ନିର୍ବାଚନୀ ଇସ୍ତାହାର ଜାରିକଲା ବିଜେପି

ଏଥର ବେରୋଜଗାରୀଙ୍କୁ ଷ୍ଟାଇପେଣ୍ଡ

ହାଇଦ୍ରାବାଦ: ତେଲେଙ୍ଗାନା ବିଜେପି ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯାଇଛି। ଦଳ କ୍ଷମତାକୁ ଆସିଲେ ଚାଷୀଙ୍କର ୨ ଲକ୍ଷ ଟଙ୍କା ଯାଏ ଋଣ ଛାଡ଼ କରିବ ବୋଲି ଇସ୍ତାହାରରେ କୁହାଯାଇଛି।

ଏହାସହ ଚାଷୀଙ୍କୁ ମାଗଣାରେ ବୋରେୱେଲ୍ କିମ୍ବା ପମ୍ପ ଯୋଗାଇ ଦିଆଯିବ ବୋଲି ଦଳ ପ୍ରତିଶ୍ରୁତି ଦେଇଛି। ସେହିପରି ଗ୍ରାଜୁଏଟଙ୍କୁ ଲାପ୍‌ଟପ୍, ବେରୋଜଗାରୀ ଯୁବକଙ୍କୁ ମାସିକିଆ ଷ୍ଟାଇପେଣ୍ଡ, ସପ୍ତମରୁ ଦଶମ ପଢ଼ୁଥିବା ଛାତ୍ରୀଙ୍କୁ ସାଇକେଲ୍ ଓ କଲେଜ ପଢୁଆ ଝିଅଙ୍କୁ ରିହାତିରେ ସ୍କୁଟି ଦେବାକୁ ବିଜେପି ପ୍ରତିଶ୍ରୁତି ଦେଇଛି। ସେହିପରି ଅଟୋ ଡ୍ରାଇଭରଙ୍କୁ ନୂଆ ଅଟୋ କିଣାଇଦେବ ଦଳ।

ତେବେ ଦଳ ତା’ ଇସ୍ତାହାରରେ ସାମାଜିକ ସୁରକ୍ଷା, ଶିକ୍ଷା ଓ କୃଷିକୁ ଗୁରୁତ୍ୱ ଦେଇଛି। ହାଇଦ୍ରାବାଦର ଦଳୀୟ କାର୍ଯ୍ୟାଳୟରେ ବିଜେପି ରାଜ୍ୟ ସଭାପତି କେ. ଲକ୍ଷ୍ମଣ ଇସ୍ତାହାର ପତ୍ର ଉନ୍ମୋଚନ କରିଛନ୍ତି।

 

You might also like