ଟିଏମ୍‌ସିରେ ଯୋଗ ଦେବାରୁ ପତ୍ନୀଙ୍କୁ ଛାଡ଼ପତ୍ର ଦେବେ ବିଜେପି ସାଂସଦ

କୋଲକାତା: ଟିଏମ୍‌ସିରେ ଯୋଗ ଦେଲେ ବୋଲି ପତ୍ନୀଙ୍କୁ ଛାଡ଼ପତ୍ର ପଠାଇବେ ବିଜେପି ନେତା। ଭାରତୀୟ ଜନତା ପାର୍ଟି ସାଂସଦ ସୌମିତ୍ର ଖାନ ତାଙ୍କ ପତ୍ନୀ ସୁଜାତା ମଣ୍ଡଳ ଖାନଙ୍କ ପାଖକୁ ଛାଡ଼ପତ୍ର ନୋଟିସ୍ ପଠାଇବେ ବୋଲ ନିଷ୍ପତ୍ତି ନେଇଛନ୍ତି। ୨୦୨୧ ବିଧାନସବା ନିର୍ବାଚନପାଇଁ ସୁଜାତା ମମତାଙ୍କ ଦଳ ଟିଏମ୍‌ସି ଯୋଗ ଦେବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ସୌମିତ୍ର ଖାନ। ସୌମିତ୍ର ବର୍ତ୍ତମାନ ପଶ୍ଚିମବଙ୍ଗର ବିଜେପି ଯୁବମୋର୍ଚ୍ଚା ଅଧ୍ୟକ୍ଷ ଓ ବିଷ୍ଣୁପୁର ନିର୍ବାଚନମଣ୍ଡଳୀରୁ ଲୋକସଭା ସାଂସଦ ଅଛନ୍ତି।

ଆଜି ଦିନ ଆରମ୍ଭରୁ ସୁଜାତା ଟିଏମ୍‌ସିରେ ଯୋଗ ଦେଇଥିଲେ। ଏହାପରେ ପାରିବାରିକ କଳି କେତେ ଚରମରେ ପହଞ୍ଚିଥିଲା ତାହା ଲୋକଲୋଚନକୁ ଆସିଥିଲା। ଏହାପରେ ସୌମିତ୍ର ସୁଜାତଙ୍କୁ ଛାଡ଼ପତ୍ର ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ତେବେ ଏହା ପୂର୍ବରୁ ବିଷ୍ଣୁପୁର ବର୍ଜୋରାରେ ଥିବା ସୁଜାତାଙ୍କ ହାଉସ୍ ସିକ୍ୟୁରିଟି ଓ ତାଙ୍କ କାର୍‌କୁ ଫେରାଇ ନିଆଯାଇଛି।

ଏନେଇ ସୌମିତ୍ର ଖାନ୍‌ ମିଡିଆ ସାମ୍ନାରେ କହିଛନ୍ତି, ରାଜନୀତିକୁ ନେଇ ତାଙ୍କର ୧୦ ବର୍ଷର ସମ୍ପର୍କ ଛିନ୍ନ ହୋଇଗଲା। ଏବେ ସେ ଛାଡପତ୍ର ପାଇଁ ପେପର ପ୍ରସ୍ତୁତ କରୁଛନ୍ତି। ଖାନ୍‌ ଆହୁରି କହିଛନ୍ତି, ସେ ଏଣିକି ଦଳ ପାଇଁ ଆହୁରି ଅଧିକ ପରିଶ୍ରମ କରିବେ।

ସେହିପରି ସୁଜାତା ମଣ୍ଡଳ ମିଡିଆକୁ କହିଛନ୍ତି, ‘ମୁ ଖୋଲା ନିଃଶ୍ୱାସ ନେବାକୁ ଚାହୁଁଛି। ମୁଁ ସମ୍ମାନ ଚାହେଁ। ମୁଁ ଏକ ସକ୍ଷମ ଦଳର ସକ୍ଷମ ନେତା ହେବାକୁ ଚାହେଁ। ମୁଁ ମୋର ପ୍ୟାରୀ ଦିଦିଙ୍କ ସହ କାମ କରିବାକୁ ଚାହେଁ।କ୍ଷ

ସେ ଅଭିଯୋଗ ଆଣିଛନ୍ତି, ବିଜେପିରେ ନୂଆ, ଅକ୍ଷମ ଏବଂ ଭ୍ରଷ୍ଟାଚାର ଲୋକଙ୍କୁ ଅଗ୍ରାଧିକାର ଦିଆଯାଉଛି। ସ୍ୱାମୀଙ୍କ ଉପରେ ଟିପ୍ପଣୀ ଦେଇ ସୁଜାତା କହିଛନ୍ତି, ‘ମୋର ବିଶ୍ୱାସ, ଦିନେ ନା ଦିନେ ସେ ବୁଝି ପାରିବେ। କିଏ ଜାଣେ ସେ ବି କେତେବେଳେ ଟିଏମ୍‌ସିକୁ ସେ ଫେରି ଆସିବେ।‘

ତେବେ ଟିଏମ୍‌ସିରେ ଯୋଗ ଦେବା ପରେ ବିଜେପି ଉପରେ ବର୍ଷିଛନ୍ତି ସୁଜାତା। ସେ କହିଛନ୍ତି ଯେ ବିଜେପି ଲୋକମାନନଙ୍କୁ ସମ୍ମାନ ଦେଉନାହିଁ। ବର୍ତ୍ତମାନ ସେଠି କେବଳ ସୁବିଧାବାଦୀ ଏବଂ ଦାଗି ଲୋକ ଅଛନ୍ତି। ସେଠି ତାଙ୍କ ପାଇଁ କୌଣସି ସମ୍ମାନ ନାହିଁ ବୋଲି ସୁଜାତା କହିଛନ୍ତି।

You might also like