ବିଜେପିର ସଂକଳ୍ପ ପତ୍ର ଉନ୍ମୋଚିତ, ୨ ଗୁଣା ହେବ କୃଷକଙ୍କ ଆୟ

ନୂଆଦିଲ୍ଲୀ: ଆଜି ଭାରତୀୟ ଜନତା ପାର୍ଟି ୧୨ ସୂତ୍ରୀ ସଂକଳ୍ପ ପତ୍ର ପ୍ରକାଶ କରିଛି। ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉପସ୍ଥିତିରେ ସଂକଳ୍ପ ପତ୍ର ଉନ୍ମୋଚିତ ହୋଇଛି।

ସଂକଳ୍ପ ପତ୍ରରେ ଆତଙ୍କବାଦ ପ୍ରତି ଜିରୋ ଟଲେରାନ୍ସ କଥା କୁହାଯାଇଛି।  ଭାରତକୁ ଅନୁପ୍ରବେଶରେ ସଂପୂର୍ଣ୍ଣ ରୋକ୍ ଲାଗିବ ବୋଲି ବିଜେପି ସଂକଳ୍ପ ପତ୍ରରେ ଘୋଷଣା କରିଛି। ଏହାସହ ସିଟିଜେନସିପ୍ ବିଲ୍ ପାସ୍ ଓ ଲାଗୁ କରିବା, ଦେଶର ସୁରକ୍ଷା ପ୍ରତି କୌଣସି ସାଲିସ କରାଯିବନି। ୨୦୨୨ ସୁଦ୍ଧା କୃଷକଙ୍କ ଆୟ ୨ ଗୁଣା କରାଯିବ। ଗ୍ରାମୀଣ ବିକାଶ ପାଇଁ ୫ ବର୍ଷରେ ୨୫ ଲକ୍ଷ କୋଟି ଖର୍ଚ୍ଚ ହେବ।

କୃଷକଙ୍କୁ ପିଏମ୍ କିଷାନ ନିଧି ସହାୟତା ଚାଲୁ ରହିବ। ସବୁ ଚାଷୀଙ୍କୁ କୃଷକ ସମ୍ମାନ ନିଧି ସହାୟତା ମିଳିବ। ଛୋଟ ଚାଷୀଙ୍କୁ ପେନସନ୍ ସୁବିଧା ଦିଆଯିବ। ଉଦ୍ୟୋଗୀଙ୍କ ପାଇଁ ରାଷ୍ଟ୍ରୀୟ ବ୍ୟାପାର ଆୟୋଗ ଗଠନ କରାଯିବ। ଦେଶର ଛୋଟ ଦୋକାନୀଙ୍କୁ ପେନସନ୍‌ ବ୍ୟବସ୍ଥା ହେବ। ଦେଶର ସବୁ ନିର୍ବାଚନ ଏକାସାଙ୍ଗରେ କରାଯିବ। ଚାଷୀଙ୍କୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଦିଆଯିବ। ସବୁ ଗରିବ ପରିବାରକୁ ମାଗଣା ଏଲପିଜି କନେକ୍ସନ, ସମସ୍ତଙ୍କୁ ଘର, ବିଜୁଳି, ସ୍ୱଚ୍ଛ ପିଇବା ପାଣି ଓ ଶୌଚାଳୟ ଯୋଗାଇ ଦିଆଯିବ।

ଚାଷୀଙ୍କୁ ବିନା ସୁଧରରେ କ୍ରେଡିଟ୍ କାର୍ଡ ଦିଆଯିବ। କେନ୍ଦ୍ର-ରାଜ୍ୟ ସଂପର୍କ ଅଧିକ ମଜଭୁତ କରାଯିବ। ଲ୍ୟାଣ୍ଡ ରେକର୍ଡର ଡିଜିଟାଇଜେନସ କରାଯିବ। ଜାତୀୟ ରାଜପଥ ଦୈର୍ଘ ଦୁଇଗୁଣା କରାଯିବ। ଦେଶରେ ଆଉ ୭୫ଟି ମେଡିକାଲ କଲେଜ ପ୍ରତିଷ୍ଠା ହେବ। ପ୍ରତି ମେଡିକାଲରେ ପାଥୋ ଲ୍ୟାବ ରହିବ। ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ମେମୋରିଆଲ ପ୍ରତିଷ୍ଠା କରାଯିବ। ଟ୍ରିପ୍‌ଲ ତଲାକ୍ ବିଲକୁ ଆଇନରେ ପରିଣତ କରାଯିବ। ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଶୀଘ୍ର ରାମନ୍ଦିର ନିର୍ମାଣ ପାଇଁ ଚେଷ୍ଟା କରାଯିବ।

You might also like