ନୂଆଦିଲ୍ଲୀ: ରାଜ୍ୟସଭାରେ ବିଜେପିର ଶକ୍ତି ବଢ଼ିଛି। ସଂସଦର ଉଚ୍ଚ ସଦନକୁ ୯ ବିଜେପି ସାଂସଦ ନିର୍ବାଚିତ ହେବା ପରେ ବିଜେପିର ମୋଟ ସଂଖ୍ୟା ୯୨କୁ ବୃଦ୍ଧି ପାଇଛି। ଏଥିସହ ଏନଡିଏର ସାଂସଦ ସଂଖ୍ୟା ୧୦୦ ଟପି ୧୦୪ରେ ପହଞ୍ଚିଛି।

ଏବେ ରାଜ୍ୟସଭାରେ ମୋଟ ୨୪୨ ସଭ୍ୟ ଅଛନ୍ତି। ତେଣୁ ମ୍ୟାଜିକ ନମ୍ବର ହେଉଛି ୧୨୧।  ରାଜ୍ୟସଭାରେ ଏନଡିଏର ଶକ୍ତି ବୃଦ୍ଧି ହୋଇଥିବାରୁ ଏବେ ଗୁରୁତ୍ୱପୂର୍ଣ୍ଣ ବିଲ୍ ମଧ୍ୟ ସହଜରେ ପାସ୍ କରାଇପାରିବେ ମୋଦି ସରକାର।

ପୂର୍ବରୁ ଏନ୍‌ଡିଏକୁ ୪ ମନୋନୀତ ସଭ୍ୟଙ୍କ ସମର୍ଥନ ମିଳୁଥିବାବେଳେ ଅନେକ ସମୟରେ ମୋଦି ସରକାରଙ୍କୁ ରାଜ୍ୟସଭାରେ AIADMK, BJD, TRS, YSRCP ର ସମର୍ଥନ ମଧ୍ୟ ମିଳିଥାଏ।

ଗତକାଲି ରାଜ୍ୟରସଭାର ୧୧ଟି ଆସନ ପାଇଁ ଭୋଟ ହୋଇଥିଲା। ଏଥିମଧ୍ୟରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରିଦୀପ ପୁରିଙ୍କୁ ମିଶାଇ ବିଜେପିର ୯ ପ୍ରାର୍ଥୀ ଜିତିଥିଲେ। ଏହି ନୂଆ ସଭ୍ୟଙ୍କ କାର୍ଯ୍ୟକାଳ ୨୦୨୬ ନଭେମ୍ବର ୨୪ ତାରିଖରେ ସରିବ।

ତେବେ ରାଜ୍ୟସଭାରେ ବିଜେପିର ଶକ୍ତି ବୃଦ୍ଧି ହୋଇଥିବା ବେଳେ କଂଗ୍ରେସର ସାଂସଦ ସଂଖ୍ୟା ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଏହି ଦଳର ସାଂସଦ ସଂଖ୍ୟା ହ୍ରାସ ପାଇ ୩୮ରେ ପହଞ୍ଚିଛି।

Other Stories

  • Corona New Variant
    COVID-19 କରୋନା ଭାଇରସ୍ ହେବ ଆହୁରି ଘାତକ ; ୩ ଜଣରେ ଜଣକୁ ନେବ

    କରୋନା ଭାଇରସ୍ ସଂକ୍ରମଣ ସାରା ବିଶ୍ୱରେ ଚିନ୍ତାର କାରଣ ପାଲଟିଯାଇଛି। ଅନେକ ଦେଶରେ ଏହାର ନୂତନ ଭାରିଆଣ୍ଟ୍‌ (ରୋନାଭାଇରସ୍ ଭାରିଆଣ୍ଟସ୍) ଅଧିକ କ୍ଷତି ଘଟାଉଛି। ଏହି ସମୟରେ, ବ୍ରିଟିଶ ବୈଜ୍ଞାନିକମାନେ ସେମାନଙ୍କ ଅନୁସନ୍ଧାନରେ ଦାବି କରିଛନ୍ତି ଯେ...

  • Sunjeev Sahota
    Booker Prize ବୁକର୍ ପୁରସ୍କାର ଦୌଡରେ ଭାରତୀୟ ବଂଶୋଦ୍ଭବ ସଞ୍ଜୀବ ସହୋଟା

    ଭାରତୀୟ ମୂଳ ବ୍ରିଟିଶ ଔପନ୍ୟାସିକ ସଞ୍ଜୀବ ସହୋଟା ୧୩ ଜଣ ଲେଖକଙ୍କ ମଧ୍ୟରେ ସାମିଲ ଅଛନ୍ତି, ଯାହାଙ୍କ ପୁସ୍ତକ 'ଚାଇନା ରୁମ୍' ଚଳିତ ବର୍ଷର ବୁକର୍ ପୁରସ୍କାର ଦାବିଦାର ତାଲିକାରେ ସ୍ଥାନ ପାଇଛି। ୪୦ ବର୍ଷୀୟ ସହୋଟାଙ୍କ...

  • Chin
    International ବିବାଦୀୟ ସ୍ଥାନରେ ଚୀନ୍ ସେନା

    ପୂର୍ବ ଲଦାଖରେ ଚାଲିଥିବା ବିବାଦ ମଧ୍ୟରେ ଚୀନ୍ ପାଙ୍ଗୋଙ୍ଗ ହ୍ରଦ ନିକଟରେ ନିଜର ସୈନ୍ୟବଳ ମୁତୟନ କରିଛି। ଛଅ ମାସ ପୂର୍ବେ ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳରୁ ସେନା ପ୍ରତ୍ୟାହାର କରିବା ଏବଂ ଗସ୍ତ ନ କରିବା ପାଇଁ...

  • Pink River
    International News କେମିକାଲ୍ ସଂସ୍ପର୍ଶରେ ଆସି ଗୋଲାପୀ ହେଲା ନଦୀ ଜଳ

    ଆର୍ଜେଣ୍ଟିନାର ଦକ୍ଷିଣ ପାଟାଗୋନିଆ ଅଞ୍ଚଳରେ ଏକ ବିରାଟ ହ୍ରଦର ପାଣି ସମ୍ପୂର୍ଣ୍ଣ ଗୋଲାପୀ ହୋଇଯାଇଛି। ବିଶେଷଜ୍ଞ ତଥା ପରିବେଶ କାର୍ଯ୍ୟକର୍ତ୍ତା କହିଛନ୍ତି ଯେ ଏହି ହ୍ରଦ ଗୋଲାପୀ ରଙ୍ଗର ହେବାର କାରଣ ହେଉଛି ଏକ ରାସାୟନିକ ପଦାର୍ଥ,...