also like