ସରକାରକୁ ଆସିଲେ ୧୦ ଲକ୍ଷ ନିଯୁକ୍ତି ଦେବୁ: ବିଜେପି

ଗୌହାଟୀ: ଆସାମ ନିର୍ବାଚନ ପାଇଁ ବିଜେପି ନିର୍ବାଚନୀ ଇସ୍ତାହାର ଜାରି କରିଛି। ଗୌହାଟୀରେ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସଂକଳ୍ପ ପତ୍ର ଜାରି କରି ଆସାମବାସୀଙ୍କୁ ୧୦ଟି ପ୍ରତିଶ୍ରୁତି ଦେଇଛନ୍ତି। ଜଳ, ଜୀବିକା ଓ ଯୁବାବର୍ଗକୁ ଏଥର ସଙ୍କଳ୍ପ ପତ୍ରରେ ଗୁରୁତ୍ୱ ଦିଆଯାଇଛି। ରାଜ୍ୟରେ ୧୦ ଲକ୍ଷ ନିଯୁକ୍ତି ଦେବାକୁ ଘୋଷଣା କରାଯାଇଛି। ଆସାମକୁ ବନ୍ୟା ବିପର୍ଯ୍ୟୟରୁ ରକ୍ଷା କରିବାକୁ ଭିଜନ ବ୍ରହ୍ମପୁତ୍ର କାର୍ଯ୍ୟକାରୀ କରିବାକୁ ବିଜେପି ପ୍ରତିଶ୍ରୁତି ଦେଇଛି। ବ୍ରହ୍ମପୁତ୍ରର ବିଭିନ୍ନ ନଦୀ ଅବବାହିକାରେ   ଜଳଭଣ୍ଡାର ନିର୍ମାଣ କରି ଅଧିକ ଜଳ ସଂରକ୍ଷଣ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସେହିଭଳି ଅରୋଣୋଦୟ ଯୋଜନାରେ ୩୦ ଲକ୍ଷ ପରିବାରକୁ ମାସିକ ୩ ହଜାର ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି। ରାଜ୍ୟରେ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟାକୁ ତ୍ୱରାନୀତ କରିବା ସହ ସଂଶୋଧିତ NRC ଲାଗୁ କରିବା ପାଇଁ ମଧ୍ୟ ସଙ୍କଳ୍ପ ପତ୍ରରେ ଉଲ୍ଲେଖ କରାଯାଇଛି। ଶିଶୁ ଉନ୍ନୟନ ମିଶନରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ଅଷ୍ଟମ ଶ୍ରେଣୀ ପରଠାରୁ ଛାତ୍ରୀଙ୍କ ପାଇଁ ସାଇକେଲ ଦେବାକୁ ଘୋଷଣା କରାଯାଇଛି। ସଙ୍କଳ୍ପ ପତ୍ର ଉନ୍ମୋଚନ ଉତ୍ସବରେ ବେଳେ ଜେ ପି ନଡ୍ଡାଙ୍କ ସହ ଅସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ଦୁଇ ଦିନ ପୂର୍ବରୁ ପଶ୍ଚିମବଙ୍ଗରେ ନିର୍ବାଚନୀ ଇସ୍ତହାର ଘୋଷଣା କରିଥିଲା। ଏହି ସଙ୍କଳ୍ପପତ୍ରରେ ମହିଳାଙ୍କୁ ଆକୃଷ୍ଟ କରିବାକୁ ଘୋଷଣା ହୋଇଛି ଏକାଧିକ ପ୍ରସ୍ତାବ। ରାଜ୍ୟରେ ସରକାରକୁ ଆସିଲେ ମହିଳାଙ୍କୁ ୩୩ ପ୍ରତିଶତ ସରକାରୀ ଚାକିରୀରେ ସରଂକ୍ଷଣ, କେଜିରୁ ପିଜି ମାଗଣାରେ ପାଠ ପଢ଼ିବା ବ୍ୟବସ୍ଥା କରିବା ନେଇ ଘୋଷଣା ହୋଇଥିଲା। ତାସହ ଇସ୍ତାହାରରେ ମାଷ୍ଟର୍ ଷ୍ଟୋକ୍ ଖେଳିଛି ବିଜେପି। କ୍ଷମତାକୁ ଆସିଲେ ପ୍ରଥମ କ୍ୟାବିନେଟ୍‌ରେ ହିଁ ସିଏଏ ଲାଗୁ ନେଇ ବ୍ୟବସ୍ଥା ହେବ। ୭୦ ବର୍ଷ ଧରି ଶରଣାର୍ଥୀଙ୍କୁ ନାଗରିକତା ମିଳିବ। ତାହସହ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏଁ ୫ ବର୍ଷ ଯାଏ ଦେବାକୁ ବ୍ୟବସ୍ଥା ହେବ। ଏହାସହ ସୀମାରେ ସୁରକ୍ଷା ଓ ଫେନ୍ସିଂକୁ ଆହୁରି ବଢ଼ାଯିବ ନେଇ ଇସ୍ତାହାରରେ ବିଜେପି ଦର୍ଶାଇଥିଲା।

You might also like