ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ନୂଆଦିଲ୍ଲୀ/ଭୁବନେଶ୍ୱର: ରାଜ୍ୟସଭାରେ କୃଷି ବିଲ୍ ଗତ କଲେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର।  ବିଲ୍ ସପକ୍ଷରେ ରାଜ୍ୟସଭାରେ ଯୁକ୍ତି ଉପସ୍ଥାପନ କଲେ। ଏହି ୨ଟି ବିଲ୍ ଐତିହାସିକ ଏବଂ ଏହା ଚାଷୀଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଣିବ ବୋଲି ସେ କହିଛନ୍ତି। ଏପରିକି ଚାଷୀ ନିଜ ଫସଲ ନିଜ ଇଚ୍ଛାରେ ଯେ କୌଣସି ସ୍ଥାନରେ ବିକିପାରିବେ ବୋଲି କୃଷିମନ୍ତ୍ରୀ ସୂଚନା ଦେଇଛନ୍ତି। ବିଲ୍‌କୁ ନେଇ ଭୁଲ୍ ସୃଷ୍ଟି କରା ଯାଇ ବିରୋଧ କରାଯାଉଛି ଯାହାକି ଦୁର୍ଭାଗ୍ୟଜନକ ବୋଲି କହିଛନ୍ତିି କୃଷିମନ୍ତ୍ରୀ।

ହେଲେ ରାଜ୍ୟସଭାରେ ଏହି ବିଲ୍‌କୁ ବିଜେଡ଼ି ସମେତ ଅନ୍ୟ ବିରୋଧୀ ଦଳ ଦୃଢ ବିରୋଧ କରୁଛନ୍ତିି। ଲୋଚନାରେ ଭାଗ ନେଇ ଏହି ବିଲ୍‌କୁ ବିଜେଡ଼ିର ଅମର ପଟ୍ଟନାୟକ ବିରୋଧ କରିଛନ୍ତିି। ବିଲ୍‌ରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସୁରକ୍ଷା ବ୍ୟବସ୍ଥା ନ ଥିବା ସେ କହିଛନ୍ତି। ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରିଛି ବିଜେଡ଼ି।

ବିଲ୍ ଉପସ୍ଥାପନ ପରେ ଗୃହରେ କଂଗ୍ରେସ ମଧ୍ୟ ଏହାକୁ ବିରୋଧ କରିଛି। ସେପଟେ ଏହି ବିଲ୍‌କୁ ବିରୋଧ କରି ଦେଶବ୍ୟାପୀ କୃଷକମାନେ ବିକ୍ଷୋଭ କରି ସୁଛନ୍ତି। କୃଷକଙ୍କ ବିରୋଧକୁ ସମର୍ଥନ କରି କେନ୍ଦ୍ରମନ୍ତ୍ରୀ ହରସିମରତ କୌର ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଥିଲେ।

You might also like